
ମାଲକାନଗିରି (ଓଡ଼ିଶା ରିପୋର୍ଟର): ଆକାଶମାର୍ଗରୁ ମାଲକାନଗିରି ଜିଲ୍ଲାର ବନ୍ୟା କ୍ଷୟକ୍ଷତି ଦେଖିଲେ ଦୁଇ ମନ୍ତ୍ରୀ ରମେଶ ମାଝୀ, ଚନ୍ଦ୍ରସାରଥୀ ବେହେରା ଓ ଏସ୍ଆର୍ସି ବିଷ୍ଣୁପଦ ସେଠୀ। ପରେ ସେମାନେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଅଗଷ୍ଟ ୩୧ସୁଦ୍ଧା କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଥମିକ ତଦନ୍ତରୁ ୨୦ କୋଟି ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ଘଟିଥିବା ମନ୍ତ୍ରୀ କହିଛନ୍ତି।
ଗତ ଜୁଲାଇ ଓ ଅଗଷ୍ଟ ମାସରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଆଦିବାସୀ ଅଧ୍ୟୁସିତ ତଥା ବଣପାହାଡ଼ ଘେରା ମାଲକାନିରି ଜିଲ୍ଲାର ଅଧିବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଯାଇଛି। ୨୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ରିଲିଫ୍ କ୍ୟାମ୍ପରେ ରଖାଯାଇଥିଲା। ବନ୍ୟା ପାଣି କମିବା ପରେ ସେମାନେ ନିଜ ନିଜ ଘରକୁ ଫେରିଛନ୍ତି। ୧୯ରୁ ଅଧିକ ରାସ୍ତା ନଷ୍ଟ ହୋଇଯାଇଛି। ଏବେ ସେହି ରାସ୍ତା ଗୁଡ଼ିକ ମରାମତି କରାଯାଉଛି। ବନ୍ୟା ଯୋଗୁ ଜିଲ୍ଲାରେ ୫୫ ପ୍ରତିଶତ ଚାଷ ଜମି ନଷ୍ଟ ହୋଇଛି। ତେବେ ପ୍ରକୃତରେ ଜିଲ୍ଲାରେ କେତେ କ୍ଷୟକ୍ଷତି ଘଟିଛି, ବିଭାଗ ୱାରି ଆକଳନ କରି ରିପୋର୍ଟ ଦେଲେ ଅର୍ଥ ମଞ୍ଜୁର କରାଯିବ। ଅନ୍ୟପକ୍ଷରେ ବନ୍ୟାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଏସ୍ଆର୍ସି ବିଷ୍ଣୁପଦ ସେଠୀ କହିଛନ୍ତି- “ଚଳିତବର୍ଷ ଜିଲ୍ଲା ୫୫ ପ୍ରତିଶତଠାରୁ ଅଧିକ ବର୍ଷା ହୋଇଛି। ସେଥିପାଇଁ ବନ୍ୟା ସ୍ଥିତି ଉପୁଜିଥିଲା। ଅନ୍ୟପକ୍ଷରେ ଗୋଦାବରୀକୁ ଯେଉଁ ପରିମାଣରେ ପାଣି ଯିବା କଥା, ତାହା ଯାଉ ନାହିଁ। ସେଥିପାଇଁ କିଛି କିଛି ସ୍ଥାନରେ ବର୍ତ୍ତମାନ ସୁଦ୍ଧା ପାଣି ଜମି ରହିଛି। କିନ୍ତୁ ସେମିତି କିଛି ଜଟିଳ ସମସ୍ୟା ନାହିଁ। ତେବେ କ୍ଷୟକ୍ଷତିର ରିପୋର୍ଟ ଅଗଷ୍ଟ ୩୧ ସୁଦ୍ଧା ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି।”
from Odisha Reporter https://ift.tt/2BMpSvp
No comments:
Post a Comment