ସାବଧାନ୍‌! ହ୍ୱାଟ୍‌ସଆପ୍‌ରେ ଘୂରି ବୁଲୁଛି ନୂଆ ଭାଇରସ୍‌, ଲିକ୍‌ ହୋଇପାରେ ଆପଣଙ୍କ ବ୍ୟାଙ୍କ୍ ଡାଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ସାବଧାନ୍‌! ହ୍ୱାଟ୍‌ସଆପ୍‌ରେ ଘୂରି ବୁଲୁଛି ନୂଆ ଭାଇରସ୍‌, ଲିକ୍‌ ହୋଇପାରେ ଆପଣଙ୍କ ବ୍ୟାଙ୍କ୍ ଡାଟା

ନୂଆଦିଲ୍ଲୀ: ଇନ୍‌ଷ୍ଟାଣ୍ଟ୍‌ ମେସେଜିଂ ଆପ୍‌ ହ୍ୱାଟ୍‌ସଆପ୍‌ ଉପରେ ଏବେ ହ୍ୟାକର୍‌ମାନଙ୍କ ନଜର ପଡ଼ିଛି।ଏହି ହ୍ୟାକର୍‌ମାନଙ୍କର କେତେକ ଦଳ ଏକ ନୂଆ ମୋବାଇଲ୍‌ ଆପ୍‌ ସାହାଯ୍ୟରେ ହ୍ୱାଟ୍‌ସଆପ୍‌ ବ୍ୟବହାରକାରୀଙ୍କ ତଥ୍ୟ ଚୋରାଇବା ପାଇଁ ଖୁବ୍‌ ଜୋର୍‌ରେ ଲାଗିପଡ଼ିଛନ୍ତି।

ଏଥିପାଇଁ ଏମାନେ ପ୍ରଥମେ ଏକ ଡକ୍ୟୁମେଣ୍ଟ୍‌ ପଠାଉଛନ୍ତି ଓ ଏହି ଡକ୍ୟୁମେଣ୍ଟ୍‌ ସାହାଯ୍ୟରେ ହ୍ୟାକର୍‌ମାନେ ହ୍ୱାଟ୍‌ସଆପ୍‌ ୟୁଜର୍‌ଙ୍କର ବ୍ୟାଙ୍କ୍‌ ସମ୍ପର୍କିତ ସମସ୍ତ ତଥ୍ୟ ଚୋରାଇ ନେଉଛନ୍ତି। ହ୍ୟାକର୍‌ମାନେ ବିଶ୍ୱସନୀୟ ସଂସ୍ଥା ନାଁରେ ଏମ୍‌ଏସ୍‌ ୱାର୍ଡ୍ ଓ ପିଡିଏଫ୍‌ ଫାଇଲ୍‌ ରୂପରେ ଏହି ଡକ୍ୟୁମେଣ୍ଟ୍‌ଗୁଡ଼ିକୁ ପଠାଉଛନ୍ତି। ଫଳରେ ୟୁଜର୍‌ଙ୍କୁ ଏହି ଡକ୍ୟୁମେଣ୍ଟ୍‌ଗୁଡ଼ିକ ଅରଜିନାଲ୍‌ ଲାଗିବ ଓ ସେମାନେ ତାଙ୍କ ଜାଲରେ ଫସି ପାରିବେ।


ହ୍ୟାକର୍‌ମାନଙ୍କ ଏଭଳି କାଣ୍ଡ ପାଇଁ ଭାରତର କେନ୍ଦ୍ରୀୟ ସୁରକ୍ଷା ସେବାଗୁଡ଼ିକ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ହ୍ୟାକର୍‌ମାନେ ପଠାଉଥିବା ଏହି ଭାଇରସ୍‌ ମୋବାଇଲ୍‌ କି ଟ୍ୟାବ୍‌ଲେଟ୍‌ ଉପରେ ଆକ୍ରମଣ କରୁଛି ନା ନାହିଁ, ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ତେବେ ଏ ନେଇ ହ୍ୱାଟ୍‌ସ୍‌ଆପ୍‌ କିଛି ପଦକ୍ଷେପ ନେଇଛି କି ନାହିଁ, ସେନେଇ ବି କୌଣସି ଖବର ନାହିଁ।

କେମିତି ରକ୍ଷା ପାଇବା: ଏଥିରୁ ରକ୍ଷା ପାଇବା ପାଇଁ ହେଲେ, ହ୍ୱାଟ୍‌ସଆପ୍‌ରେ ଆସୁଥିବା କୌଣସି ପ୍ରକାର ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ ନାହିଁ। ଏଥିସହିତ ଆପଣଙ୍କ ହ୍ୱାଟ୍‌ସଆପ୍‌ରେ ଯଦି ୱାର୍ଡ୍‌ ଫାଇଲ୍‌ କିମ୍ବା ପିଡିଏଫ୍‌ ଫାଇଲ୍‌ରେ କୌଣସି ଡକ୍ୟୁମେଣ୍ଟ୍‌ ଫରୱାର୍ଡ୍‌ ହୋଇ ଆସୁଛି, ତେବେ ଏହାକୁ ଡାଉନ୍‌ଲୋଡ୍‌ କରନ୍ତୁ ନାହିଁ। ଯଦି ଏପରି କୌଣସି ଡକ୍ୟୁମେଣ୍ଟ ଆସୁଛି, ତେବେ ତୁରନ୍ତ ଏହାକୁ ଡିଲିଟ୍‌ କରିଦିଅନ୍ତୁ।



from OdishaReporter https://ift.tt/2vtvGni

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages