୩୧ରେ ହେବ ବଲାଙ୍ଗିର ମେଡିକାଲ କଲେଜର ଉଦଘାଟନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

୩୧ରେ ହେବ ବଲାଙ୍ଗିର ମେଡିକାଲ କଲେଜର ଉଦଘାଟନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଗତ୨୫ତାରିଖରେ ବାଲେଶ୍ୱରରେ ଏମସ୍ ଭୁବନେଶ୍ୱରର ସାଟେଲାଇଟ୍ କେନ୍ଦ୍ରର ଶିଳାନ୍ୟାସ କରିବା ପରେ ରାଜ୍ୟ ସରକାର ମଧ୍ୟ ନିର୍ବାଚନକୁ ଦୃଷ୍ଟିରେ ରଖି ବଲାଙ୍ଗିର ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟନ କାର୍ଯ୍ୟକ୍ରମ ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୩୧ତାରିଖରେ ବଲାଙ୍ଗିର ଗସ୍ତରେ ଯାଇ ଜିଲ୍ଲା ମୁଖ୍ୟାଳୟରେ ଥିବା ନୂଆ ମେଡିକାଲ କଲେଜ ଓ ହସ୍ପିଟାଲକୁ ଉଦଘାଟନ କରିବେ।  ଏହା ସହିତ ମୁଖ୍ୟମନ୍ତ୍ରୀ ସେଠାରେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ଜିଲ୍ଲା ହସ୍ପିଟାଲରେ ହେବାକୁ ଥିବା ଉଦଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ବଲାଙ୍ଗୀର ଜିଲ୍ଲାର ସମସ୍ତ ବିଜେଡି ବିଧାୟକ ଓ ସାଂସଦଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ମୁଖ୍ୟମନ୍ତ୍ରୀଙ୍କର ବଲାଙ୍ଗୀର ଜିଲ୍ଲାକୁ ସରକାରୀ ଗସ୍ତ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2PHJFiz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages