ନିରଞ୍ଜନଙ୍କ ‘ୱିନେବିଲିଟି’ ଫର୍ମୁଲାକୁ ନେଇ ଉଠିଲା ପ୍ରଶ୍ନ: ନେତା କହିଲେ, ମାନଦଣ୍ଡ ଠିକ୍ କରିବ କିଏ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

ନିରଞ୍ଜନଙ୍କ ‘ୱିନେବିଲିଟି’ ଫର୍ମୁଲାକୁ ନେଇ ଉଠିଲା ପ୍ରଶ୍ନ: ନେତା କହିଲେ, ମାନଦଣ୍ଡ ଠିକ୍ କରିବ କିଏ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସଂଗଠନକୁ ସୁଦୃଢ଼ କରିବା ଓ ନିର୍ବାଚନୀ ପ୍ରସ୍ତୁତି ନିମନ୍ତେ ୩ ଦିନ ଧରି ଚାଲିଥିବା ବୈଠକ ସମାପ୍ତ ନହେଉଣୁ ତା’ର ସାଇଡ୍ ଏଫେକ୍ଟ ଏବେ କଂଗ୍ରେସରେ ଅନୁଭୂତ ହୋଇଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳର ପ୍ରାର୍ଥୀ ହେବା ପାଇଁ ‘ୱିନେବିଲିଟି’ ବା ଜିତିବାର ସମ୍ଭାବନାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ ବୋଲି ଦେଇଥିବା ବୟାନକୁ ଏବେ ବିରୋଧ ହେଲାଣି। ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବା ନିମନ୍ତେ ଯେଉଁ ମାପଦଣ୍ଡ ଓ ଗାଇଡଲାଇନ୍ ସ୍ଥିର ହୋଇଛି ତାକୁ ନେଇ ପ୍ରଶ୍ନ ଉଠିଲାଣି।

ପିସିସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଭାପତି ଶ୍ରୀ ପଟ୍ଟନାୟକ ଯେଉଁ ‘ୱିନେବିଲିଟି’ କଥା କହୁଛନ୍ତି, ତା’ର ମାନଦଣ୍ଡ କ’ଣ ଓ ଏହାକୁ କିଏ ସ୍ଥିର କରିବ ବୋଲି ଦଳର ନେତାମାନେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି।

ଦଳର ଜଣେ ବରିଷ୍ଠ ନେତା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ପିସିସି ସଭାପତିଙ୍କ ‘ୱିନେବିଲିଟି’ ଶବ୍ଦକୁ ନେଇ କିଛି ନେତା ଆପତ୍ତି ଉଠାଇଥିଲେ। ଓଡ଼ିଶା ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସହ ପରାମର୍ଶ ପରେ ପ୍ରାର୍ଥୀଙ୍କ ଜିତିବା ସମ୍ଭାବନାକୁ ପରଖିବା ନିମନ୍ତେ ଦୁଇଟି ସ୍ତରରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରଥମଟି ସାଂଗଠନିକସ୍ତରରେ(ଜିଲ୍ଲା ସଭାପତି ଓ ଜୋନାଲ ସଭାପତିଙ୍କ ରିପୋର୍ଟ) ଏବଂ ଦ୍ୱିତୀୟଟି  କୌଣସି ଏକ ନିରପେକ୍ଷ ସଂସ୍ଥା ଦ୍ୱାରା ସର୍ଭେ।

ପିସିସିର କିଛି ବରିଷ୍ଠ ନେତାଙ୍କୁ ନେଇ ଏକ ଗୁପ୍ତ କମିଟି ଗଠନ କରାଯିବ। ଯେଉଁ କମିଟି ସମଗ୍ର ରାଜ୍ୟରେ ଦଳୀୟ ପ୍ରାର୍ଥୀ ଚୟନ ପାଇଁ ଏହି ସର୍ବେକ୍ଷଣ ବା ସର୍ଭେ କାର୍ଯ୍ୟ କରିବ। ଉଭୟ ରିପୋର୍ଟକୁ ଏଆଇସିସିକୁ ପଠାଯିବ ଓ ସେଠାରୁ ଅନୁମୋଦନ ମିଳିବା ପରେ ହିଁ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରାଯିବ।

ପ୍ରାର୍ଥୀ ଚୟନ ପାଇଁ ଯେଉଁ ଗାଇଡ୍ ଲାଇନ୍ ସ୍ଥିର ହୋଇଛି ସେଥିରେ ବର୍ତ୍ତମାନର ସମସ୍ତ ବିଧାୟକଙ୍କୁ ଟିକେଟ୍ ଦେବାକୁ ଆପାତତଃ ନିଷ୍ପତ୍ତି ହୋଇଛି। ଅମାନତ ହରାଇଥିବା ପ୍ରାର୍ଥୀ ଓ କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରାର୍ଥୀଙ୍କୁ ପୁନଃ ଟିକେଟ୍ ଦିଆଯିବ ନାହିଁ।

ଏବେ ବିଧାୟକଙ୍କ ସଂଖ୍ୟା ୧୫ ଥିବାବେଳେ ୪୦ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇଥିଲେ। ଉଭୟ ସଂଖ୍ୟାକୁ ହିସାବକୁ ନେଲେ ୧୪୭ ବିଧାନସଭା ଆସନରୁ ବାକି ୯୨ଟି ଆସନ ପାଇଁ ୨୦୧୪ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ନେତାଙ୍କୁ ପ୍ରାଥମିକତା ମିଳିବ। ତେବେ ଏହି ନେତାମାନଙ୍କ ପ୍ରଦର୍ଶନ ଓ ସାଂଗଠନିକ କାର୍ଯ୍ୟକୁ ଦୃଷ୍ଟିରେ ରଖି ହିଁ ଚୂଡ଼ାନ୍ତ ପ୍ରାର୍ଥୀ ଚୟନ କରାଯିବ ବୋଲି ଜଣାପଡିଛି।

ଅପରପକ୍ଷରେ ପ୍ରଦେଶ କଂଗ୍ରେସ ଆଗାମୀ ସାଧାରଣ ନିର୍ବାଚନରେ ପ୍ରାୟ ୬୦ରୁ ୬୫ଟି ନୂଆ ମୁହଁକୁ ନିର୍ବାଚନୀ ମଇଦାନକୁ ଓହ୍ଲାଇବ ବୋଲି ସୂଚନା ମିଳିଛି।



from Odisha Reporter https://ift.tt/2BwceMP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages