
ଭୁବନେଶ୍ୱର : ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଓଡ଼ିଶା ପ୍ରଶାସନିକ ସେବାର ଅଫିସର ଦମ୍ପତିଙ୍କୁ ରାଜ୍ୟ ଭିଜିଲାନ୍ସ ଆଜି ଗିରଫ କରିଛି।
ଓପେପାରେ ଚିଫ୍ ଆକାଉଣ୍ଟସ ଅଫିସର ଭାବେ କାର୍ଯ୍ୟ କରୁଥିବା ଓଏଫଏସ ନଳିନୀ ପୃଷ୍ଟି ଓ ତାଙ୍କ ଓଏଏସ ପତି ଛତ୍ରପୁର ତହସିଲଦାର ବିଜୟ କେତନ ସାହୁଙ୍କୁ ୬.୮୭ କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ଗିରଫ କରାଯାଇଛି।
ଦମ୍ପତିଙ୍କଠୁ ମିଳିଥିବା ସମ୍ପତ୍ତି ମଧ୍ୟରେ ଭୁବନେଶ୍ୱରର ୟୁନିଟ୍-୪ ମଧୁସୂଦନ ନଗରରେ ଥିବା ଉତ୍କଳ ଭିଲ୍ଲାରେ ଗୋଟିଏ ୪ ବେଡରୁମ ବିଶିଷ୍ଟ ଫ୍ଲାଟ୍ ଓ ଗୋଟିଏ ୨ ବେଡରୁମ ବିଶିଷ୍ଟ ଫ୍ଲାଟ୍, ଚନ୍ଦ୍ରଶେଖରପୁରରେ ୪୯.୬୦ଲକ୍ଷ ଟଙ୍କାର ଏକ ୩ମହଲା କୋଠା, ପୁରୀରେ ଗ୍ରାଣ୍ଡ ଆସିଆନରେ ୨୧.୨୯ଲକ୍ଷ ଟଙ୍କାର ଫ୍ଲାଟ, ଭୁବନେଶ୍ୱର ଓ ଜଟଣୀରେ ୫୮.୫୭ଲକ୍ଷ ଟଙ୍କାର ୬ଟି ପ୍ଲଟ, ୮ଲକ୍ଷ ଟଙ୍କାର ବଣ୍ଡ ଓ ଏଲଆଇସି, ୧.୦୪ କୋଟି ଟଙ୍କାର ଫିକ୍ସ ଡିପୋଜିଟ, ୪୦ଲକ୍ଷ ଟଙ୍କାର ସୁନାଗହଣା, ନଗଦ ୫.୭୫ ଲକ୍ଷ ଟଙ୍କା ଭିଜିଲାନ୍ସ ଜବତ କରିଛି।
ଭୁବନେଶ୍ୱରର ୟୁନିଟ୍ ୪ରେ ଥିବା ୨ଟି ଫ୍ଲାଟର ଦାମ ୧.୮୦କୋଟି ଟଙ୍କା ହୋଇଥିବାବେଳେ ଏହାର ଆଭ୍ୟନ୍ତରୀଣ ସାଜସଜ୍ଜାରେ ୧.୩୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଭିଜିଲାନ୍ସ ଆକଳନ କରିଛି।
ନିକଟ ଅତୀତରେ ଭିଜିଲାନ୍ସ ଦ୍ୱାରା ଜବତ ହୋଇଥିବା ଆୟବର୍ହିଭୂତ ସମ୍ପତ୍ତି ମଧ୍ୟରେ ଏହା ସର୍ବାଧିକ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2wydCsG
No comments:
Post a Comment