ବିଜେପି ନିର୍ମାଣ କରିବ ଅଟଳଜୀଙ୍କ ସ୍ମାରକୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

ବିଜେପି ନିର୍ମାଣ କରିବ ଅଟଳଜୀଙ୍କ ସ୍ମାରକୀ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ବିଜେପି ଏକ ଭବ୍ୟ ସ୍ମାରକୀ ନିର୍ମାଣ କରିବାକୁ ଆଜି ନିଷ୍ପତ୍ତି ନେଇଛି। ଭାରତରତ୍ନ ଅଟଳଜୀଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ହୋଇଥିବାରୁ ସେହି ସ୍ଥାନରେ ହିଁ ବିଜେପି ସ୍ମାରକୀ ନିର୍ମାଣ କରିବ।

‘ଇଣ୍ଡିଆ ଟୁଡେ’ରେ ପ୍ରକାଶିତ ଖବର ଅନୁଯାୟୀ, ଚଳିତ ବର୍ଷ ସେପ୍ଟେମ୍ବର ୧୫ ତାରିଖ ପରେ ଅଟଳଜୀଙ୍କ ସମାଧି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏହି ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ଦଳୀୟ ନେତୃବୃନ୍ଦ ନିଷ୍ପତ୍ତି ନେଇଛନ୍ତି।

ଡିସେମ୍ବର ୨୫ରେ ଦିବଂଗତ ବାଜପେୟୀଙ୍କ ୯୪ ତମ ଜନ୍ମ ତିଥି ପଡ଼ୁଥିବାରୁ ଏହା ପୂର୍ବରୁ ସମାଧିର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ସମାଧି ନିର୍ମାଣ ପାଇଁ ଦାୟିତ୍ୱ ନେଇଥିବା ସଂସ୍ଥା ୨୦୧୯ ମସିହା ଜାନୁଆରୀ ୨୬ ତାରିଖ ସୁଦ୍ଧା ଏହାକୁ ଲୋକାର୍ପଣ ପାଇଁ ପ୍ରସ୍ତୁତ କରିବ ବୋଲି କହିଛି।

ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ହିଁ ଏହି ସ୍ମାରକୀକୁ ଲୋକାର୍ପିତ କରାଯିବ ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଛି।

୨୦୧୯ ସାଧାରଣ ନିର୍ବାଚନ ଏପ୍ରିଲ କିମ୍ବା ମେ’ରେ ହେବାକୁ ଥିବା ବେଳେ ଅଟଳଜୀଙ୍କ ସମାଧିକୁ ତା’ ପୂର୍ବରୁ ଲୋକାର୍ପିତ କରିବାକୁ ବିଜେପି ଚାହୁଁଥିବା ଇଣ୍ଡିଆ ଟୁଡେ ରିପୋର୍ଟରେ କୁହାଯାଇଛି।

ଅଗଷ୍ଟ ୧୬ରେ ଅଟଳଜୀ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ୧୭ରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଲ୍ଲୀସ୍ଥିତ ସ୍ମୃତିସ୍ଥଳରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପାନ୍ନ ହୋଇଥିଲା।



from Odisha Reporter https://ift.tt/2PI8hrg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages