ମୂଷା ଦେହରେ ସୋୟାବିନ୍‌ ଗଛ, ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ମୂଷା ଦେହରେ ସୋୟାବିନ୍‌ ଗଛ, ଆଶ୍ଚର୍ଯ୍ୟ ଲାଗିଲେ ବି ସତ !

rat

ଭୋପାଳ: ପିଲାବେଳେ ଆପଣ କଇଁଆ କିମ୍ୱା ତରଭୁଜ ଖାଇବା ସମୟରେ ମଞ୍ଜି ଖାଇବାକୁ ଭୟ କରିଥାଉ। ମଞ୍ଜି ପେଟକୁ ଚାଲିଗଲେ ପେଟରେ ଗଛ ଉଠିବା ଧାରଣା ରହିଥାଏ। ଥରେ ଚିନ୍ତା କରନ୍ତୁ, ଯଦି ଏହା ସତରେ ସମ୍ଭବ ହେବ! ଆଜ୍ଞା ହଁ, ଆପଣ ଠିକ୍‌ ଭାବୁଛନ୍ତି। ଏହା ବାସ୍ତବରେ ହିଁ ଘଟିଛି। ମଧ୍ୟପ୍ରଦେଶର ରତଲାମ୍‌ ଅଞ୍ଚଳରେ ଏହି ଘଟଣା ଘଟିଛି। ସେ ପୁଣି ମଣିଷ ନୁହେଁ, ଏକ ମୂଷା ଦେହରେ ଉଠିଛି ସୋୟାବିନ୍‌ ଗଛ।
ଘଟଣାଟି ଏପରି
ମଧ୍ୟପ୍ରଦେଶର ରତଲାମ୍‌ ଅଞ୍ଚଳରେ ଦାତାର୍‌ ସିଂହ ନାମକ ଜଣେ କୃଷକ ତାଙ୍କ ବିଲରେ ସୋୟାବିନ୍‌ ଚାଷ କରିବା ପାଇଁ ମଞ୍ଜି ବୁଣିଥିଲେ। ଚାରା ହେବା ପରେ ଅଗଷ୍ଟ ୭ରେ ସେ କୀଟନାଶକ ଔଷଧ ପକାଇବା ପାଇଁ ବିଲରେ ପହଞ୍ଚିଥିଲେ।

ସେଠାରେ ସେ ଏକ ମୂଷାକୁ  ଅଦ୍ଭୁତ ଅବସ୍ଥାରେ ଦେଖିଥିଲେ। ତା’ ଦେହରେ ଏକ ସୋୟାବିନ୍‌ ଗଛ ଉଠିଥିବା ଦେଖିବାକୁ ମିଳିଥିଲା। ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ।  କେବଳ ଏତିକି ନୁହେଁ, ଏହି ଗଛ ବଡ଼ ମଧ୍ୟ ହୋଇଯାଇଛି।

CL-COMPOSITE-ratମୂଷାର ବେକରେ ଏହି ଚାରା ଗଛ ଉଠି ସେଥିରେ ମାଟି ମଧ୍ୟ ଲାଗିଛି। ଦାତାର ସିଂହ ଏହି ମୂଷାର ଭିଡିଓକୁ ସୋଶାଲ୍‌ ମିଡିଆରେ ସେୟାର୍‌ କରିଛନ୍ତି।
ପରେ ସେ ମୂଷାଟିକୁ ଘରକୁ ଆଣି ତା’ର ଦେହରୁ ଗଛକୁ ଅଲଗା କରିଥିଲେ। ମୂଷାଟିର ଏପରି ଅବସ୍ଥା ଦେଖି ବୈଜ୍ଞାନିକ ଏବଂ କୃଷି ବିଜ୍ଞାନୀ ମଧ୍ୟ ଚିନ୍ତାରେ ପଡ଼ିଥିଲେ।

ବିଶେଷଜ୍ଞଙ୍କ ମତ ଅନୁସାରେ, ସୋୟାବିନ୍‌ ମଞ୍ଜି ବୁଣିବା ସମୟରେ ଏହି ମୂଷାଟି ଆଘାତ ଅବସ୍ଥାରେ ଥିଲା ଏବଂ ସେହି ଆଘାତ ସ୍ଥାନରେ ସୋୟାବିନ୍‌ ମଞ୍ଜି ରହିଯିବାରୁ ଏପରି ହୋଇଛି। ଏହା ସହିତ ଆଘାତ ପାଇ ମାଟିରେ ରହିବା କାରଣରୁ ଚାରା ଗଛଟି ମୂଷା ଶରୀରରୁ ବାହାରି ଆସିଛି।image2

ବିଶେଷଜ୍ଞ ଆହୁରି ମଧ୍ୟ କହିଛନ୍ତି, ମୂଷା ଅନେକ ଦିନ ପର୍ଯ୍ୟନ୍ତ ନଖାଇ ରହିପାରିବ। ଚାରା ଗଛଟି ବଡ଼ ହେବା ପାଇଁ ମୂଷା ଶରୀରରେ ଥିବା ପୋଷକ ତତ୍ତ୍ୱକୁ ବ୍ୟବହାର କରିଛି। ଏହି ମୂଷା ଏବେ ସେଠାରେ ଚର୍ଚ୍ଚାର ବିଷୟ ପାଲଟିଛି।



from OdishaReporter https://ift.tt/2B9M5Dx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages