
ଗୋଡ଼ଗାଁଓ: ହରିୟାଣାର ଗୋଡ଼ଗାଁଓରେ ଘଟିଥିବା ଏକ ସମ୍ବେଦନଶୀଳ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଜଣେ ମୁସଲିମ୍ ଯୁବକଙ୍କୁ ୩ ଜଣ ଜବରଦସ୍ତ ମାଡ଼ି ବସି ତାଙ୍କର ଦାଢ଼ି କାଟିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ହରିୟାଣାର ନୂହ ଜିଲ୍ଲାର ମେବାତ୍ ଅଞ୍ଚଳରେ ରହୁଥିବା ଜଫରୁଦ୍ଦିନ ନାମକ ଜଣେ ଯୁବକ ଗୁଡ଼ଗାଁଓରେ ଏକ ହୋଟେଲ ଚଳାଇ ନିଜର ପେଟ ପୋଷନ୍ତି। ତେବେ ତାଙ୍କୁ କେତେ ଜଣ ପାକିସ୍ତାନୀ କହି ବାରମ୍ବାର ନିର୍ଯାତନା ଦେଇ ଆସୁଥିଲେ। ମଙ୍ଗଳବାର କିଛି ଲୋକେ ତାଙ୍କୁ ଏକ ସେଲୁନ୍କୁ ନେଇ ଜବରଦସ୍ତ ତାଙ୍କର ଦାଢି କାଟିଦେଇଥିଲେ।
ପୋଲିସ ଏହି ଘଟଣାରେ ଧାର୍ମିକ ଭାବନାକୁ ଆଘାତ କରିବା ଏବଂ ଆକ୍ରମଣ କରିବା ନେଇ ଏକ ମାମଲା ରୁ ଜରିବା ସହ ୩ ଜଣଙ୍କୁ ଗିରଫ କରିଛି। ତେବେ ଗିରଫ ଅଭିଯୁକ୍ତମାନଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୋଲିସ କହିବା ଅନୁଯାୟୀ ଗିରଫ ଅଭିଯୁକ୍ତମାନଙ୍କର ପରିଚୟ ମିଳିଛି। ସେମାନେ ହେଲେ ଉତ୍ତରପ୍ରଦେଶର ଏକ୍ଲସ୍, ଗୌରବ ଏବଂ ହରିୟାଣାର ନୀତିନ। ଏହି ଘଟଣାଟି ଗତ ଜୁଲାଇ ୩୧ ତାରିଖରେ ଘଟିଥିବା ଜଣାପଡ଼ିଛି।
ସୌଜନ୍ୟ: ଏନ୍ଡିଟିଭି
from OdishaReporter https://ift.tt/2vB88Ns
No comments:
Post a Comment