
ପୁରୀ,(ଓଡ଼ିଶା ରିପୋର୍ଟର) ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଓ ନବକଳେବର ସମୟରେ ହୋଇଥିବା ବ୍ରହ୍ମ ବିଭ୍ରାଟର ରିପୋର୍ଟ ସାର୍ବଜନୀନ କରିବାକୁ ଦାବି କରିଛି ଶ୍ରୀଜଗନ୍ନାଥ ସଂସ୍କୃତି ସଂଗଠନ। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ ବୋଲି ଅଭିଯୋଗ ହୋଇଛି।
ମନ୍ତ୍ରୀଙ୍କଠାରୁ ସନ୍ତୋଷଜନକ ଉତ୍ତର ମିଳି ନଥିବା ସଂଗଠନର କର୍ମକର୍ତ୍ତା କହିଛନ୍ତି । ଗତକାଲିଠାରୁ ଏହି ସଂଗଠନ ପୁରୀରୁ ପଦଯାତ୍ରା ଆରମ୍ଭ କରି ଆଜି ଭୁବନେଶ୍ୱରରେ ପହଞ୍ଚିଥିଲା ।
ତେବେ ଏହି ପଦଯାତ୍ରା ନବୀନ ନିବାସ ଆଡ଼କୁ ଯାଉଥିବା ବେଳେ ଶିଶୁ ଭବନ ଛକ ପାଖରେ ଅଟକାଇଥିଲା ପୋଲିସ । ପରେ ଆଇନ ମନ୍ତ୍ରୀଙ୍କ ସହିତ ସେମାନଙ୍କର ଆଲୋଚନା ହୋଇଥିଲା।
ରତ୍ନଭଣ୍ଡାରରେ ଥିବା ସବୁ ଅଳଙ୍କାରର ଯାଞ୍ଚ ସହିତ ଶ୍ରୀମନ୍ଦିର ରୀତି ନୀତି ଯେମିତି ଠିକ୍ ଭାବେ ହୋଇ ପାରିବ, ସେଥିପାଇଁ ପଦକ୍ଷେପ ନିଆଯାଉ ବୋଲି ଦାବି କରିଛି ସଂଗଠନ। ଏ ସଂପର୍କରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।
from Odisha Reporter https://ift.tt/2LaKltc
No comments:
Post a Comment