ଶ୍ରୀଦେବୀଙ୍କ ସହ ଫିଲ୍ମ କରିବାକୁ ଅନୀଲ ମନା କରି ଦେଇଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

ଶ୍ରୀଦେବୀଙ୍କ ସହ ଫିଲ୍ମ କରିବାକୁ ଅନୀଲ ମନା କରି ଦେଇଥିଲେ

anil

ମୁମ୍ବାଇ: ବଲିଉଡ୍‌ର ଝାକାସ୍‌ ବୟ ହେଉଛନ୍ତି ଅନୀଲ କପୁର। ୬୧ ବର୍ଷ ବୟସରେ ବି ତାଙ୍କ ଜଲୱା କେଉଁ ଯୁବ ଅଭିନେତାଙ୍କଠାରୁ କମ୍‌ ନୁହେଁ। ବଲିଉଡ୍‌ରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି।

ଅନୀଲ୍‌ ତାଙ୍କ ଫିଲ୍ମ କ୍ୟାରିଅର୍‌ରେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି।  କିନ୍ତୁ ଯଦି ସେ ଶ୍ରୀଦେବୀଙ୍କ ସହ ଫିଲ୍ମ କରିବା ପାଇଁ ମନା କରି ନଥାନ୍ତେ, ତା’ହେଲେ ତାଙ୍କ ସୁପର୍‌ହିଟ୍‌ ଫିଲ୍ମ ତାଲିକାରେ ‘ଚାନ୍ଦିନୀ’ ବି ସାମିଲ୍‌ ହୋଇ ଥାଆନ୍ତା।

ଆଜ୍ଞା ହଁ କଥାଟା ସତ। ଶ୍ରୀଦେବୀଙ୍କ ଫିଲ୍ମ ‘ଚାନ୍ଦିନୀ’ ପାଇଁ ପ୍ରଥମେ ଅନୀଲ୍ କପୁରଙ୍କୁ ଅଫର୍ ଦିଆଯାଇଥିଲା। କିନ୍ତୁ ସେ ମନା କରି ଦେଇଥିଲେ। ତା’ପରେ ନିର୍ଦ୍ଦେଶକ ରିଷି କପୁରଙ୍କୁ ନେଇଥିଲେ।

ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଥିବ ଶ୍ରୀଦେବୀଙ୍କ ଭଳି ସୁପର୍‌ଷ୍ଟାର୍‌ ସହ କାମ କରିବାକୁ ଅନୀଲ କାହିଁକି ମନା କରି ଦେଇଥିଲେ। ଏହାର ଖୁଲାସା ସେ ଏକ ସାକ୍ଷତକାରରେ କରିଛନ୍ତି।

anil

ସେ କହିଛନ୍ତି, ‘‘ମୁଁ ଚାନ୍ଦିନୀରେ କାମ କରିବାକୁ ମନା କରି ଦେଇଥିଲି। କାରଣ ମୁଁ ହ୍ୱିଲ୍‌ ଚେୟାର୍‌ରେ ବସିବାକୁ ଚାହୁଁ ନଥିଲି। ଫିଲ୍ମର ଇଣ୍ଟର୍‌ଭାଲ୍‌ ପରେ ହିରୋ ପକ୍ଷାଘାତର ଶିକାର ହୋଇଯାଏ ଓ ସେ ହ୍ୱିଲ୍ ଚେୟାର୍‌ରେ ବସିବାକୁ ବାଧ୍ୟ ହୁଏ। ମୋତେ  ହ୍ଵିଲ୍‌ ଚେୟାର୍‌ରେ ବସିବାକୁ ଇଚ୍ଛା ନଥିଲା। ତେଣୁ ମୁଁ ମନା କରି ଦେଇଥିଲି।”

ଅନୀଲ ଆହୁରି କହିଥିଲେ, ‘ଚାନ୍ଦିନୀ’ ଫିଲ୍ମ ଦେଖିବା ପରେ ମୋତେ ବହୁତ ଭଲ ଲାଗିଥିଲା ଏବଂ ମୁଁ ପ୍ରଥମେ ୟଶଜୀଙ୍କ ପାଖକୁ ଯାଇ ଫିଲ୍ମ ହିଟ୍‌ ହେବ ବୋଲି କହିଥିଲି। କିନ୍ତୁ ସେଦିନର ମୋରେ ସେହି ଡର ପାଇଁ ମୁଁ ଗୋଟିଏ ହିଟ୍‌ ଫିଲ୍ମ କରିବାରୁ ବଞ୍ଚିତ ହେଲି।



from OdishaReporter https://ift.tt/2vWP4sZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages