ପେଟରେ ଅଧିକ ଚର୍ବିଥିଲେ ହୋଇପାରେ ଏହି ସବୁ ରୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

ପେଟରେ ଅଧିକ ଚର୍ବିଥିଲେ ହୋଇପାରେ ଏହି ସବୁ ରୋଗ

belly

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ଅଧିକାଂଶ ଲୋକଙ୍କର ବଡ଼ ପେଟ ସମସ୍ୟା। ଚର୍ବି ଯେବେ ଆପଣଙ୍କ ଶରୀରରେ ବଢ଼ିଯାଏ,ତେବେ ବଡ଼ ପେଟର ସ୍ଥିତି ଉପୁଜିଥାଏ। ଏହି ଅନାବଶ୍ୟକ ପେଟ କାରଣରୁ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯାଇଥାଏ। ବହୁ ଗବେଷଣାରୁ ଏହା ମିଳିଛି। ପେଟରେ ଅଧିକ ଚର୍ବିଥିବା ବ୍ୟକ୍ତି ଏପରି କିଛି ଗମ୍ଭୀର ରୋଗଗ୍ରସ୍ତ ହୋଇଥାଆନ୍ତି, ଯାହା ବିଷୟରେ ଆପଣ ଜାଣି ନଥିବେ। ଆସନ୍ତୁ ଜାଣିବା, ପେଟରେ ଅଧିକ ଚର୍ବି ହେଲେ ଜଣେ ବ୍ୟକ୍ତି କେଉଁସବୁ ରୋଗର ଶିକାର ହୋଇଥାଆନ୍ତି।

diabetes

୧. ଟାଇପ୍‌-୨ ଡାଇବେଟିସ୍‌
ଯେଉଁ ବ୍ୟକ୍ତିଙ୍କ ପେଟରେ ଅଧିକ ଚର୍ବିଥାଏ, ସେମାନଙ୍କୁ ଟାଇପ୍‌-୨ ଡାଇବେଟିସ୍‌ ହେବାର ଆଶଙ୍କା ଅଧିକ ଥାଏ। ଏହାର କାରଣ ଶରୀରରେ ଥିବା ଭିସେରାଲ୍‌ ଫ୍ୟାଟ୍‌ ଇନ୍‌ସୁଲିନ୍‌ ଉତ୍ପାଦନ କରିବାରେ ବାଧା ସୃଷ୍ଟି କରିଥାଏ। ଯେଉଁ ଖାଦ୍ୟରେ ସୁଗାର୍‌ର ପରିମାଣ ଅଧିକ ଥାଏ, ତାହାକୁ ଖାଇବା ଦ୍ୱାରା ରକ୍ତରେ ସୁଗାର୍‌ ଏବଂ ଇନ୍‌ସୁଲିନ୍‌ର ମାତ୍ରା ବଢ଼ି ଯାଇଥାଏ। ଯାହାର ସାହାଯ୍ୟରେ ଶରୀରରେ ଥିବା କୋଷଗୁଡ଼ିକ ଅଧିକ ଶକ୍ତି ଉତ୍ପାଦନ କରି ପାରିନଥାଆନ୍ତି। କିଛି ସମୟ ପରେ କୋଷଗୁଡ଼ିକ ସୁଗାର୍‌ ଏବଂ ଇନ୍‌ସୁଲିନ୍‌କୁ ପର୍ଯ୍ୟାପ୍ତ ମାତ୍ରାରେ ବ୍ୟବହାର କରିବା ବନ୍ଦ କରି ଦେଇଥାଆନ୍ତି। ଯେଉଁ କାରଣରୁ ରକ୍ତରେ ସୁଗାରର ମାତ୍ରା ଅଧିକ ବଢ଼ି ଯାଇଥାଏ, ଯାହା କୌଣସି ବ୍ୟକ୍ତିଙ୍କ ପାଇଁ ବିପଦ ଆଣିଥାଏ।

୨. ହୃଦ୍‌ଘାତ ସମସ୍ୟା
ଗବେଷଣାରୁ ଏହା ଜଣାପଡ଼ିଛି ଯେ, ଶରୀରରେ ଥିବା ଭିସେରାଲ୍‌ ଫ୍ୟାଟ୍‌ (Visceral fat) କିଛି ପ୍ରକାର ମୋଲେକ୍ୟୁଲ୍‌ ପ୍ରୋଟିନ୍‌କୁ ଉତ୍ପାଦନ କରିଥାଏ। ଯାହା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ। ଏମାନଙ୍କ ମଧ୍ୟରୁ କିଛି ମୋଲେକ୍ୟୁଲ୍‌ ରକ୍ତ ବାହିକାକୁ ଚାପି ରଖିଥାଆନ୍ତି, ଯେଉଁଥିପାଇଁ ରକ୍ତଚାପର ସ୍ତର ବଢ଼ିଥାଏ ଏବଂ ହୃଦ୍‌ଘାତ ହେବାର ଆଶଙ୍କା ଅଧିକ ରହିଥାଏ।

depression

୩. ଡିପ୍ରେସନ୍‌
ପେଟରେ ଥିବା ଚର୍ବି ଶରୀରରେ ନ୍ୟୁରେଟ୍ରାନ୍ସମିଟର ଫଙ୍କସନ୍‌ (Neurotransmitter function) ଉପରେ ଖରାପ ପ୍ରଭାବ ପକାଇଥାଏ। ଏଥିପାଇଁ ହର୍‌ମୋନ୍‌ରେ ମଧ୍ୟ ପରିବର୍ତ୍ତନ ଦେଖା ଯାଇଥାଏ। ଏହା ସହିତ ଅନେକ ସମୟରେ ବ୍ୟକ୍ତିଙ୍କର ମୁଣ୍ଡ ବୁଲାଇ ଥାଏ। ଯଦି ଏହା ଉପରେ ଧ୍ୟାନ ଦିଆ ନଯାଏ, ତେବେ ବ୍ୟକ୍ତି ଧୀରେ ଧୀରେ ଡିପ୍ରେସନ୍‌ର ଶିକାର ହେବାକୁ ଲାଗିଥାଆନ୍ତି।

୪.ରକ୍ତଚାପ
ଯେବେ ଶରୀରରେ ଇନ୍‌ସୁଲିନ୍‌ ଏବଂ ବ୍ଲଡ୍‌ ସୁଗାରର ସ୍ତର ଆବଶ୍ୟକଠାରୁ ଅଧିକ ହୋଇଥାଏ, ତେବେ ରକ୍ତଚାପ ବଢ଼ିବାରେ ଲାଗିଥାଏ। ଅଧିକ ରକ୍ତଚାପ କୌଣସି ବ୍ୟକ୍ତିର ମୃତ୍ୟୁର କାରଣ ମଧ୍ୟ ହୋଇପାରେ।

dimensia

୫. ଡିମେନ୍‌ସିଆ
ଯେଉଁ ଲୋକଙ୍କର ପେଟରେ ଅଧିକ ଚର୍ବିଥାଏ, ସେମାନଙ୍କୁ ଡିମେନ୍‌ସିଆ ଏବଂ ଅଲ୍‌ଝିମର୍‌ (Alzheimer) ହେବାର ଆଶଙ୍କା ଅଧିକ ରହିଥାଏ। କୁହାଯାଉଛି ଯେ, ଫ୍ୟାଟ୍‌ ସେଲ୍‌ରୁ ବାହାରୁଥିବା ହର୍‌ମୋନ୍‌ ମସ୍ତିଷ୍କର କୋଷଗୁଡ଼ିକ ଉପରେ ପ୍ରଭାବ ପକାଇଥାଏ। ଏହା ଦ୍ୱାରା ମଣିଷର ସ୍ମୃତି ଶକ୍ତି ଏବଂ ଭୋକ ମଧ୍ୟ ପ୍ରଭାବିତ ହୋଇଥାଏ।

୬. କ୍ୟାନ୍‌ସର୍‌
ଭିସେରାଲ୍‌ ଫ୍ୟାଟ୍‌ ସେଲ୍‌ରୁ ବାହାରୁଥିବା ସାଇଟୋକିନ୍ସ ହର୍‌ମୋନ୍‌ (Cytokines hormone) ସୁସ୍ଥ କୋଷଗୁଡ଼ିକରେ କ୍ୟାନସର୍‌ର ଗତିବିଧି ବଢ଼ାଇବା କାର୍ଯ୍ୟ କରିଥାଏ। ଏହି ସମସ୍ୟା ସେହି ମହିଳାଙ୍କୁ ହୋଇଥାଏ, ଯେଉଁ ମାନଙ୍କର ମାସିକ ଋତୁସ୍ରାବ ସମାପ୍ତ ହୋଇ ଯାଇଥାଏ। ବାସ୍ତବରେ ଏହାର ମୁଖ୍ୟ କାରଣ ହେଉଛି, ମହିଳାଙ୍କ ଓଭାରୀରେ ଏଷ୍ଟ୍ରୋଜେନ୍‌ ହର୍‌ମୋନ୍‌ର ଉତ୍ପାଦନ କମ୍‌ ହେବାରେ ଲାଗିଥାଏ, ଯାହା ଯୋଗୁ ଫ୍ୟାଟ୍‌ ସେଲ୍‌ ହିଁ ଏଷ୍ଟ୍ରୋଜେନ୍‌ ହର୍‌ମୋନ୍‌ର ସ୍ଥାନ ନେଇଥାଏ।
ଯେଉଁ ମହିଳାଙ୍କ ଓଜନ ଅଧିକ ଥାଏ, ସେମାନଙ୍କଠାରେ ଫ୍ୟାଟ୍‌ ସେଲ୍‌ ଅଧିକ ଥିବା କାରଣରୁ ଏଷ୍ଟ୍ରୋଜେନ୍‌ ହର୍‌ମୋନ୍‌ ଅଧିକ ତିଆରି ହୋଇଥାଏ। ଏହି ହର୍‌ମୋନ୍‌ ଅଧିକ ତିଆରି ହେଲେ, ସେହି ମହିଳାଙ୍କୁ ବ୍ରେଷ୍ଟ୍‌ କ୍ୟାନସର୍‌ ହେବାର ଆଶଙ୍କା ରହିଥାଏ। ଅନ୍ୟ ପଟେ ପୁରୁଷଙ୍କଠାରେ ଏହି ହରମୋନ୍‌ ଅଧିକ ଥିଲେ କୋଲେଷ୍ଟ୍ରଲ୍‌ କ୍ୟାନସର୍‌ ହେବାର ଆଶଙ୍କା ରହିଥାଏ।

୭. ନିଦ ନ ଲାଗିବା
ପେଟ ଏବଂ ବେକରେ ଅଧିକ ଚର୍ବି ହେବା ଯୋଗୁ ଅନେକ ବ୍ୟକ୍ତିଙ୍କର ଘୁଙ୍ଗୁଡ଼ି ମାରିବା ସମସ୍ୟା ଦେଖା ଦେଇଥାଏ। ଏହା ସହିତ ସେମାନେ ସ୍ଲିପ୍‌ ଏପ୍ନିଆର ସାମ୍ନା ମଧ୍ୟ କରିଥାଆନ୍ତି। ସ୍ଲିପ୍‌ ଏପ୍ନିଆ ସମସ୍ୟା ଥିଲେ ରାତିରେ ଶୋଇବା ସମୟରେ କିଛି ସମୟ ପାଇଁ ନିଃଶ୍ୱାସ ବନ୍ଦ ହୋଇ ଯାଇଥାଏ। ଏହା ସିଧାସଳଖ ଭାବେ ଶ୍ୱାସନଳୀ ଉପରେ ପ୍ରଭାବ ପକାଇଥାଏ ଏବଂ ନିଃଶ୍ୱାସ ନେବାରେ କଷ୍ଟ ହୋଇଥାଏ। ଶୋଇବା ସମୟରେ ନିଃଶ୍ୱାସ ନେବାରେ କଷ୍ଟ ହେଲେ ବ୍ୟକ୍ତି ଠିକ୍‌ ଭାବରେ ଶୋଇ ପାରିନଥାଆନ୍ତି। ଯାହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।

୮. ଶରୀର ଲାଲ୍‌ ପଡ଼ିବା
ପେଟରେ ଥିବା ଭିସେରାଲ୍‌ ଫ୍ୟାଟ୍‌ ଶରୀରରେ ଲାଲ୍‌ ରଙ୍ଗ ସୃଷ୍ଟି କରୁଥିବା ମୋଲେକ୍ୟୁଲ୍‌କୁ ପ୍ରଭାବିତ କରିଥାଏ। ଏଥିଯୋଗୁ ଶରୀର ଲାଲ୍‌ ପଡ଼ିବା ସହିତ ଅଧିକ କୁଣ୍ଡାଇ ହୋଇଥାଏ। ଏହା ସହିତ ଶରୀରରେ ହର୍‌ମୋନ୍‌ ସନ୍ତୁଳନ ହୋଇପାରି ନଥାଏ। ଶରୀର ଲାଲ୍‌ ପଡ଼ିବା ଯୋଗୁ ଅନେକ ରୋଗ ମଧ୍ୟ ସୃଷ୍ଟି ହୋଏଇଥାଏ। ଏହା ମେଟାବଲିଜିମ୍‌ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ।



from OdishaReporter https://ift.tt/2AJmukA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages