ଛତିଶଗଡ଼ ରାଜ୍ୟପାଳଙ୍କ ଦେହାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ଛତିଶଗଡ଼ ରାଜ୍ୟପାଳଙ୍କ ଦେହାନ୍ତ

ରାୟପୁର: ଛତିଶଗଡ଼ର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ବଳରାମଜୀ ଦାସ ଟଣ୍ଡନ୍‌ଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ରାୟପୁରର ଏକ ହସ୍ପିଟାଲ୍‌ରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ଆଜି ସକାଳେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ନିକଟସ୍ଥ ବିଆର୍‌ ଆମ୍ବେଦକର ମେମୋରିଆଲ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ବେଳେ ଅପରାହ୍ଣ ସମୟରେ ଶ୍ରୀ ଟଣ୍ଡନ୍‌ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ବୋଲି ରାଜଭବନ ପକ୍ଷରୁ କୁହାଯାଇଛି।

ଜନସଂଘର ଅନ୍ୟତମ ପ୍ରତିଷ୍ଠାତା ଭାବେ ଶ୍ରୀ ଟଣ୍ଡନ୍‌ ବେଶ ଜଣାଶୁଣା ଥିଲେ। ପରବର୍ତ୍ତୀ ଅବସ୍ଥାରେ ଜନସଂଘ ଭାରତୀୟ ଜନତା ପାର୍ଟିରେ ରୂପାନ୍ତରିତ ହୋଇଥିଲା।

୨୦୧୪ରେ ଶ୍ରୀ ଟଣ୍ଡନ୍‌ଙ୍କୁ ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା। ଦୀର୍ଘଦିନର ରାଜନୀତିକ କ୍ୟାରିଅର ମଧ୍ୟରେ ଶ୍ରୀ ଟଣ୍ଡନ୍‌ ଅନେକ ପଦଦବୀରେ ରହିଥିଲେ। ୬ ଥର ବିଧାୟକ ହୋଇଥିବା ଶ୍ରୀ ଟଣ୍ଡନ୍‌ ଜରୁରୀକାଳୀନ ପରିସ୍ଥିତି ସମୟରେ ୧୯୭୫ରୁ ୧୯୭୭ ଯାଏ ଜେଲ୍‌ରେ ରହିଥିଲେ।

 



from OdishaReporter https://ift.tt/2MK4b08

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages