ଖୁବ୍‌ଶୀଘ୍ର ବଜାରକୁ ଆସୁଛି ମହିନ୍ଦ୍ରାର ୩ ଚକିଆ ସ୍କୁଟର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 28, 2018

ଖୁବ୍‌ଶୀଘ୍ର ବଜାରକୁ ଆସୁଛି ମହିନ୍ଦ୍ରାର ୩ ଚକିଆ ସ୍କୁଟର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଭାରତୀୟ ଅଟୋମୋବାଇଲ୍ ବଜାରରେ ‘ମହିନ୍ଦ୍ରା’ ଏକ ଚର୍ଚ୍ଚିତ ନାଁ। ଏହି ନାମୀ କମ୍ପାନୀ ଏବେ ଏପରି ଏକ ତିନିଚକିଆ ସ୍କୁଟର୍‌ ତିଆରି କରିଛି, ଯାହା ଗ୍ରାହକଙ୍କୁ କାର୍‌ ଚଳାଇବା ଭଳି ଅନୁଭବ ଦେବ।

କୁହାଯାଉଛି, ‘ମହିନ୍ଦ୍ରା’ ନିର୍ମାଣ କରିଥିବା ଏହି ତିନିଚକିଆ ସ୍କୁଟର୍‌ରେ ଗ୍ରାହକଙ୍କ ପାଇଁ ଅନେକ ଫିଚର୍ ରହିଛି।

ଏହି ନିଆରା ସ୍କୁଟର୍‌ରେ ୪୦୦ସିସିର ଇଞ୍ଜିନ୍‌ ଲାଗିଛି। ଆଉ ସ୍ପିଡ୍‌ କଥା କହିଲେ, ଏହି ତିନିଚକିଆ ସ୍କୁଟର୍‌ ସ୍ପୋର୍ଟ୍‌ସ୍‌ ବାଇକ୍‌କୁ ବି ମାତ୍‌ ଦେଇପାରିବ। ଏଥିରେ ୩୫ ଭିଏଚ୍‌ପିର ଇଞ୍ଜିନ୍ ସହ ୩୮ ନ୍ୟଟୁନ୍‌ ମିଟର୍‌ ଟର୍କ୍‌ ଜେନେରେଟିଂ କ୍ଷମତା ରହିଛି ଯାହା କି ଗାଡ଼ିର ସ୍ପିଡ୍‌ ବଢ଼ାଇଥାଏ। ଏହି ସ୍କୁଟର୍‌ରେ ଅପ୍‌ଗ୍ରେଡ୍‌ ମଡେଲ୍‌ର ବ୍ରେକିଂ ସିଷ୍ଟମ୍, ଏବିଏସ୍‌ କଣ୍ଟ୍ରୋଲ୍‌ ମିଳିବ, ଯାହା କି ଇନ୍‌ଷ୍ଟାଣ୍ଟ୍‌ ବ୍ରେକିଂରେ ସହାୟକ ହେବ।

୩ ଚକା ବିଶିଷ୍ଟ ଏହି ନିଆରା ସ୍କୁଟର୍‌ କିନ୍ତୁ ଭାରତୀୟ ବଜାରକୁ ଆସିବା ପାଇଁ ଆଉ କିଛି ଦିନ ସମୟ ଲାଗିବ। କାରଣ କମ୍ପାନୀ, ଏଯାଏ ସ୍କୁଟର୍‌ଟିକୁ ଭାରତରେ ଲଞ୍ଚ୍‌ କରିବା ପାଇଁ କୌଣସି  ନିର୍ଦ୍ଦିଷ୍ଟ ଘୋଷଣା କରିନାହିଁ।

ତେବେ ଭାରତୀୟ ବଜାରକୁ ଆସିବା ମାତ୍ରେ ଏହି ନିଆରା ତିନିଚକିଆ ସ୍କୁଟର୍‌ ଗ୍ରାହକଙ୍କୁ ଆକୃଷ୍ଟ କରିବ ବୋଲି କମ୍ପାନୀ ଆଶା ରଖିଛି।



from Odisha Reporter https://ift.tt/2BT9YiR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages