ଲାଲଚାନ୍ଦ ରାଜପୁତ ହେଲେ ଜିମ୍ବାୱେର ମୁଖ୍ୟ କ୍ରିକେଟ୍‌ କୋଚ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ଲାଲଚାନ୍ଦ ରାଜପୁତ ହେଲେ ଜିମ୍ବାୱେର ମୁଖ୍ୟ କ୍ରିକେଟ୍‌ କୋଚ୍‌

ନୂଆଦିଲ୍ଲୀ:  ଟିମ୍‌ ଇଣ୍ଡିଆର ପୂର୍ବତନ ଓପନିଂ ବ୍ୟାଟସ୍‌ମ୍ୟାନ୍‌ ଲାଲଚାନ୍ଦ ରାଜପୁତଙ୍କୁ ଜିମ୍ବାୱେ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ମିଳିଛି। ଜିମ୍ବାୱେ କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ଟ୍ୱିଟର୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

“ଲାଲଚାନ୍ଦ ନିଜର କଠିନ୍‌ ପରିଶ୍ରମ ଓ କୋଚିଂ ଦକ୍ଷତା ପାଇଁ ସାରା ବିଶ୍ୱରେ ପରିଚିତ। ତାଙ୍କ ଭଳି ଜଣେ ବ୍ୟକ୍ତି ଜିମ୍ବାୱେ ଜାତୀୟ ଦଳର ମୁଖ୍ୟ କୋଚ୍‌ ହେବା ପାଇଁ ଗର୍ବର ବିଷୟ” ବୋଲି ଜିମ୍ବାୱେ କ୍ରିକେଟ୍‌ ଆସୋସିଏସନ୍‌ କହିଛି।

ପୂର୍ବରୁ ଲାଲଚାନ୍ଦ ଜିମ୍ବାୱେ ଜାତୀୟ ଟିମ୍‌ର ଅନ୍ତରୀଣ ମୁଖ୍ୟ କୋଚ୍‌ ଦାୟିତ୍ୱ ନିର୍ବାହ କରୁଥିଲେ। ଏବେ ତାଙ୍କୁ ସ୍ଥାୟୀ କୋଚ୍‌ ଭାବେ ନିଯୁକ୍ତି ମିଳିଛି।

ଲାଲଚାନ୍ଦ ପୂର୍ବତନ ଜିମ୍ବାୱେ କ୍ରିକେଟର୍‌ ହିଥ୍‌ ଷ୍ଟ୍ରିକ୍‌ଙ୍କ ସ୍ଥାନରେ ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ଜିମ୍ବାୱେ ଟିମ୍‌ ୨୦୧୯ ବିଶ୍ୱକପ୍‌ ଯୋଗ୍ୟତା ହାସଲ କରିବାରେ ବିଫଳ ହେବାରୁ ହିଥ୍‌ ଷ୍ଟ୍ରିକ୍‌ ଓ ଅନ୍ୟ ସପୋର୍ଟ ଷ୍ଟାଫ୍‌ଙ୍କୁ ଦେଶର କ୍ରିକେଟ୍‌ ଆସୋସିଏସନ୍‌ କାର୍ଯ୍ୟରୁ ବେଦଖଲ କରିଥିଲା।

ଲାଲଚାନ୍ଦ କହିଛନ୍ତି “ଏଭଳି ନିଯୁକ୍ତି ପାଇ ମୁଁ ବେଶ ଉତ୍ସାହିତ। ଆଗକୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। ସେଥିପାଇଁ ମୁଁ ଏବେଠାରୁ ପ୍ରସ୍ତୁତ।“

ଲାଲଚାନ୍ଦ ଭାରତ ପକ୍ଷରୁ ୨ଟି ଟେଷ୍ଟ ଓ ୪ଟି ଦିନିକିଆ ଖେଳିଛନ୍ତି। ତେବେ ରଣଜୀ ଟ୍ରଫିରେ ମୁମ୍ବାଇ ପକ୍ଷରୁ ଖେଳି  ଲାଲଚାନ୍ଦ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି।

ଭାରତ ୨୦୦୭ ଟି-୨୦ ବିଶ୍ୱକପ୍‌ ଜିତିବା ସମୟରେ ଲାଲଚାନ୍ଦ ଟିମ୍‌ ଇଣ୍ଡିଆର ମ୍ୟାନେଜର୍‌ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।  ୨୦୦୮ରେ ଭାରତର ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ମଧ୍ୟ ସେ ମ୍ୟାନେଜର୍‌ ରହିଥିଲେ।

ସେ ଆସାମ କୋଚ୍‌ ଭାବେ ମଧ୍ୟ ଦୀର୍ଘଦିନ କାର୍ଯ୍ୟ କରିଛନ୍ତି।



from Odisha Reporter https://ift.tt/2Mv8vEm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages