ଫ୍ୟାନ୍‌ମାନଙ୍କୁ ଏମିତି ଭାବପ୍ରବଣ ଢଙ୍ଗରେ ନିବେଦନ କଲେ କୋହଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ଫ୍ୟାନ୍‌ମାନଙ୍କୁ ଏମିତି ଭାବପ୍ରବଣ ଢଙ୍ଗରେ ନିବେଦନ କଲେ କୋହଲି

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଟିମ୍‌ର ଦୟନୀୟ ପ୍ରଦର୍ଶନ ଓ ଲଗାତର ଦୁଇଟି ଟେଷ୍ଟ୍‌ରେ ପରାଜୟ ପରେ ଏବେ କ୍ରିକେଟ୍‌ ପ୍ରେମୀ ‘ବିରାଟ୍‌ ଆଣ୍ଡ କୋ’ ଉପରେ ପୂରା ଖପ୍ପା। ସୋଶାଲ୍‌ ମିଡିଆରେ ଅଧିନାୟକ ବିରାଟ୍‌ କୋହଲି ଓ ଟିମ୍‌ ଇଣ୍ଡିଆର ସଦସ୍ୟମାନଙ୍କୁ ଫ୍ୟାନ୍‌ମାନେ ନାନା କଥା କହି ସମାଲୋଚନା କରୁଛନ୍ତି।

କିଛି ଲୋକ ଟିମ୍‌ ଇଣ୍ଡିଆ ଆଉ ଇଂଲଣ୍ଡରେ ଜିତି ପାରିବ ନାହିଁ ବୋଲି ମଧ୍ୟ ମତ ଦେଇଛନ୍ତି। ହେଲେ ଫ୍ୟାନ୍‌ଙ୍କ ଏଭଳି କଥା ଶୁଣି ଆଜି ମୁହଁ ଖୋଲିଛନ୍ତି କ୍ୟାପ୍ଟେନ୍‌ କୋହଲି।

ଟିମ୍‌ ଇଣ୍ଡିଆ ନିଶ୍ଚିତ ଭାବ ବାଉନ୍ସ ବ୍ୟାକ୍‌ କରିବ। ତେଣୁ କେହି ଟିମ୍‌ ଇଣ୍ଡିଆ ଉପରୁ ବିଶ୍ୱାସ ହରାନ୍ତୁ ନାହିଁ ବୋଲି କୋହଲି ଭାବପ୍ରବଣ ଢଙ୍ଗରେ ଫ୍ୟାନ୍‌ମାନଙ୍କୁ ଅନୁରୋଧ କରିଛନ୍ତି।

କୋହଲି ଆଜି ସୋଶାଲ୍‌ ମିଡିଆରେ କହିଛନ୍ତି, ବେଳେବେଳେ ଆମେ ଜିତୁ। ପୁଣି କେତେବେଳେ ହାରିଯାଉ। ଏହି ପରାଜୟରୁ ଆମେ କିଛି ଶିଖିଥାଉ। ତେଣୁ କେହି ବିଶ୍ୱାସ ହରାନ୍ତୁ ନାହିଁ। ଆମେ ଆହୁରି ୩ଟି ମ୍ୟାଚ୍‌ ଖେଳିବୁ। ପୂର୍ବ ମ୍ୟାଚ୍‌ରେ ଆମେ ଯେଉଁ ଭୁଲ୍‌ କରିଛୁ, ତାକୁ ସଂଶୋଧନ କରି ଆଗକୁ ବଢ଼ିବୁ।”

ଏହି ନିବେଦନ ସହ ବିରାଟ୍‌ ଟିମ୍‌ ଇଣ୍ଡିଆର ସଦସ୍ୟମାନେ ଏକାଠି ଥିବା ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

ଭାରତ ଏଜବାଷ୍ଟନ୍‌ ଟେଷ୍ଟ୍‌ରେ ୩୧ ରନ୍‌ରେ ପରାସ୍ତ ହୋଇଥିବା ବେଳେ ଲର୍ଡସ୍‌ରେ ଲଜ୍ଜାଜନକ ଭାବେ ଏକ ଇନିଂସ ଓ ୧୫୯ ରନ୍‌ରେ ପରାସ୍ତ ହୋଇଥିଲା।



from OdishaReporter https://ift.tt/2MnrZKg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages