ଫଟୋ ଛାଡ଼ି ଟ୍ରଲ୍‌ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 16, 2018

ଫଟୋ ଛାଡ଼ି ଟ୍ରଲ୍‌ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

HardikPandya

ଲଣ୍ଡନ୍‌: ଟିମ୍‌ ଇଣ୍ଡିଆର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସୋଶାଲ୍‌ ମିଡିଆରେ ଫଟୋ ଛାଡ଼ିବା ମହଙ୍ଗା ପଡ଼ିଛି। ଏହି ଫଟୋରେ ପାଣ୍ଡ୍ୟା କଳା ଗଞ୍ଜି ଓ ପ୍ୟାଣ୍ଟ୍‌ ସହ ଗୋଲ୍‌ କ୍ୟାପ୍‌ ଏବଂ ସନ୍‌ ଗ୍ଲାସ୍‌ ପିନ୍ଧି ବେଶ୍‌ ଷ୍ଟାଇଲିସ୍‌ ଦିଶୁଛନ୍ତି।

ତୃତୀୟ ଟେଷ୍ଟ୍‌ ପାଇଁ ଟିମ୍‌ ଇଣ୍ଡିଆ ନଟିଂହାମ୍‌ ଯିବା ପୂର୍ବରୁ ବୁଲାବୁଲି ବେଳେ ହାର୍ଦ୍ଦିକ ଏହି ଫଟୋଟି ଉଠାଇଛନ୍ତି।  ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ରେ ୦-୨ରେ ପଛୁଆ ରହିଛି, ଯାହାକୁ ନେଇ କ୍ରିକେଟ୍‌ ପ୍ରେମୀ ଏବେ ‘ବିରାଟ୍‌ ଆଣ୍ଡ କୋ’ ଉପରେ ଖପ୍ପା। ତୃତୀୟ ଟେଷ୍ଟ୍‌ରେ ଟିମ୍‌ ଇଣ୍ଡିଆ ଭଲ ପ୍ରଦର୍ଶନ କରିବ ବୋଲି ସମସ୍ତେ ଆଶା କରିଛନ୍ତି। ତେବେ ଅଭ୍ୟାସ ବଦଳରେ ପାଣ୍ଡ୍ୟା ଫଟୋ ଉଠାରେ ଅଯଥା ସମୟ ନଷ୍ଟ କରୁଛନ୍ତି ବୋଲି ସୋଶାଲ୍‌ ମିଡିଆରେ କିଛି ଲୋକ ଟିପ୍ପଣୀ ଦେଇଛନ୍ତି।

ଆଉ କେତେକ କହିଛନ୍ତି, ଦୁଇଟି ଯାକ ଟେଷ୍ଟ୍‌ରେ ବିଫଳ ହୋଇଥିବା ପାଣ୍ଡ୍ୟା ଫଟୋ ଉଠା ଛଡ଼ା ଆଉ କିଛି ଜାଣିନାହାନ୍ତି।

ପାଣ୍ଡ୍ୟାଙ୍କୁ ଚୟନକର୍ତ୍ତା ଅଲରାଉଣ୍ଡର ମାନ୍ୟତା ଦେବା ସହ କିଛି ଭାଷ୍ୟକାର ତାଙ୍କୁ କିମ୍ବଦନ୍ତୀ କପିଲ ଦେବଙ୍କ ସହ ମଧ୍ୟ ତୁଳନା କରୁଛନ୍ତି। କିନ୍ତୁ ପାଣ୍ଡ୍ୟା ଅଲ୍‌ରାଉଣ୍ଡର୍‌ ହେବାକୁ ଯୋଗ୍ୟ ନୁହନ୍ତି ବୋଲି କିଛି ଲୋକ ଟ୍ୱିଟ୍‌ କରିଛନ୍ତି।

ଅନ୍ୟପକ୍ଷରେ ଲର୍ଡସ୍‌ ଛାଡ଼ିବାରେ ଟିମ୍‌ ଇଣ୍ଡିଆ କାହିଁକି ବିଳମ୍ବ କଲା ବୋଲି କ୍ରିକେଟ୍‌ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ମଧ୍ୟ ପ୍ରଶ୍ନ କରିଛନ୍ତି। ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ସନ୍ଦୀପ ପାଟିଲ୍‌ ମଧ୍ୟଟିମ୍‌ ଇଣ୍ଡିଆ ବିଳମ୍ବରେ ନଟିଂହାମ୍‌ ଯାଇଥିବାରୁ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ଟିମ୍‌ ଇଣ୍ଡିଆ ୦-୨ରେ ପଛରେ ରହିଛି। ଏହି ସମୟରେ କଠିନ୍‌ ପରିଶ୍ରମ କରିବା ବଦଳରେ ଟିମ୍‌ ସଦସ୍ୟମାନେ ବୁଲିବା ପାଇଁ ଚାହୁଁଛନ୍ତି। ଏହା ଦୁଃଖର ବିଷୟ।

 



from Odisha Reporter https://ift.tt/2OEhCPE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages