ରାସ୍ତା ମଝିରେ ବଲିଉଡ୍‌ ଗୀତ ଗାଇ ସୁଷମାଙ୍କୁ ସର୍‌ପ୍ରାଇଜ୍‌ କରିଦେଲେ ବିଦେଶିନୀ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ରାସ୍ତା ମଝିରେ ବଲିଉଡ୍‌ ଗୀତ ଗାଇ ସୁଷମାଙ୍କୁ ସର୍‌ପ୍ରାଇଜ୍‌ କରିଦେଲେ ବିଦେଶିନୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ‘ଇଚକ ଦାନା, ବିଚକ ଦାନା… ଦାନେ ଉପର ଦାନା… ଇଚକ୍‌ ଦାନା…। ୬୦-୭୦ ଦଶକର ଯୋଡ଼ି ରାଜ କପୁର ଏବଂ ନର୍ଗିସ ଦତ୍ତଙ୍କ କ୍ଲାସିକ୍ ହିନ୍ଦୀ ଫିଲ୍ମ ‘ଶ୍ରୀ ୪୨୦’ର ଏହି ଗୀତ ବେଶ ଲୋକପ୍ରିୟ । ବଲିଉଡ୍‌ର ଏହି ଏଭରଗ୍ରୀନ୍‌ ଗୀତକୁ ଯଦି କେହି ଜଣେ ବିଦେଶୀ ନାଗରିକ ଗାଇ ଶୁଣାଇବେ ତେବେ ଆପଣଙ୍କୁ କେମିତି ଅନୁଭବ ହେବ। ହଁ ଉଜ୍‌ବେକ୍‌ସ୍ଥାନର ବିଚ୍‌ ସଡ଼କରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ୍‌ଙ୍କୁ  ଏମିତି ଜଣେ ବିଦେଶୀ ପ୍ରଂଶସକ ମିଳିଯାଇଥିଲେ।

ଆଉ ସେହି ବିଦେଶିନୀଙ୍କ ମୁହଁରୁ ଭାସି ଆସିଥିବା ଏହି ହିନ୍ଦୀ ଗୀତ ସୁଷମାଙ୍କ ହୃଦୟକୁ ବେଶ ଛୁଇଁପାରିଥିଲା। ଏନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର ଏକ ଭିଡିଓ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି।  ଯେଉଁ ଭିଡିଓରେ ସମ୍ପୃକ୍ତ ବିଦେଶିନୀ ଉକ୍ତ ଗୀତଟି ଗାଉଥିବା ଏବଂ ପାଖରେ ସୁଷମା ଛିଡ଼ା ହୋଇଥିବା ଦୃଶ୍ୟ ରହିଛି। ତେବେ ଏହି ଭିଡିଓରେ ବଲିଉଡ୍‌ର କୌଣସି ସୀମା ନାହଁ (“Bollywood knows no boundaries! ) ବୋଲି କ୍ୟାପ୍ସନ୍‌ ରହିଛି ।

‘ଇଚକ ଦାନା, ବିଚକ ଦାନା ଗୀତକୁ ବୋଲିଥିବା ସେହି ମହିଳାଙ୍କୁ ସଲାମ ବୋଲି ଟ୍ୱିଟ୍‌ କରାଯାଇଛି। ସୁଷମା ତାଙ୍କ ଉଜ୍‌ବେକ୍‌ସ୍ଥାନ ଗସ୍ତ ବେଳେ ଏହି ଭିଡିଓ ସୁଟ୍‌ ହୋଇଥିବା ଜଣାପଡ଼ିଛି। ତେବେ ଯେଉଁ ସ୍ଥାନରେ ଏହି ଭିଡିଓ ସୁଟ୍‌ ହୋଇଛି ସେଠି ରାଜ୍‌ କପୁର ଏବଂ ନର୍ଗିସ ଘରେ ଘରେ ପରିଚିତ।

ସୂଚନାଅନୁଯାୟୀ ବୈଦେଶିକ ସମ୍ପର୍କକୁ ମଜଭୁତ୍‌ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ପାଇଁ ସୁଷମା ୩ଟି ମଧ୍ୟଏସୀୟ ଦେଶ ତଥା କାଜକୀସ୍ଥାନ୍‌, କ୍ୟାର୍‌ଗିସ୍ଥାନ୍ ଏବଂ ଉଜ୍‌ବେକିସ୍ଥାନ୍‌ ଗସ୍ତରେ ଅଛନ୍ତି । ଏହି ଅବସରରେ ସେ ଉଜ୍‌ବେକିସ୍ଥାନ୍‌ ଯାଇଥିବା ବେଳେ ସମ୍ପୃକ୍ତ ମହିଳାଙ୍କ ସହ ଭେଟ ହୋଇଥିଲା। ଆଉ ସେହି ମହିଳାଙ୍କ ହିନ୍ଦୀ ଗୀତ ସୁଷମାଙ୍କୁ ଚମତ୍କୃତ କରିଦେଇଛି। ତେବେ ଦୃଶ୍ୟମାନ ହେଉଥିବା ଭିଡିଓରେ ସୁଷମା ସମ୍ପୃକ୍ତ ମହିଳାଙ୍କୁ ଖୁସିରେ ଆଲିଙ୍ଗନ କରୁଥିବା ଦେଖାଯାଇଛି।



from OdishaReporter https://ift.tt/2vE22LX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages