ଗର୍ଭବତୀ ମହିଳା ଦିନକୁ କେତେ ଲିଟର୍ ପାଣି ପିଇବା ଜରୁରୀ, ଜାଣନ୍ତୁ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ଗର୍ଭବତୀ ମହିଳା ଦିନକୁ କେତେ ଲିଟର୍ ପାଣି ପିଇବା ଜରୁରୀ, ଜାଣନ୍ତୁ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ଶରୀରକୁ ଫିଟ୍‌ ରଖିବା ପାଇଁ ପାଣି ପିଇବା ଜରୁରୀ। ମଣିଷ ଶରୀରରେ ପାଣିର ପରିମାଣ ୫୦ରୁ ୬୦ ପ୍ରତିଶତ ଥାଏ। ପାଣି ଶରୀରକୁ ଶକ୍ତି ଯୋଗାଇବା ସହ ବିଭିନ୍ନ ସେଲ୍‌କୁ ପୁଷ୍ଟି ଯୋଗାଇଥାଏ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଜଣେ ସାଧାରଣ ମଣିଷ ଦିନକୁ ପ୍ରାୟତଃ ୩ ଲିଟର ପାଣି ପିଇବା ଆବଶ୍ୟକ। ତେବେ ସାଧାରଣ ମଣିଷ ତୁଳନାରେ ଗର୍ଭବତୀ ମହିଳାଙ୍କ ପାଇଁ ଏହା ଅଧିକ ଗରୁତ୍ୱପୂର୍ଣ୍ଣ।

ମୁଖ୍ୟତଃ, ଗର୍ଭାବସ୍ଥାରେ ଆରମ୍ଭରୁ ଗର୍ଭପାତ ହେବାର ଆଶଙ୍କା ଅଧିକ ଥାଏ।  ତେଣୁ ଏହି ସମୟରେ ମହିଳାମାନେ ସେମାନଙ୍କ ଖାଦ୍ୟ ଓ ପାନୀୟ ଉପରେ ଯଥେଷ୍ଟ ଧ୍ୟାନ ଦେବା ଉଚିତ୍‌।

ବିଷେଶଜ୍ଞଙ୍କ ମତରେ, ଗର୍ଭାବସ୍ଥା ସମୟରେ ଜଣେ ମହିଳା ଦିନକୁ ୩ ଲିଟର ପାଣି ପିଇବା ଜରୁରୀ। ଖାଲି ପାଣି ନୁହେଁ, ଏହି ସମୟରେ ମହିଳାମାନେ ଜଳୀୟ ପଦାର୍ଥ ମଧ୍ୟ ଖାଇବା ଆବଶ୍ୟକ। ଯାହା ଜନ୍ମ ହେବାକୁ ଥିବା ସନ୍ତାନର ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପଯୋଗୀ।

ଆବଶ୍ୟକ ମୁତାବକ ପାଣି ପିଇବାରେ ବ୍ୟତିକ୍ରମ ହେଲେ, ଗର୍ଭବତୀ ମହିଳାଙ୍କ ଶରୀରରେ ତାପାମାତ୍ରା ସନ୍ତୁଳନ ହରାଇପାରେ। କାରଣ ଗର୍ଭାବସ୍ଥାରେ ଜଣେ ମହିଳାଙ୍କ ଶରୀରରୁ ସ୍ୱାଭାବିକଠାରୁ ଅଧିକ ଉତ୍ତାପ ନିର୍ଗତ ହୋଇଥାଏ। ଯଦି ଏହି ତାପମାତ୍ରା ନିୟନ୍ତ୍ରଣରେ ନରୁହେ, ତେବେ ଗର୍ଭପାତର ଆଶଙ୍କା ଅଧିକ ଥାଏ।  ସେହିପରି ଗର୍ଭାବସ୍ଥାରେ ମହିଳାଙ୍କ ଶରୀରରେ ଜଳୀୟ ଅଂଶ ହ୍ରାସ ପାଇଲେ, ବିଭିନ୍ନ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ଥାଏ। ଗର୍ଭରେ ବଢ଼ୁଥିବା ପିଲାଙ୍କ ଉପରେ ମଧ୍ୟ ଏହା ଖରାପ ପ୍ରଭାବ ପକାଇଥାଏ। କାରଣ କମ୍‌ ପାଣି ପିଇବା ଯୋଗୁ ମହିଳାଙ୍କ ଶରୀରରେ ଅମ୍ନିଅଟିକ୍ ଫ୍ଲୁଇଡ୍‌ (Amniotic fluid)ର ସ୍ତର କମିଯାଏ।

ପାଣି ବ୍ୟତୀତ ଗର୍ଭବତୀ ମହିଳାମାନେ ଅଧିକ ଲିକ୍ୟୁଇଡ୍‌ଯୁକ୍ତ ଫଳର ଜୁସ୍‌ ମଧ୍ୟ ପିଇବା ଜରୁରୀ। ତେବେ ମନେ ରଖନ୍ତୁ, କୌଣସି ଫ୍ଲେବର୍‌ଯୁକ୍ତ ଫଳ ଜୁସ୍‌ ଗର୍ଭବତୀ ମହିଳାଙ୍କ ପାଇଁ କ୍ଷତିକାରକ ହୋଇପାରେ। ସେହିପରି ଗର୍ଭାବସ୍ଥା ସମୟରେ ଦିନକୁ ଗୋଟିଏ କପ୍‌ ସୁପ୍‌ ଓ ନିୟମିତ କ୍ଷୀର ପାନକଲେ, ଉଭୟ ମା’ ଓ ପିଲାଙ୍କ ପାଇଁ ଫାଇଦା ହୋଇଥାଏ।

ତେବେ ଏଠାରେ କହି ରଖୁଛୁ ଯେ, ଏହି ଏମ୍ୟୁନିଟିକ୍‌ ଫ୍ଲୁଇଡ୍‌ ଭ୍ରୁଣକୁ ମଜ୍‌ଭୁତ କରିବାରେ ସମହାୟକ ହୋଇଥାଏ। ପାଣି ବ୍ୟତୀତ ଗର୍ଭବତୀ ମହିଳାମାନେ ଲିକୁଇଡ୍‌ଯୁକ୍ତ ଖାଦ୍ୟ ଖାଇବା କଥା।  ବିଶେଷ କରି ଫଳ ଜୁସ୍‌କୁ ଭରପୂର ପିଇବା କଥା। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫ୍ଲେବର ଥିବା ଫ୍ରୁଟ୍‌ ଜୁସ୍‌ ପିଇବା କଥା ନୁହଁ। ଏହା ଶରୀର ପାଇଁ କ୍ଷତିକାରକ ହୋଇପାରେ। ସେହିପରି ଗର୍ଭାବସ୍ଥା ସମୟରେ ଦିନକୁ ଗୋଟିଏ କପ୍‌ ସୁପ୍‌ ଓ ନିୟମିତ କ୍ଷୀର ପାନକଲେ ଉଭୟ ମା ଓ ପିଲା ପାଇଁ ଫାଇଦା ହୋଇଥାଏ।



from Odisha Reporter https://ift.tt/2Myrazg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages