ବିନା ବାଧାରେ ଷ୍ଟାଲିନ୍‌ ହେଲେ ଡିଏମକେ ସଭାପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 28, 2018

ବିନା ବାଧାରେ ଷ୍ଟାଲିନ୍‌ ହେଲେ ଡିଏମକେ ସଭାପତି

ଚେନ୍ନାଇ: ଦିବଂଗତ ଡିଏମକେ ମୁଖ୍ୟ ଏମ କରୁଣାନିଧିଙ୍କ ସାନପୁଅ ଏମକେ ଷ୍ଟାଲିନ୍‌ ବିନା ବାଧାରେ ଆଜି ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରାୟ ୫୦ ବର୍ଷ ଧରି ଏହି ପଦରେ ତାଙ୍କ ପିତା ଏମ କରୁଣାନିଧି ଅଧିଷ୍ଠିତ ଥିଲେ।

କରୁଣାନିଧି ୧୯୬୯ରେ ଡିଏମକେ ସଭାପତି ହୋଇଥିଲେ।  ତାଙ୍କ ମୃତ୍ୟୁ ପରେ ଏହି ପଦବୀ ଖାଲି ପଡ଼ିଥିଲା। ଆଜି ଦଳର ସାଧାରଣ ପରିଷଦ ବୈଠକରେ ଡିଏମକେ ସଭାପତି ପଦ ପାଇଁ ନିର୍ବାଚନ ହୋଇଥିଲା। ଷ୍ଟାଲିନ୍‌ଙ୍କ ପାଇଁ ୧୩୦୭ ନାମାଙ୍କନ ଦାଖଲ ହୋଇଥିବା ବେଳେ ତାଙ୍କ ବିରୋଧରେ କେହି ବି ପ୍ରାର୍ଥୀ ହୋଇ ନଥିଲେ।

ଯେହେତୁ ଷ୍ଟାଲିନ୍‌ଙ୍କ ବିରୋଧରେ କେହି ପ୍ରାର୍ଥୀ ହୋଇ ନଥିଲେ, ତେଣୁ ସେ ନିର୍ଦ୍ୱନ୍ଦ୍ୱରେ ଦଳର ସଭାପତି ହୋଇଛନ୍ତି ବୋଲି ଡିଏମକେ ସାଧାରଣ ସମ୍ପାଦକ କେ ଅନଭାଝାଗନ ସୂଚନା ଦେଇଛନ୍ତି।

ସେହିପରି ବରିଷ୍ଠ ଡିଏମକେ ନେତା ଏସ୍‌ ଦୁରାଇମୁରଗାନ୍‌ ଡିଏମକେର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

ଏହା ପୂର୍ବରୁ କରୁଣାନିଧିଙ୍କ ବଡ଼ ପୁଅ ଏମକେ ଆଲାଗିରି ଡିଏମକେ ସଭାପତି ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେ କହିଥିଲେ ଦଳର ପୁରୁଖା ନେତା ଓ କର୍ମୀ ତାଙ୍କୁ ସମର୍ଥନ କରୁଛନ୍ତି।  ଏହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଥିଲା।

ଷ୍ଟାଲିନ ନିର୍ବାଚିତ ଘୋଷିତ ହେବା ପରେ ଡିଏମକେ ଅଫିସରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ଆଲାଗିରି ଓ ତାଙ୍କ ସମର୍ଥକ ଷ୍ଟାଲିନ ନିର୍ବାଚିତ ହେବା ଘଟଣାରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି।

ଭବିଷ୍ୟତରେ ଆଲାଗିରି ତାଙ୍କ ସାନଭାଇ ଷ୍ଟାଲିନ ପାଇଁ ଆହ୍ଵାନମୂଳକ ପରିସ୍ଥିତି ସୃଷ୍ଟି କରିବାକୁ ଉଦ୍ୟମ କରିବାର ଯଥେଷ୍ଟ ସମ୍ଭାବନା ରହିଥିବା କୁହାଯାଉଛି। ତେବେ ପୂର୍ବରୁ କରୁଣାନିଧି  ଆଲାଗିରୀଙ୍କୁ ଦଳରୁ ବହିଷ୍କାର କରିବା ସଙ୍ଗେସଙ୍ଗେ ଷ୍ଟାଲିନ ତାଙ୍କର ଉତ୍ତରାଧିକାରୀ ବୋଲି ସ୍ପଷ୍ଟ ସୂଚନା ଦେଇଥିବାରୁ ଦଳର ନେତା ଓ କର୍ମୀ ତାଙ୍କୁ ହିଁ ସଭାପତି ଭାବେ ଦେଖିବାକୁ ଚାହୁଁଥିଲେ।

 



from Odisha Reporter https://ift.tt/2ogRJKB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages