ଜାଣନ୍ତୁ, ହରିଦ୍ୱାରର ‘ବ୍ରହ୍ମା କୁଣ୍ଡ’ରେ କାହିଁକି କରାଯାଏ, ଅସ୍ଥି ବିସର୍ଜନ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 19, 2018

ଜାଣନ୍ତୁ, ହରିଦ୍ୱାରର ‘ବ୍ରହ୍ମା କୁଣ୍ଡ’ରେ କାହିଁକି କରାଯାଏ, ଅସ୍ଥି ବିସର୍ଜନ?

ଭୂବନେଶ୍ୱର(ଓଡ଼ିଶା ରିପୋର୍ଟର): ସନାତନ ଧର୍ମରେ କୁହାଯାଏ, ବ୍ୟକ୍ତିର ଜୀବନ ସହପବିତ୍ର ଗଙ୍ଗା ନଦୀଙ୍କ ଘନିଷ୍ଠ ସମ୍ପର୍କ ରହିଛି। ଜୀବିତ ଅବସ୍ଥାରେ କିଏ ପାପ ଧୋଇବା ପାଇଁ ତ ଆଉ କିଏ, ମୁକ୍ତିର କାମନା କରି ଗଙ୍ଗାରେ ବୁଡ଼ ପକାନ୍ତି। ସେହିପରି ମୃତ୍ୟୁ ପରେ ଅର୍ଥାତ୍‌ ଶରୀର ପଞ୍ଚଭୂତରେ ଲୀନ ହୋଇଯିବା ପରେ ମୃତ ବ୍ୟକ୍ତିଙ୍କ ଅସ୍ଥିକୁ ଗଙ୍ଗାରେ ହିଁ ବିସର୍ଜନ କରାଯାଏ। ଏହି ଅସ୍ଥି ବିସର୍ଜନ ପାଇଁ  ହରିଦ୍ୱାରର ‘ହର କି ପୌରି ଘାଟ’କୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଏହାକୁ ‘ବ୍ରହ୍ମାକୁଣ୍ଡ’ ମଧ୍ୟ କୁହାଯାଏ।

କୁହାଯାଏ, ହରିଦ୍ୱାର ହିଁ ଥିଲା ମୁନି ଋଷିଙ୍କ ପ୍ରମୁଖ ତପସ୍ୟାସ୍ଥଳୀ। ହେଲେ, ଆପଣ ଜାଣନ୍ତି କି, କାହିଁକି ହରିଦ୍ୱାରରଏହି ‘ବ୍ରହ୍ମାକୁଣ୍ଡ’ରେ ଅସ୍ଥି ବିସର୍ଜନ କରାଯାଏ?

ପୌରାଣିକ କଥା ଅନୁଯାୟୀ, ରାଜା ସାଗରଙ୍କ ବଂଶଜ ରାଜା ଭଗୀରଥ କଠିନ ତପସ୍ୟା କରି ଦେବୀ ଗଙ୍ଗାଙ୍କୁ ସ୍ୱର୍ଗରୁ ପୃଥିବୀକୁ ଆଣିଥିଲେ । ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ଗଙ୍ଗା ସ୍ୱର୍ଗରୁ ଓହ୍ଲାଇବା ପରେ ଭଗବାନ ଶିବଙ୍କ ଜଟା ଦେଇ ଭଗୀରଥଙ୍କ ପଛେ ପଛେ ଆସିଥିଲେ। ରାଜା ଭଗୀରଥ ଗଙ୍ଗାଙ୍କୁ ନେଇ ଯେତେବେଳେ ହରିଦ୍ୱାରରେ ପହଞ୍ଚିଲେ, ସେଠାରେ ଥିବା ରାଜାଙ୍କ ପୂର୍ବଜଙ୍କ ଭସ୍ମାବଶେଷଦେବୀଙ୍କ ସ୍ପର୍ଷ ପାଇବାମାତ୍ରେ ଦିବଙ୍ଗତ ଆତ୍ମାମାନଙ୍କୁ ମୁକ୍ତି ମିଳିଯାଇଥିଲା। ସେବେଠାରୁ ହିଁ ଏହି ପବିତ୍ର ଘାଟରେ ଅସ୍ଥି ବିସର୍ଜନ ହେବାକୁ ଲାଗିଲା।

କିମ୍ବଦନ୍ତୀ କୁହେ, ମୃତ ବ୍ୟକ୍ତିଙ୍କ ଅସ୍ଥି ଗଙ୍ଗାରେ ବିସର୍ଜନ ହେବା ମାତ୍ରେ ଆତ୍ମା ସ୍ୱର୍ଗକୁ ଯାଇଥାଏ। ଏପରିକି ଗଙ୍ଗାଙ୍କ ଏହି ପବିତ୍ରତା ଯୋଗୁ ମୃତ୍ୟୁ ପୂର୍ବରୁ ବ୍ୟକ୍ତିଙ୍କ ପାଟିରେ  ଗଙ୍ଗାଜଳ ଦିଆଯାଇଥାଏ।

କାହିଁକି ହେଲା,‘ବ୍ରହ୍ମା କୁଣ୍ଡ’ ?

ପୁରାଣ ଅନୁସାରେ, ରାଜା ଶ୍ୱେତ ‘ହରକି ପୌରି’ରେ ଭଗବାନ ବ୍ରହ୍ମାଙ୍କ ଉଦ୍ଦେଶ୍ୟରେ କଠିନ ତପସ୍ୟା କରିଥିଲେ। ତପସ୍ୟାରେ ପ୍ରସନ୍ନ ହୋଇ ବ୍ରହ୍ମା ତାଙ୍କୁ ବର ମାଗିବାକୁ କହିଥିଲେ। ଏହ ଶୁଣି ରାଜା ଶ୍ୱେତ‘ହର କି ପୌରି’କୁ ଈଶ୍ୱରଙ୍କ ନାମରେ ସମସ୍ତେ ଜାଣନ୍ତୁ ବୋଲି ବ୍ରହ୍ମାଙ୍କୁ ବର ମାଗିଥିଲେ। ସେହିଦିନରୁ ହିଁ ‘ହର କି ପୌରି’ର ଜଳକୁ ‘ବ୍ରହ୍ମାକୁଣ୍ଡ’ ବୋଲି କୁହାଯାଏ।

ଅନିଷ୍ଟ ଆଶଙ୍କାର ଅନ୍ତ ହୁଏ

କୁହାଯାଏ, ଅମଙ୍ଗଳ ଶକ୍ତିମାନେଅସ୍ଥିକୁନିଜନିୟନ୍ତ୍ରଣ ରଖିବା ପରେ ତା’ର ଦୁରୁପଯୋଗ କରି ଥା’ନ୍ତି। ଯଦି ଅସ୍ଥି ଭୂମିରେ ପଡ଼ି ରହେ, ତେବେ ପରିବାରର ଅନିଷ୍ଟ ହୋଇଥାଏ। ତେଣୁ ପବିତ୍ର ନଦୀ କିମ୍ବା ସମୂଦ୍ରରେ ଅସ୍ଥି ବିସର୍ଜନ କଲେ, ଏହା ଜଳରେ ମିଶିଯାଏ। ଫଳରେ ଏହା ଆଉ ଅନିଷ୍ଟକାରୀ ଶକ୍ତି ଏହାର ଦୁରୁପଯୋଗ କରି ପାରନ୍ତି ନାହିଁ।



from Odisha Reporter https://ift.tt/2vVcTSE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages