‘ଗୁରୁଙ୍କ ସ୍ଥାନ ଗୁଗୁଲ୍ କେବେ ନେଇପାରିବ ନାହିଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

‘ଗୁରୁଙ୍କ ସ୍ଥାନ ଗୁଗୁଲ୍ କେବେ ନେଇପାରିବ ନାହିଁ’

president

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡାକ୍ତରୀ ବିଦ୍ୟା ହେଉଛି ମହାନ ପେସା। ଏହି ପେସା ମିଶନ ହେଉ, କମିଶନ ନ ହେଉ। ଭୁବନେଶ୍ୱର ଏମ୍‌ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ।

ସେ କହିଛନ୍ତି- “ଭାରତର ଆତ୍ମା ଗାଁରେ ରହିଛି। ତେଣୁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ମିଳିବା ଦରକାର। ଡାକ୍ତରମାନଙ୍କୁ ଗ୍ରାମାଞ୍ଚଳରେ ସେବା କରିବାକୁ ପଡ଼ିବ।”

ଉପରାଷ୍ଟ୍ରପତି ଆହୁରି କହିଛନ୍ତି- “ମାଆ ମାଟି ଓ ମାତୃଭାଷାକୁ କେବେ ଭୁଲନ୍ତୁ ନାହିଁ। ଆମ ଜୀବନରେ ଗୁରୁଙ୍କ ଅତୁଳନୀୟ ଅବଦାନ ରହିଛି। ଗୁରୁଙ୍କ ସ୍ଥାନ ଗୁଗୁଲ୍ ନେଇ ପାରିବ ନାହିଁ।”

ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି କୃତୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ଓ ଡିଗ୍ରୀ ପ୍ରଦାନ କରିଛନ୍ତି।

ଏହି ଅବସରରେ ଏମ୍‌ସ ପରିସରରେ ନାଇଟ୍ ସେଲ୍ଟର୍, ବର୍ଣ୍ଣ ୟୁନିଟ୍‌ ଓ ଧର୍ମଶାଳାର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଉପରାଷ୍ଟ୍ରପତି ଏମ୍‌ସରେ କାର୍ଯ୍ୟକ୍ରମ ପରେ ସେ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରି ଯାଇଛନ୍ତି।



from Odisha Reporter https://ift.tt/2P1jRgb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages