ବୁଟ୍‌ ଦେଖି ବେହୋସ୍‌! ଆପଣ ବି ହୋଇଯିବେ କନ୍‌ଫ୍ୟୁଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ବୁଟ୍‌ ଦେଖି ବେହୋସ୍‌! ଆପଣ ବି ହୋଇଯିବେ କନ୍‌ଫ୍ୟୁଜ୍‌

ମୁମ୍ବାଇ: ହଲିଉଡ୍‌ ଅଭିନେତ୍ରୀ ତଥା ଗାୟିକା ଜେନିଫର୍‌ ଲୋପେଜ୍‌ଙ୍କ ଷ୍ଟାଇଲ୍‌କୁ ନେଇ ସବୁବେଳେ ଚର୍ଚ୍ଚା ହୁଏ। କିଛି ଦିନ ତଳେ ନିଜର ୪୯ତମ ଜନ୍ମଦିନ ପାଳନ କରିଥିବା ଜେନିଫର୍‌ଙ୍କ ଷ୍ଟାଇଲ୍‌ ଦେଖିଲେ କେହି ତାଙ୍କ ବୟସର ଅନୁମାନ ଲଗାଇ ପାରିବେ ନାହିଁ! ସବୁବେଳେ ଫିଟ୍‌ ରହୁଥିବା ଜେନିଫର୍‌ଙ୍କର ଷ୍ଟାଇଲ୍‌ ପୂରା ନିଆରା। ନିକଟରେ ସେ ପିନ୍ଧିଥିବା ଏକ ଜୋତାକୁ ନେଇ ଜୋର ଚର୍ଚ୍ଚା ଚାଲିଛି। ଏହି ଜୋତା ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।

jenifor

କିଛି ଦିନ ତଳେ ଜେନିଫର୍‌ ନ୍ୟୁୟର୍କରେ ଏହି ଜୋତା ପିନ୍ଧି ରାସ୍ତାକୁ ଓହ୍ଲାଇବା ପରେ ସମସ୍ତେ କନୁଫ୍ୟୁଜ୍ ହୋଇଯାଇଥିଲେ। ଆପଣ ବି ହଠାତ୍ ଦେଖିଲେ କନ୍‌ଫ୍ୟୁଜ୍ ହୋଇଯିବେ। ଲାଗିବ ଯେମିତି ତାଙ୍କ ପ୍ୟାଣ୍ଟ୍ ଖସି ଯାଇଛି। ଏହି ଜୋତା ଦେଖିବାକୁ ପୂରା ଡେନିମ୍ ଜିନ୍ସ ପ୍ୟାଣ୍ଟ୍‌ ଭଳି। ଏଥିରେ ବେଲ୍ଟ ଲାଗିଛି। ଏଥିରେ ପକେଟ୍ ବି ଅଛି। ଏହା ପାଦରୁ ଆଣ୍ଠୁ ଯାଏ ଲମ୍ବିଛି। ଆଣ୍ଠୁକୁ ପୂରା ଘୋଡ଼ାଇ ଦେଉଛି।

jk

ଏହା ହେଉଛି ଭର୍ସାଚେର ଡେନିମ୍ ଜୋତା। ଏହାକୁ ଲଙ୍ଗ୍ ବୁଟ୍ କୁହାଯାଉଛି। ଏଥିରେ ପୁଲିସର ବ୍ୟାଜ୍ ମଧ୍ୟ ଲାଗିଛି। ଏହି ବୁଟ୍ ପାଇଁ ଜେନିଫର୍‌ଙ୍କୁ ଅନେକ ଲୋକ ସୋଶାଲ୍ ମିଡିଆରେ ସମାଲୋଚନା କରିଛନ୍ତି। କେହି କେହି କହିଛନ୍ତି ଏହାକୁ ପିନ୍ଧିଲେ ଆଉ ପ୍ୟାଣ୍ଟ୍ ପିନ୍ଧିବାକୁ ପଡ଼ିବନି। ଅବଶ୍ୟ ଜେନିଫର୍‌ ବି ସେମିତି କରିଛନ୍ତି। ସେ ବି ପ୍ୟାଣ୍ଟ୍ ପିନ୍ଧି ନାହାନ୍ତି।

 



from OdishaReporter https://ift.tt/2KiHfDc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages