ପ୍ରେମିକାଙ୍କ ପ୍ରତିଶୋଧ: ପ୍ରେମିକଙ୍କ ଘର ଆଗରେ ଥିବା ୩ଟି ବାଇକ୍‌ ଜାଳିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

ପ୍ରେମିକାଙ୍କ ପ୍ରତିଶୋଧ: ପ୍ରେମିକଙ୍କ ଘର ଆଗରେ ଥିବା ୩ଟି ବାଇକ୍‌ ଜାଳିଦେଲେ

bikecharred

ବାଲିଗୁଡ଼ା (ଅଜିତ ନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁନାପଙ୍ଗା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରତିଶୋଧ ପରାୟଣ ହୋଇ ପ୍ରେମିକଙ୍କ ଘର ଆଗରେ ଥିବା ୩ଟି ବାଇକ୍‌କୁ ଜଣେ ଯୁବତୀ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି।

ସୁନାପଙ୍ଗାର ଦିଲୀପ କୁମାର ନାୟକଙ୍କ ପୁଅଙ୍କର କେ.ନୂଆ ଗାଁ ବ୍ଲକ୍‌ ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ହେଲେ କିଛି ଦିନ ହେବ ସେମାନଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଥିଲା। ସେମାନଙ୍କ ସଂପର୍କରେ ଫାଟ ଦେଖା ଦେଇଥିଲା। ଗତକାଲି ବିଳମ୍ୱିତ ରାତିରେ ଯୁବତୀ ଜଣକ ପ୍ରେମିକଙ୍କ ଘର ଆଗରେ ଥିବା ୩ଟି ବାଇକକୁ ପୋଡ଼ି ଦେଇଥିଲେ। ଯୁବତୀ ଜଣକ ବାଇକ୍‌ ପୋଡ଼ି ପଳାଇ ଯାଉଥିବା ବେଳେ ଯୁବକଙ୍କ ପରିବାର ଲୋକେ ଦେଖିଥିବା କହିଛନ୍ତି। ଖବର ପାଇ ଦମକଳବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।

ଯୁବତୀ ଜଣକ ପ୍ରତିଶୋଧ ପରାୟଣ ହୋଇ ବାଇକ୍‌ରେ ନିଆଁ ଲଗାଇ ଦେଇଥିବା ଯୁବକଙ୍କ ପରିବାର ଲୋକେ କହିଛନ୍ତି। ଏନେଇ ଯୁବକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।



from OdishaReporter https://ift.tt/2MhyhaR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages