
ନୂଆଦିଲ୍ଲୀ: ବ୍ୟାଙ୍କରୁ କୋଟି କୋଟି ଟଙ୍କା ଠକି ବିଦେଶ ପଳାଇଥିବା ବ୍ୟକ୍ତିଙ୍କୁ ସରକାର ସ୍ୱଦେଶ ଆଣିବାକୁ ଚେଷ୍ଟା କରୁଥିବା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି। ଏନେଇ ପ୍ରକ୍ରିୟା ଚାଲିଥିବା ସେ କହିଛନ୍ତି।
ନୀରବ ମୋଦି ଓ ମେହୁଲ ଚୌକସୀଙ୍କୁ ମୋଦି ସରକାର କେବେ ଭାରତ ଆଣିବେ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରେ ସେ କହିଥିଲେ,“ନୀରବ ମୋଦି ଓ ଚୌକସୀଙ୍କୁ ଭାରତ ଆଣିବା ପାଇଁ ପ୍ରକ୍ରିୟା ଚାଲିଛି। ଏଥିପାଇଁ ଯାହା କରାଯିବା କଥା ତାହା କରାଯାଉଛି। ଆମେ କଂଗ୍ରେସ ପରି କେବଳ ଦାବି କରୁନି। ସରକାରଙ୍କ ତରଫରୁ ସେମାନଙ୍କୁ ଭାରତ ଆଣିବା ପାଇଁ ଉଦ୍ୟମ ଜାରି ରହିଛି। ସେମାନଙ୍କୁ ୟୁପିଏ ସରକାର ଅମଳରେ ଲୋନ୍ ଦିଆଯାଇଥିଲା।”
ସୂଚନାଯୋଗ୍ୟ, ହୀରା ବ୍ୟବସାୟୀ ନୀରବ ମୋଦି ଓ ମେହୁଲ ଚୌକସୀ ପଞ୍ଚାବ ନ୍ୟାସ୍ନାଲ୍ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଠକି ନେଇଛନ୍ତି। ସେମାନେ ପିଏନ୍ବିର କିଛି ଅଧିକାରୀଙ୍କ ସାହାଯ୍ୟରେ ନକଲି ଗ୍ୟାରେଣ୍ଟି ସାଟିଫିକେଟ୍ କରି ୧୩ ହଜାର କୋଟି ଟଙ୍କା ଋଣ କରିଥିଲେ।
from OdishaReporter https://ift.tt/2Mo0C2y

No comments:
Post a Comment