ବାଜପେୟୀଙ୍କ ଭୁବନେଶ୍ୱର ଶ୍ରଦ୍ଧାଞ୍ଜଳି ସଭାକୁ ନବୀନ ଯିବେ ତ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ବାଜପେୟୀଙ୍କ ଭୁବନେଶ୍ୱର ଶ୍ରଦ୍ଧାଞ୍ଜଳି ସଭାକୁ ନବୀନ ଯିବେ ତ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାର ବାଜପେୟୀଙ୍କ ସ୍ମୃତିରେ ରାଜ୍ୟ ବିଜେପି ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେଉଥିବା ସାର୍ବଜନୀନ ଓ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାର ନିମନ୍ତ୍ରିତ ଅତିଥିଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି।

ରାଜ୍ୟ ବିଜେପି ପକ୍ଷରୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସବୁ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଉଥିବା ବେଳେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାକୁ ଯିବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର।

ଦଳର ମୁଖପାତ୍ର ଗୋଲକ ମହାପାତ୍ରଙ୍କ କହିବା ଅନୁସାରେ, କଂଗ୍ରେସ, ବିଜେଡି,ସିପିଆଇ,ସିପିଏମ୍ ଆଦି ସବୁ ଦଳର ନେତାଙ୍କୁ ଭେଟି ୨୪ ତାରିଖ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅନୁରୋଧ କରାଯାଉଛି। ଏହି କ୍ରମରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।

ତେବେ ୨୪ ତାରିଖରେ ଦିବଂଗତ ବାଜପେୟୀଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଉଦ୍ଦେଶ୍ୟରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ କି ନାହିଁ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଯଦିଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଜପେୟୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖିବାକୁ ଦିଲ୍ଲୀ ଗସ୍ତ କରିଥିଲେ ଓ ତାଙ୍କର ଶେଷକୃତ୍ୟରେ ସାମିଲ ହୋଇଥିଲେ, ତଥାପି ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କର ଯୋଗ ଦେବାର ସମ୍ଭାବନା କ୍ଷୀଣ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି।

“ବାଜପେୟୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଯଥେଷ୍ଟ ସମ୍ମାନ ରହିଛି। କିନ୍ତୁ ଯେହେତୁ ବିଜେପି ଏଠାରେ କାର୍ଯ୍ୟକ୍ରମ ଆୟୋଜନ କରୁଛି ତେଣୁ ବିଜେଡି ତା’ର ପ୍ରତିନିଧି ଦଳ ପଠାଇପାରେ। ମାତ୍ର ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନି। ବିଜେପିର ନିମନ୍ତ୍ରଣ ପତ୍ର ମଧ୍ୟ ଏ ପର୍ଯ୍ୟନ୍ତ ମିଳିନି। ତାହା ମିଳିବା ପରେ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ” ବୋଲି ବିଜେଡିର ଏହି ବରିଷ୍ଠ ନେତା କହିଛନ୍ତି।



from Odisha Reporter https://ift.tt/2MrIBBp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages