ଜଘନ୍ୟ ପୁଲିସ ବାବୁ: ଝିଆରୀକୁ ବି ଛାଡ଼ିଲେନି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ଜଘନ୍ୟ ପୁଲିସ ବାବୁ: ଝିଆରୀକୁ ବି ଛାଡ଼ିଲେନି!

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ଜଘନ୍ୟ ପୁଲିସ ବାବୁ। ରକ୍ତ ସମ୍ପର୍କର ଝିଆରୀକୁ ବି ଛାଡ଼ିଲେ ନାହିଁ। ଚମିନ୍‌ ଓ ଚକୋଲେଟ୍‌ ଦେବାର ବାହାନା କରି ନାବାଳିକା ଝିଆରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି କଳଙ୍କିତ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଫତେଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦାଦା (ପୁଲିସ) ବାବୁଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପୂରା ଘଟଣା ଏମିତି। ପୀଡ଼ିତା ନାବାଳିକାଙ୍କ ବାପା ମାନସିକ ଅନଗ୍ରସର। ମାଆ କେଉଁଆଡ଼େ ଚାଲି ଯାଇଛନ୍ତି। ତେଣୁ ଝିଅଟି ଦାଦା ଓ ବଡ଼ବାପାଙ୍କ ଘରେ ରୁହେ। ନାବାଳିକାଙ୍କ ଦାଦା ତଥା ବାଣୀଗୋଛା ଥାନାରେ ଏଏସ୍‌ଆଇ ଗାଁରେ ରୁହନ୍ତି ନାହିଁ। ଯେତେବେଳେ ଘରକୁ ଆସନ୍ତି, ଝିଆରୀକୁ ଚକ୍‌ଲେଟ୍‌ ଓ ଚାଉମିନ୍‌ ଖାଇବାକୁ ଦେବାକୁ ଡାକି ନିଅନ୍ତି।

କିଛିଦିନ ପରେ ନାବାଳିକା ଗର୍ଭବତୀ ହୋଇଥିବା ଭଳି ଦେଖାଯାଇଥିଲା। ଏହା ଦେଖି ପରିବାର ଲୋକେ ନାବାଳିକାଙ୍କୁ ପଚାରିଥିଲେ। ତେବେ ତାଙ୍କୁ ତାଙ୍କ ଦାଦା ଦୁଷ୍କର୍ମ କରିଥିବା ନାବାଳିକା ପ୍ରକାଶ କରିଥିଲେ। ଏପରିକି ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ଦାଦା ଧମକ ଦେଇଥିଲେ। ସେଥିପାଇଁ ନାବାଳିକା ଜଣକ ଏ ସମ୍ପର୍କରେ କାହାକୁ କହୁନଥିବା ସେ ପ୍ରକାଶ କରିଥିଲା। ଏବେ ୫ ମାସର ଅନ୍ତଃସତ୍ତ୍ୱା ଥିବା ଶୁଣି ପରିବାର ଲୋକଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା।

ଗତ ୨୦ ତାରିଖରେ ନାବାଳିକାଙ୍କ ବଡ଼ବାପା ଏନେଇ ଭୁବନେଶ୍ୱର ମହିଳା କମିଶନଙ୍କ ପାଖରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରିବା ପାଇଁ ମହିଳା କମିଶନ ନୟାଗଡ଼ ଏସ୍‌ପି ଚିଠି କରିଥିଲେ। ଜିଲ୍ଲା ସିଡବ୍ଲୁସି ସଦସ୍ୟଙ୍କ ଅଭିଯୋଗ କ୍ରମେ ଫତେଗଡ଼ ଥାନା ପୁଲିସ ନଂ ୧୬୨/୧୮ରେ ମାମଲା ରୁଜୁ କରି ଅଭିଯୁକ୍ତ ପୁଲିସବାବୁ(ଦାଦା)ଙ୍କୁ ଅଟକ ରଖିଛି।

ଅନ୍ୟପକ୍ଷରେ ପୀଡ଼ିତା ନାବାଳିକାଙ୍କୁ ଉଦ୍ଧାର ସେବା ଗୃହରେ ରଖିଛି। ଆସନ୍ତାକାଲି ତାଙ୍କର ଡାକ୍ତର ମାଇନା କରାଯିବ।

 



from Odisha Reporter https://ift.tt/2o92Bua

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages