ସେପ୍ଟେମ୍ବର ୨୫ରୁ ଜନ ଆରୋଗ୍ୟ ଯୋଜନା: ୧୦ କୋଟି ପରିବାରକୁ ମିଳିବ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

ସେପ୍ଟେମ୍ବର ୨୫ରୁ ଜନ ଆରୋଗ୍ୟ ଯୋଜନା: ୧୦ କୋଟି ପରିବାରକୁ ମିଳିବ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା

ନୂଆଦିଲ୍ଲୀ: ଆଜି ୭୨ ତମ ସ୍ୱାଧିନତା ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲାରେ ଜାତୀୟ ପତାକା ଉଡାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଲାଲକିଲ୍ଲାରୁ ରାଷ୍ଟ୍ରକୁ ସମ୍ବୋଧନ କରି ସେ ‘ନିଜକୁ ଧନ୍ୟ ମଣିବା’ ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି।

ସେ କହିଛନ୍ତି, ଭାରତୀୟ ସମ୍ବିଧାନ ପ୍ରତ୍ୟେକ ଦେଶବାସୀଙ୍କୁ ସମାନ ସାମାଜିକ ଅଧିକାର ଓ ନ୍ୟାୟ ପ୍ରଦାନ କରଛି। ଭାରତର ଦ୍ରୁତ ବିକାଶ ପାଇଁ ପ୍ରତି ନାଗରିକଙ୍କୁ ସାମାଜିକ ନ୍ୟାୟ ମିଳିବା ନେଇ ଆମେ ପ୍ରତିଶ୍ରୁତିବଦ୍ଧ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

ଆସନ୍ତା ବର୍ଷ ବୈଶାଖୀରେ ପଞ୍ଜାବର ଜାଲିଆନାଓ୍ୱାଲାବାଗ ଗଣହତ୍ୟାକୁ ୧୦୦ ବର୍ଷ ପୂରଣ ହେବ। ଏହି ମହାନ ସଂଗ୍ରାମରେ ଯେଉଁମାନେ ପ୍ରାଣବଳି ଦେଇଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ମୋଦି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ସେ ତାଙ୍କ ଅଭିଭାଷଣରେ କିଛି ନୂଆ ଜନହିତକାରୀ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଛନ୍ତି।

ସେପ୍ଟେମ୍ବର ୨୫ରୁ ସାରା ଦେଶରେ ଜନ ଆରୋଗ୍ୟ ଯୋଜନା ‘ଆୟୁଷ୍ମାନ ଭାରତ’ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନରେ ଏହି ଯୋଜନା ଲାଗୁ ହେବାକୁ ଯାଉଛି ବୋଲି ସେ  କହିଛନ୍ତି।

‘ମୋଡି କେୟାର’ ନାମରେ ପରିଚିତ ଏହି ବିଶାଳ ଯୋଜନାରେ ୧୦କୋଟିରୁ ଉର୍ଦ୍ଧ ଗରିବ ପରିବାର ଉପକୃତ ହେବାକୁ ଯାଉଛନ୍ତି। ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ମିଳିବ।

୨୦୨୨ ସୁଦ୍ଧା ସମସ୍ତ ଭାରତୀୟଙ୍କୁ ବାସଗୃହ ଯୋଗାଇ ଦିଆଯିବ ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି।

୨୦୨୨ମସିହା ବେଳକୁ ଯେତେବେଳେ ଦେଶ ତା’ର ସ୍ଵାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରୁଥିବ ସେତେବେଳେ ଭାରତର ଜଣେ ପୁତ୍ର ବା କନ୍ୟା ହାତରେ ତ୍ରିରଙ୍ଗା ଧରି ମହାକାଶ ଯାତ୍ରା କରିବ ବୋଲି ମୋଡି କହିଛନ୍ତି। ଏପରି ହେଲେ, ଆମେରିକା, ରୁଷ ଓ ଚାଇନା ପରେ ମହାକାଶକୁ ମାନବ ପଠାଇଥିବା ବିଶ୍ଵର ଚତୁର୍ଥ ରାଷ୍ଟ୍ର ହେବ ଭାରତ।

ଏଥିସହ ସେନାରେ ମହିଳାମାନଙ୍କ ନିଯୁକ୍ତି ପାଇଁ ଏକ ସ୍ଥାୟୀ କମିଶନ୍‌ର ଘୋଷଣା କରିଛନ୍ତି ମୋଦି। ଯାହାଦ୍ୱାରା ମହିଳାମାନେ ମଧ୍ୟ ପୁରୁଷମାନଙ୍କ ପରି ପ୍ରତିରକ୍ଷା କ୍ଷେତ୍ରରେ ଦେଶ ପାଇଁ ସେବା କରିପାରିବେ।

ଶର୍ଟ ସର୍ଭିସ୍‌ କମିଶନରେ ଚୟନ ହୋଇଥିବା ମହିଳାମାନଙ୍କ ପାଇଁ ଏହି ଘୋଷଣା କରିଛନ୍ତି। ଯାହାଦ୍ୱାରା ମହିଳାମାନେ ଅଧିକ ସମୟ ସେନାରେ କାମ କରିପାରିବେ।



from OdishaReporter https://ift.tt/2MpD9hx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages