ହାତରେ ଏହି ରେଖା ଥିଲେ ଆପଣଙ୍କୁ ହୋଇପାରେ ଗୁପ୍ତପ୍ରେମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ହାତରେ ଏହି ରେଖା ଥିଲେ ଆପଣଙ୍କୁ ହୋଇପାରେ ଗୁପ୍ତପ୍ରେମ

palm

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହସ୍ତରେଖା ବିଜ୍ଞାନରେ କୁହାଯାଇଛି ଯେ ହସ୍ତରେଖା କେବଳ ବ୍ୟକ୍ତି କେତେ ଧନୀ ବା ଗରିବ ଦର୍ଶାଇ ନ ଥାଏ। ଏହା ଆପଣଙ୍କ ପ୍ରେମ ସମ୍ପର୍କ ବିଷୟରେ ମଧ୍ୟ କହିଥାଏ। ଆପଣ ପ୍ରେମରେ ପଡ଼ିବେ ନା ପଡ଼ିବେନି ସେ ବିଷୟରେ ହସ୍ତରେଖା କହିଦିଏ। କେଉଁ ରେଖା ଗୁପ୍ତପ୍ରେମର ସୂଚନା ଦିଏ ତ ଆଉ କେଉଁ ରେଖା ଆପଣଙ୍କ ପ୍ରେମ ସଫଳ ହେବ ନା ନାହିଁ ସେ ବିଷୟରେ ସୂଚନା ଦେଇଥାଏ। ତା’ହେଲେ ଆସନ୍ତୁ ଆଜି ସେ ବିଷୟରେ ଜାଣିବା।

୧. ହସ୍ତରେଖା ବିଜ୍ଞାନ ଅନୁସାରେ, ପାପୁଲିରେ ଶୁକ୍ର ପର୍ବତରୁ ଏକ ରେଖା ବାହାରି ବିବାହ ରେଖାରେ ସଂଯୋଗ ହୋଇଥିଲେ, ଏହା ଗୁପ୍ତ ପ୍ରେମର ସୂଚନା ଦେଇଥାଏ। ଏଭଳି ବ୍ୟକ୍ତିଙ୍କୁ ଶୀଘ୍ର ଗୁପ୍ତ ପ୍ରେମ ହୋଇଥାଏ। ଆଙ୍ଗୁଠି ତଳେ ଥିବା ପର୍ବତକୁ ଶୁକ୍ର ପର୍ବତ କୁହାଯାଏ।

୨. ଯେଉଁ ବ୍ୟକ୍ତିଙ୍କ ପାପୁଲିରେ ଏକରୁ ଅଧିକ ବିବାହ ରେଖା ଥାଏ, ସେହି ବ୍ୟକ୍ତି ପ୍ରେମରେ ପଡ଼ି ଥାଆନ୍ତି। ଲମ୍ବା ଓ ସ୍ପଷ୍ଟ ଦେଖାଯାଉଥିବା ରେଖା ଥିଲେ ଉକ୍ତ ବ୍ୟକ୍ତି ଯାହାକୁ ପ୍ରେମ କରୁ ଥାଆନ୍ତି ତାଙ୍କ ସହିତ ବିବାହ ବି ହୋଇଥାଏ।

୩. ଯେଉଁ ବ୍ୟକ୍ତିଙ୍କର ହୃଦୟ ରେଖା ସିଧା ଏବଂ ଚନ୍ଦ୍ର ପର୍ବତ ଉନ୍ନତ ଥାଏ, ସେମାନଙ୍କ ପ୍ରେମରେ ଛଳନା ନଥାଏ। ସେମାନେ ପ୍ରେମରେ ସଫଳ ହୋଇଥାଆନ୍ତି।

pqlm1

୪. ଯାହାର ମଣିବନ୍ଧରୁ ଶନି ପର୍ଯ୍ୟନ୍ତ କୌଣସି ରେଖା ଯାଇଥାଏ ଏବଂ ହାତ ଦୁର୍ବଳ ହୋଇଥାଏ, ସେମାନଙ୍କର ବିବାହ ଅଧିକ ବୟସର ବ୍ୟକ୍ତିଙ୍କ ସହିତ ହୋଇଥାଏ।

୫. ଯେଉଁ ବ୍ୟକ୍ତିଙ୍କ ଡାହାଣ ହାତରେ ଗୋଟିଏ ବିବାହ ରେଖା ରହିଥାଏ, ତାଙ୍କୁ ତାଙ୍କ ସ୍ତ୍ରୀ ବହୁତ ଭଲ ପାଆନ୍ତି। ସେମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ସେମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହେ।

୬. ଯେଉଁ ବ୍ୟକ୍ତିଙ୍କର ଆଙ୍ଗୁଠିର ଅଗ୍ରଭାଗରେ ବୃତ୍ତ ବା ଗୋଲ୍‌ ଚିହ୍ନ ଥାଏ, ତାଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ଏହା ସହିତ ତାଙ୍କ ସନ୍ତାନ ଭାଗ୍ୟଶାଳୀ ହୋଇଥାଆନ୍ତି।



from OdishaReporter https://ift.tt/2vdo48T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages