ଶ୍ରାବଣରେ ଝିଅ ବାପ ଘରକୁ ଆସିଛି କି ? ଆପଣାନ୍ତୁ ଏହି ଉପାୟ, ଦୂର ହୋଇଯିବ ସବୁ ସମସ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ଶ୍ରାବଣରେ ଝିଅ ବାପ ଘରକୁ ଆସିଛି କି ? ଆପଣାନ୍ତୁ ଏହି ଉପାୟ, ଦୂର ହୋଇଯିବ ସବୁ ସମସ୍ୟା

daughter

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ବିବାହ ପରେ ପ୍ରଥମ ଶ୍ରାବଣରେ ଝିଅମାନେ ବାପ ଘରକୁ ଆସିଥାନ୍ତି। ଏହି ମାସରେ ଝିଅ ବାପ ଘରକୁ ଆସିବା ନେଇ ହିନ୍ଦୁ ଧର୍ମରେ ପରମ୍ପରା ରହିଛି। ଏହାକୁ ପାଳନ କଲେ, ଉଭୟ ବାପ ଘରେ ଓ ଶ୍ୱଶୁର ଘରେ ସୁଖଶାନ୍ତି ଆସିଥାଏ ବୋଲି ବିଶ୍ୱାସ ରହିଛି।

କିଛି ସ୍ଥାନରେ ଝିଅର ଭାଗ୍ୟ ଘରର ଭାଗ୍ୟ ନିୟନ୍ତ୍ରଣ କରିଥାଏ। ଝିଅ ବାହା ହୋଇ ପଳାଇବା ପରେ ଘରର ସ୍ଥିତି ଖରାପ ହୋଇଯାଇଥାଏ। ଯଦି ଏପରି ହେଉଛି ଶ୍ରାବଣ ମାସରେ ଝିଅ ଘରକୁ ଆସିଥିଲେ କିଛି ଉପଚାର କରିବାକୁ ପଡ଼ିବ, ଯାହା ଦ୍ୱାରା ସବୁ ସମସ୍ୟା ଦୂର ହୋଇଯିବ। ଆସନ୍ତୁ ଜାଣିବା ଝିଅ ଘରକୁ ଆସିଥିବା ବେଳେ କ’ଣ କରିବେ।

ସମସ୍ୟା ଉପଚାର: ଝିଅ ଘରକୁ ଆସିବା ପରେ ତା’ ହାତରେ ଏକ ତୁଳସୀ ଗଛ ଲଗାନ୍ତୁ। ଝିଅ ଥିବା ପର୍ଯ୍ୟନ୍ତ ପ୍ରତିଦିନ ତୁଳସୀ ଗଛ ପାଖରେ ଦୀପ ଜଳାନ୍ତୁ। ଏହାସହ ଝିଅ ଘରର ସୁଖଶାନ୍ତି ପାଇଁ ପ୍ରାର୍ଥନା କରିବା ଉଚିତ୍‌। ଏହାଦ୍ୱାରା ଅନେକ ସମସ୍ୟାର ସମାଧାନ ହୋଇଥାଏ ବୋଲି କୁହାଯାଏ।

ଘର କରିବା ଓ ଜମି କିଣିବା: ଝିଅ ଘରକୁ ଆସିବା ପରେ କୌଣସି ଏକ ମଙ୍ଗଳବାରରେ ତା’ ହାତରେ ଗୁଡ଼ କିଣି ଆଣନ୍ତୁ। ଉକ୍ତଦିନ ଗୁଡ଼କୁ ମାଟିପାତ୍ରରେ ରଖି ପୋତି ଦିଅନ୍ତୁ। ଶୀଘ୍ର ଘର ଓ ସମ୍ପତ୍ତି କିଣିବାର ଇଚ୍ଛା ପୂରଣ ହୋଇଯିବ ବୋଲି ବିଶ୍ୱାସ ରହିଛି।

କରଜ ଚିନ୍ତା: ଝିଅ ଆସିବା ପରେ କୌଣସି ବୁଧବାର ତା’ ହାତରୁ ଏକ ଗୁଆ ନିଅନ୍ତୁ। ଏହା ରକ୍ଷା ସୂତ୍ରରେ ଗୁଡ଼ାଇ ହୋଇଥିବା ଦରକାର। ଏହାକୁ ପୂଜା ସ୍ଥାନରେ ହଳଦିଆ ରଙ୍ଗର କପଡ଼ା ଉପରେ ରଖନ୍ତୁ। ଦେଖିବେ ଆପଣ ଋଣ ଶୁଝିବା ଆରମ୍ଭ କରିବେ ଓ ଧୀରେ ଧୀରେ ସବୁ ଋଣ ଶୁଝି ଦେବେ।

ଆର୍ଥିକ ସ୍ଥିତି: ଆର୍ଥିକ ସ୍ଥିତି ଖରାପ ଥିଲେ କୌଣସି ସୋମାବର ଭୋର ସମୟରେ ଝିଅକୁ ସଜେଇ ବସାନ୍ତୁ। ଆଗରେ ପତ୍ନୀ ସହ ନିଜେ ବସନ୍ତୁ। ଝିଅ ହାତରୁ ଏକ ଗୋଲାପୀ କପଡ଼ାରେ କିଛି ଚାଉଳ ଓ ଗୋଟିଏ ରୂପା ମୁଦ୍ରା ନିଅନ୍ତୁ। ଉକ୍ତ ଗୋଲାପୀ କପଡ଼ାରେ ତାକୁ ବାନ୍ଧି ଦେଇ ଟଙ୍କା ଓ ଅଳଙ୍କାର ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ।



from OdishaReporter https://ift.tt/2KkroE2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages