ସ୍କୁଲ ପିଲା ଶିଖିଲେ ବୈଜ୍ଞାନିକ ପରୀକ୍ଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ସ୍କୁଲ ପିଲା ଶିଖିଲେ ବୈଜ୍ଞାନିକ ପରୀକ୍ଷଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ସରକାରଙ୍କ ଗବେଷଣା କେନ୍ଦ୍ର ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସେସ୍‌’ ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ପରୀକ୍ଷଣ ପାଇଁ ଉପଯୁକ୍ତ ପରିବେଶ ଦେବାକୁ ଏକ ଅଭିନବ ଅଭିଯାନ ‘ସାଇନ୍ସ ଆଉଟ୍‌ରିଚ୍‌’ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ରାଜଧାନୀ ଭୁବନେଶ୍ୱରର ୟୁନିଟ୍‌-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟକୁ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ମନୋନିତ କରାଯାଇଛି। ଏଥିପାଇଁ ‘ମୋ ସ୍କୁଲ୍‌’ ଅଭିଯାନ ଅନ୍ତର୍ଗତ ସାଇନ୍ସ୍‌ ଆଉଟ୍‌ରିଚ୍‌ର ପ୍ରଥମ କାର୍ଯ୍ୟକ୍ରମ ପୁରାତନ ଛାତ୍ର ସଂସଦ ଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସେସ୍‌ର ମିଳିତ ଆନୁକୁଲ୍ୟରେ ଆଜି ବୈଜ୍ଞାନିକ ପରୀକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
bbsrଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସେସ୍‌ ପକ୍ଷରୁ ବରିଷ୍ଠ ବୈଜ୍ଞାନିକ ଡ. ରାଜୀବ କୁମାର ସ୍ୱାଇଁ, ଡ. ତୁଷାରକାନ୍ତ ବେହୁରା, ଗବେଷକ ସୂର୍ଯ୍ୟଶିଖା ମହାନ୍ତି, ଦିପ୍ତିମୟୀ ପାଣିଗ୍ରାହୀ ଯୋଗଦେଇ ସ୍କୁଲର ୧୦ମ ଶ୍ରେଣୀ ଛାତ୍ରଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ପରୀକ୍ଷଣର ପ୍ରଶିକ୍ଷଣ ଦେଇଥିଲେ।
bbsrଏହି ଅବସରରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସେସ୍‌ ପକ୍ଷରୁ ସ୍କୁଲକୁ କିଛି ବୈଜ୍ଞାନିକ ଉପକରଣ ପ୍ରଦାନ କରାଯାଇଥିଲା। ପ୍ରତି ମାସରେ ସ୍କୁଲର ଛାତ୍ରମାନଙ୍କୁ ଏପରି ପରୀକ୍ଷଣ ଶିକ୍ଷା ଦିଆଯିବ ବୋଲି ଜଣାପଡିଛି।
କାର୍ଯ୍ୟକ୍ରମକୁ ସ୍କୁଲର ଶିକ୍ଷକଙ୍କ ସମେତ ପୁରାତନ ଛାତ୍ର ସଂସଦର ସଭ୍ୟମାନେ ପରିଚାଳନା କରିଥିଲେ।



from Odisha Reporter https://ift.tt/2BJX7zx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages