
ନୂଆଦିଲ୍ଲୀ: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଘନିଷ୍ଠ ସହଯୋଗୀ ତଥା ରାଜ୍ୟସଭା ସାଂସଦ ଅହମ୍ମଦ ପଟେଲ୍ ପାଖାପାଖି ଦୁଇ ଦଶନ୍ଧି ପରେ କଂଗ୍ରେସ୍ କୋଷାଧ୍ୟକ୍ଷ ପଦକୁ ଫେରିଛନ୍ତି। ସେ ବର୍ତ୍ତମାନ କୋଷାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ମୋତିଲାଲ ଭୋରାଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି।
ଆଜି ଅହମ୍ମଦ ପଟେଲ୍ଙ୍କ ୬୯ତମ ଜନ୍ମ ଦିନ ହୋଇଥିବା ବେଳେ ତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉପହାର ସ୍ୱରୂପ କୋଷାଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଛନ୍ତି। କଂଗ୍ରେସ ୱାର୍କିଂ କମିଟିର ସଦସ୍ୟ ଥିବା ଅହମ୍ମଦ ପଟେଲ ପୂର୍ବରୁ ୧୯୯୬ରୁ ୨୦୦୦ ମସିହା ପର୍ଯ୍ୟନ୍ତ କଂଗ୍ରେସର କୋଷାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।
ସେହିପରି ମୋତିଲାଲ ଭୋରାଙ୍କୁ କଂଗ୍ରେସର ସାଧାରଣ ସମ୍ପାଦକ(ପ୍ରଶାସନ) ଦାୟିତ୍ୱ ଦିଆଯାଇଛି। ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମାଙ୍କୁ ଦଳର ବୈଦେଶିକ ବ୍ୟାପାର ବିଭାଗର ଅଧ୍ୟକ୍ଷ କରାଯାଇଛି। ପୂର୍ବତନ ବାଚସ୍ପତି ମୀରା କୁମାର ସିଡବ୍ଲ୍ୟୁସିର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ହୋଇଛନ୍ତି।
୨୦୧୪ ନିର୍ବାଚନରେ କଂଗ୍ରେସ ପରାସ୍ତ ହେବା ପରେ ଦଳର ଆର୍ଥିକ ସ୍ଥିତି ଦୁର୍ବଳ ରହିଛି। ତେଣୁ ଅହମ୍ମଦ ପଟେଲ୍ଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ ହେବ।
from Odisha Reporter https://ift.tt/2N83HRM
No comments:
Post a Comment