ମିଡିଆ ଉପରେ ରାଗିଲେ ସୁପ୍ରିମକୋର୍ଟ, ଏହିସବୁ ପ୍ରସଙ୍ଗରେ ଲଗାଇଲେ ପ୍ରତିବନ୍ଧକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ମିଡିଆ ଉପରେ ରାଗିଲେ ସୁପ୍ରିମକୋର୍ଟ, ଏହିସବୁ ପ୍ରସଙ୍ଗରେ ଲଗାଇଲେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ବିହାର ଶେଲଟର୍‌ ହୋମ୍‌ ନାବାଳିକା ଦୁଷ୍କର୍ମ ମାମଲାରେ ଆଜି ସୁପ୍ରିମକୋର୍ଟ ମିଡିଆ ଉପରେ କ୍ଷୁବ୍ଧ ହୋଇଛନ୍ତି। ବୈଦ୍ୟୁତିକ ଗଣମାଧ୍ୟମ ବାରମ୍ବାର ପୀଡ଼ିତାଙ୍କ ବୟାନ ଏବଂ ପୀଡ଼ିତାଙ୍କ ସମ୍ପର୍କରେ ଖବର ପ୍ରସାରଣ କରୁଥିବାରୁ, ଏହା ଉପରେ ସର୍ବୋଚ୍ଚ ଅଦାଲତ ପ୍ରତିବନ୍ଧକ ଲଗାଇଛନ୍ତି।

ଏଥିସହ ଘଟଣା ସଂକ୍ରାନ୍ତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରିର୍ପୋଟ ତଲବ କରିଛନ୍ତି।

ସୁପ୍ରିମକୋର୍ଟ ନିଜ ଆଡ଼ୁ ବିହାର ମୁଜାଫରପୁର ଶେଲଟର୍‌ ଦୁଷ୍କର୍ମ ମାମଲାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲେ।

ଆଜି ଏହାର ଶୁଣାଣି କରି ଜଷ୍ଟିସ୍‌ ଏମ୍‌.ବି. ଲୋକୁର୍‌ ଓ ଜଷ୍ଟିସ୍‌ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ, କେନ୍ଦ୍ର ଓ ବିହାର ସରକାରଙ୍କୁ ନୋଟିସ୍‌ ପଠାଇ, ମିଡିଆ ଯେମିତି ପୀଡ଼ିତାଙ୍କ ସମ୍ପର୍କରେ ଖବର ପ୍ରସାରଣ ନ କରିବ, ସେକଥା ନିଶ୍ଚିତ କରିବାକୁ କହିଛନ୍ତି।

ଗଣମାଧ୍ୟମ ପୀଡ଼ିତାଙ୍କ ମୁହଁ ଲୁଚାଇ ଦେଖାଉଥିଲେ ମଧ୍ୟ, ଦୁଷ୍କର୍ମ ସମ୍ପର୍କରେ ବାରମ୍ବାର ଖବର ପ୍ରସାରଣ କରୁଥିବାରୁ ଏକ ଅଶୋଭନୀୟ ପରିସ୍ଥିତି ସୃଷ୍ଟି ହେଉଛି।

ମିଡିଆ ପୀଡ଼ିତାଙ୍କ ସହ ବାରମ୍ବାର ସାକ୍ଷାତକାର କରି ଘଟଣା ସମ୍ପର୍କରେ ସେମାନଙ୍କୁ ପଚାରିବା ଠିକ୍‌ ନୁହେଁ। ଏଥିରୁ ଗଣମାଧ୍ୟମ ଦୂରେଇ ରହିବା ଦରକାର ବୋଲି ଖଣ୍ଡପୀଠ କହିଛନ୍ତି। ସେହିପରି ଗଣମାଧ୍ୟମ ପୀଡ଼ିତାଙ୍କ ନାଁ କିମ୍ବା ତାଙ୍କ ଠିକଣା ପ୍ରଘଟ କରିପାରିବ ନାହିଁ।

ଏହାଦ୍ୱାରା ପୀଡ଼ିତାଙ୍କ ସମ୍ମାନ ଉପରେ ଆଞ୍ଚ ଆସୁଛି ବୋଲି ଖଣ୍ଡପୀଠ କହିଛନ୍ତି।

ଖଣ୍ଡପୀଠ ଆହୁରି କହିଛନ୍ତି, ଘଟଣାର ତଦନ୍ତକାରୀ ଏଜେନ୍ସି ପ୍ରଫେସନାଲ୍‌ କାଉନ୍‌ସିଲର୍‌ ଓ ଅଭିଜ୍ଞ ଶିଶୁ ମାନସିକ ବିଶେଷଜ୍ଞଙ୍କ ସହାୟତାରେ, ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କୁ ପ୍ରଶ୍ନ କରିବା ଦରକାର।

ଏହାବାଦ୍‌ ସିବିଆଇ ଶେଲଟର୍‌ ହୋମ୍‌ର ଫରେନ୍‌ସିକ୍‌ ଯାଞ୍ଚ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୭ରେ ହେବ।

 



from OdishaReporter https://ift.tt/2n3CVyj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages