ସ୍ତ୍ରୀକୁ ନିର୍ଯାତନା ଦେଇ ବନ୍ଧା ହେଲା ଡନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ସ୍ତ୍ରୀକୁ ନିର୍ଯାତନା ଦେଇ ବନ୍ଧା ହେଲା ଡନ୍‌

ବଲାଙ୍ଗିର (ସସ୍ମିତା ସାହୁ): ପୁଣି ଚର୍ଚ୍ଚାରେ ଡନ୍‌ ଟିମନ୍‌ କୁମ୍ଭାର। ନିଜ ସ୍ତ୍ରୀକୁ ନିର୍ଯାତନା ଅଭିଯୋଗରେ ଟାଉନ୍‌ ପୁଲିସ ତାଙ୍କୁ ଆଜି ଗିରଫ କରିଛି। ଆଗରୁ ଦାଦାବଟି ଅସୁଲି, ମାଡ଼ପିଟ୍‌, ଜମି ଜବରଦଖଲ ଓ ହତ୍ୟା ଅଭିଯୋଗରେ ଗିରଫ ହୋଇ ଜାମିନରେ ଆସିଥିଲା ଟିମନ୍‌।

ଜାମିନ୍‌ରେ ଆସିବା ପରେ ଟିମନ୍‌ ଜଣେ ମହିଳାଙ୍କ ସହିତ ପ୍ରେମ ସଂପର୍କ ରଖିଥିବା ନେଇ ତାଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ। ପ୍ରେମିକାର କଥାରେ ପଡ଼ି ଟିମନ୍‌ ବାରମ୍ବାର ନିଜ ସ୍ତ୍ରୀକୁ ନିର୍ଯାତନା ଦେଉଥିବା ଏତଲାରେ ଦର୍ଶାଯାଇଛି।

ଗତ ଜୁଲାଇ ୧୭ ତାରିଖରେ ଟିମନ ନିଜ ସ୍ତ୍ରୀ ପୁନମ୍‌ କୁମ୍ଭାରଙ୍କୁ ହତ୍ୟା ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ୍ ଆସି ତାଙ୍କୁ ଉଦ୍ଧାର କରିଥିଲା। ସେଦିନ ଟାଉନ ଥାନାରେ ସ୍ୱାମୀଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ ପୁନମ୍‌। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ଟାଉନ୍‌ ଥାନା ପୁଲିସ ଟିମନକୁ ଗିରଫ କରିଛି।



from Odisha Reporter https://ift.tt/2OZo9EV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages