ରକ୍ଷା ବନ୍ଧନ ଭିତରେ କିନ୍ତୁ ବଡ଼ ଠାକୁରଙ୍କ ଜନ୍ମନୀତି ଶ୍ରୀମନ୍ଦିର ବାହାରେ ହୁଏ କ’ଣ ପାଇଁ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ରକ୍ଷା ବନ୍ଧନ ଭିତରେ କିନ୍ତୁ ବଡ଼ ଠାକୁରଙ୍କ ଜନ୍ମନୀତି ଶ୍ରୀମନ୍ଦିର ବାହାରେ ହୁଏ କ’ଣ ପାଇଁ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଗହ୍ମାପୂର୍ଣ୍ଣିମା। ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ। ଓଡ଼ିଆ ଲୋକେ ଶ୍ରୀ ଜଗନ୍ନାଥଙ୍କୁ ବଡ଼ଠାକୁର କୁହନ୍ତି ସତ,ହେଲେ ଶ୍ରୀମନ୍ଦିର ଓ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ମହାପ୍ରଭୁ ବଳଭଦ୍ରଙ୍କୁ ହିଁ ‘ବଡ଼ବାଡ଼ ମଣିମା’ ବୋଲି ସମ୍ୱୋଧନ କରାଯାଇଥାଏ।

ଆଜିର ଜଣା ଅଜଣା ଜଗନ୍ନାଥ ସ୍ତମ୍ଭରେ ଆସନ୍ତୁ ଜାଣିବା ଶ୍ରୀମନ୍ଦିରରେ କେମିତି ପାଳନ କରାଯାଏ ବଳଭଦ୍ରଙ୍କ ଜନ୍ମନୀତି ଆଉ ରକ୍ଷା ବନ୍ଧନ ପର୍ବ।

ବଳଭଦ୍ର ଜନ୍ମ- ଅଧିକାଂଶ ଶ୍ରଦ୍ଧାଳୁ ଏ କଥା ଜାଣି ନ ଥିବେ ଯେ, ବଳଭଦ୍ରଙ୍କ ଜନ୍ମନୀତି ଶ୍ରୀମନ୍ଦିର ଭିତରେ ନୁହେଁ, ବାହାରେ ପାଳନ କରାଯାଇଥାଏ। ହେଲେ କ’ଣ ପାଇଁ ବଳଭଦ୍ର ଜନ୍ମ ଉତ୍ସବ ମନ୍ଦିର ବାହାରେ ପାଳନ କରାଯାଏ ଆସନ୍ତୁ ଜାଣିବା।

ବଳଭଦ୍ରଙ୍କୁ ଶ୍ରୀ ବିଷ୍ଣୁଙ୍କ ୮ମ ଅବତାର ଭାବେ ଶାସ୍ତ୍ର ଗ୍ରହଣ କରିଛି। ଭାଗବତର ବର୍ଣ୍ଣନା ମୁତାବକ ଶ୍ରୀ ବଳଭଦ୍ରଙ୍କ ଜନ୍ମ ଗାଈଗୋଠ ମଧ୍ୟରେ ହୋଇଥିଲା। ସେ ମାଟି ଓ କୃଷିର ଦେବତା। ଏଣୁ ତାଙ୍କ ଆୟୁଧ ହେଉଛନ୍ତି ହଳ।

ଏହି କାରଣରୁ ଶ୍ରୀ ବଳଭଦ୍ରଙ୍କ ଜନ୍ମନୀତି ରତ୍ନସିଂହାସନ ଉପରେ ପାଳନ ହୋଇ ନ ଥାଏ। ରତ୍ନସିଂହାସନ ତଳେ କେବଳ ଷଷ୍ଠୀ ମାର୍କଣ୍ଡ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମାର୍କଣ୍ଡେୟ ପୁଷ୍କରିଣୀ ନିକଟରେ ଜନ୍ମନୀତି ସମ୍ପନ୍ନ ହୋଇଥାଏ।

ମାଟି ଓ ଜଳ ହେଉଛନ୍ତି ଜୀବନର ଆଧାର। ଏଣୁ ଏହାକୁ ପ୍ରାଧାନ୍ୟ ଦେବାକୁ ଯାଇ ମାର୍କଣ୍ଡେୟ ପୁଷ୍କରଣୀ ନିକଟରେ କୁମ୍ଭାର ସେବକ ଦେଇଥିବା ଓଦା ଚିକିଟା ମାଟିରେ ତିଆରି ହୋଇଥାଏ ବଳଭଦ୍ରଙ୍କ ମୂର୍ତ୍ତି। ଏକ ପଥର ଚକା ଉପରେ ଚିକିଟା ମାଟିକୁ ରଖାଯାଇ ମୂର୍ତ୍ତି ନିର୍ମାଣ କରାଯାଇଥାଏ।

ଏହି ମାଟିର ମୂର୍ତ୍ତିଟି ବଳଭଦ୍ରଙ୍କ ଦାରୁ ପ୍ରତିମାଙ୍କ ଭଳି ମୁଖମଣ୍ଡଳ ଥାଇ ଦୁଇ ହାତ, ୨ ପାଦ ଓ ଲିଙ୍ଗ ଯୁକ୍ତ ହୋଇ ପ୍ରସ୍ତୁତ ହୋଇଥାନ୍ତି।

ଜଗନ୍ନାଥ ସଂସ୍କୃତିରେ ସମସ୍ତ ଜନ୍ମନୀତି ସମୟରେ ସୁଦର୍ଶନଙ୍କ ଉପସ୍ଥିତି ଅନିର୍ବାର୍ଯ୍ୟ ହୋଇଥିବାରୁ ମାର୍କଣ୍ଡେୟ ପୁଷ୍କରଣୀ ନିକଟକୁ ଶ୍ରୀମନ୍ଦିରରୁ ଏକ ଚଉଦୋଳରେ ବିଜେ ହୋଇ ସୁଦର୍ଶନ ଆସିଥାନ୍ତି। ଶ୍ରୀ ସୁଦର୍ଶନଙ୍କ ଉପସ୍ଥିତିରେ ମାଟିରେ ନିର୍ମିତ ବଳଭଦ୍ରଙ୍କ ପ୍ରତିମାକୁ ଜୀବନ୍ୟାସ ଦେଇ ଜନ୍ମନୀତି ସମ୍ପନ୍ନ ହେବା ପରେ ମାର୍କଣ୍ଡେୟ ପୁଷ୍କରଣୀରେ ଏହାଙ୍କୁ ବିସର୍ଜନ କରି ଦିଆଯାଇଥାଏ। ଏହାପରେ ଶ୍ରୀ ସୁଦର୍ଶନ ଶ୍ରୀକ୍ଷେତ୍ରରେ ଥିବା ଚତୁରାଶ୍ରମ ଭ୍ରମଣ କରି ଶ୍ରୀମନ୍ଦିରକୁ ବାହୁଡ଼ିଥାନ୍ତି।

ରକ୍ଷା ବନ୍ଧନ: ପାରମ୍ପରିକ କ୍ରମରେ ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଥାଏ। ପାଟରା ବିଶୋଇ ସେବକଙ୍କ ଦ୍ୱାରା ପ୍ରସ୍ତୁତ ୪ ମୂର୍ତ୍ତି ପାଟ ରାଖି ଓ ଗୁଆମାଳ ଶ୍ରୀ ବଳଭଦ୍ର ଓ ଜଗନ୍ନାଥଙ୍କ ଶ୍ରୀହସ୍ତରେ ଲାଗି ହୋଇଥାଏ। ବଳଭଦ୍ରଙ୍କୁ ଲାଗି ହେଉଥିବା ରାଖିର ରଙ୍ଗ ନୀଳ ଓ ବାଇଗଣୀ ହୋଇଥିବା ବେଳେ ଜଗନ୍ନାଥ ମହାପ୍ରଭୁଙ୍କ ହାତରେ ଲାଗି ହେଉଥିବା ରାଖିର ରଙ୍ଗ ହେଉଛି ନାଲି ଓ ହଳଦିଆ।



from Odisha Reporter https://ift.tt/2BLvo1j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages