‘ମୁଁ ହିରୋ’ ନା ଓଡ଼ିଆ ଯୁବକ ‘ଜିରୋ’ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

‘ମୁଁ ହିରୋ’ ନା ଓଡ଼ିଆ ଯୁବକ ‘ଜିରୋ’ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଏଠି ଏ ସବୁ ପ୍ରହସନ ଚାଲିଛି। ଭୁଲ୍‌ ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ‘ବିଜୁ ଯୁବ ବାହିନୀ’ ଗଠନ କଲେ। ଭୁଆଁ ବୁଲାଇଲା ଭଳି ‘ମୁଁ ହିରୋ’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବାସ୍ତବରେ ରାଜ୍ୟର ଯୁବକମାନେ ‘ଜିରୋ’ ଅବସ୍ଥାରେ ଅଛନ୍ତି। ଯଦି ସେମାନଙ୍କୁ ‘ହିରୋ’ କରିବାକୁ ଏତେ ଇଚ୍ଛା, ତା ହେଲେ ବେକାର ଯୁବକମାନଙ୍କୁ କର୍ମନିଯୁକ୍ତି ମିଳିଲେ ଭଲ ହୁଅନ୍ତା।’

ଏମିତି କହି ମୁଖ୍ୟମନ୍ତ୍ରୀଙ୍କ ‘ମୁଁ ହିରୋ’ କାର୍ଯ୍ୟକ୍ରମକୁ ତାଚ୍ଛଲ୍ୟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଖାଲି ନିରଞ୍ଜନ ନୁହଁନ୍ତି, ସେପଟେ ବିଜେପି ମଧ୍ୟ କହିଛି, ସରକାରୀ ଖର୍ଚ୍ଚରେ ଏହା ନିର୍ବାଚନ ପ୍ରଚାର।

ରାଜ୍ୟରେ ୧ ଲକ୍ଷ ୩୧ ହଜାର ପଦବୀ ଖାଲି ପଡ଼ିଥିବା ବେଳେ, ଏଥିରେ ବେକାର ଯୁବକମାନଙ୍କୁ ନିଯୁକ୍ତି ଦେଲେ ଭଲ ହୁଅନ୍ତା । ସମ୍ପ୍ରତି ରାଜ୍ୟରେ ୩୬ ଲକ୍ଷ ଯୁବକ କର୍ମ ନିଯୁକ୍ତି ପାଇଁ ଅପେକ୍ଷା କରି ରହିଛନ୍ତି। ୬୦ ଲକ୍ଷ ଯୁବକ ଓଡ଼ିଶା ବାହାରେ ପିଅନ, ଚପରାସି, ସିକ୍ୟୁରିଟି ଗାର୍ଡ ଭାବେ ଚାକିରି କରୁଥିବା ବେଳେ, ସେମାନଙ୍କୁ ରାଜ୍ୟରେ କର୍ମନିଯୁକ୍ତି ମିଳି ପାରୁନି। ଏଣୁ ତାଙ୍କ ଭିତରୁ କେତେଜଣଙ୍କୁ ସରକାର ‘ହିରୋ’ କରିବେ ସେ କଥା ପ୍ରଥମେ କୁହନ୍ତୁ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି।

ସେପଟେ ନିର୍ବାଚନ ପ୍ରଚାର ନାଁରେ ଏହା କେବଳ ଏକ ସ୍ଲୋଗାନ୍‌ ଏବଂ ସରକାରୀ ଖର୍ଚ୍ଚରେ ନିର୍ବାଚନ ପ୍ରଚାର ବୋଲି କହିଛନ୍ତି ବିଜେପି ଉପ-ସଭାପତି ସମୀର ମହାନ୍ତି।

ସୂଚନାଯୋଗ୍ୟ, ଆଜି ‘ମୁଁ ହିରୋ’ ନାଁରେ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ସରକାର। ଏହି କାର୍ଯ୍ୟକ୍ରମ ଅନୁସାରେ, ରାଜ୍ୟର ପ୍ରତି ବ୍ଳକ୍, ପ୍ରତି ପଞ୍ଚାୟତ, ଗାଁ ଗାଁ ବୁଲିବ ଭ୍ରାମ୍ୟମାଣ ଗାଡ଼ି। ଯେଉଁ ଯୁବକମାନେ ନିଜ ନିଜ ଅଞ୍ଚଳ ପାଇଁ ଭଲ କାମ କରୁଛନ୍ତି, ଲୋକଙ୍କ ସହ ଅଛନ୍ତି ସେମାନଙ୍କୁ ସ୍ଥାନୀୟ ହିରୋ ଭାବେ ପୁରସ୍କୃତ କରାଯିବ ବୋଲି ଯୋଜନା କରାଯାଇଛି।



from Odisha Reporter https://ift.tt/2MPniJx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages