ଆଜିଠୁ ଚତୁର୍ଥ ଟେଷ୍ଟ୍‌: ଏଇଟା ବି ଭାରତ ପାଇଁ ‘କର ବା ମର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ଆଜିଠୁ ଚତୁର୍ଥ ଟେଷ୍ଟ୍‌: ଏଇଟା ବି ଭାରତ ପାଇଁ ‘କର ବା ମର’

virat

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଂଲଣ୍ଡ ଓ ଭାରତ ମଧ୍ୟରେ ଆଜିଠାରୁ ଚତୁର୍ଥ ଟେଷ୍ଟ ଆରମ୍ଭ ହେଉଛି। ଭାରତୀୟ ସମୟ ଅନୁସାରେ ଅପରାହ୍ନ ସାଢ଼େ ତିନିଟାରୁ ସାଉଥାମ୍ପଟନ୍‌ର ରୋଜ୍ ବାଉଲ୍‌ ଷ୍ଟାଡିୟମ୍‌ରେ ଖେଳ ଆରମ୍ଭ ହେବ।

୫ଟି ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାର ପ୍ରଥମ ଦୁଇଟି ମ୍ୟାଚ୍ ଇଂଲଣ୍ଡ ଜିତିଥିଲା। ତୃତୀୟ ମ୍ୟାଚ୍ ଭାରତ ଜିତିଥିଲା। ଏଣୁ ଏବେ ଶୃଙ୍ଖଳାରେ ଭାରତ ପଛୁଆ ରହିଛି। ତୃତୀୟ ମ୍ୟାଚ୍‌ଟି ଦଳ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି କରିଥିଲା। କାରଣ ଏହି ମ୍ୟାଚ୍ ହାରି ଯାଇଥିଲେ ପୂରା ଶୃଙ୍ଖଳା ହାତରୁ ଚାଲି ଯାଇଥାଆନ୍ତା।

ତେବେ ତୃତୀୟ ମ୍ୟାଚ୍‌ଟି ଭାରତ ଜିତି ଥିଲେ ବି ବିପଦ ଟଳି ନାହିଁ। ଚତୁର୍ଥ ଟେଷ୍ଟ୍ ବି ଦଳ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି। କାରଣ ଏହି ମ୍ୟାଚ୍ ହାରିଗଲେ ସିରିଜ୍ ହାତରୁ ଚାଲିଯିବ।

ତୃତୀୟ ମ୍ୟାଚ୍‌ ୨୦୩ ରନ୍‌ରେ ଜିତି ଥିବାରୁ ଭାରତୀୟ ଦଳର ମନୋବଳ ଦୃଢ଼ ରହିଛି। ଦଳ ଏହି ମ୍ୟାଚ୍‌କୁ ଜିତିବାକୁ ଅବା ଡ୍ର’ ରଖିବାକୁ ନିଶ୍ଚିତ ଚେଷ୍ଟା କରିବ। ତା’ହେଲେ ପଞ୍ଚମ ମ୍ୟାଚ୍‌ରେ କିଛି କରିବାକୁ ସୁଯୋଗ ମିଳିବ।

ଭାରତ ତାର ଚୂଡ଼ାନ୍ତ ଏକାଦଶରେ କାହାକୁ ନେବ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। କୋହଲି ସବୁବେଳେ କିଛି ପରିବର୍ତ୍ତନ କରନ୍ତି। ତେଣୁ ଏଥର ବି ସେମିତି କରିପାରନ୍ତି।

ପ୍ରଥମ ଓ ତୃତୀୟ ଟେଷ୍ଟରେ ଶିଖର ଧାୱନ ଖେଳିଥିଲେ। କିନ୍ତୁ ସେ ତାଙ୍କ ଦକ୍ଷତା ଅନୁଯାୟୀ ଖେଳି ପାରି ନଥିଲେ। ଏଣୁ ତାଙ୍କ ସ୍ଥାନରେ ନୂଆ ମୁହଁ ପୃଥ୍ୱୀ ଶ’ଙ୍କୁ ଖେଳାଇ ପାରନ୍ତି କୋହଲି। ଲୋକେଶ୍ ରାହୁଲ ଓ ପୃଥ୍ୱୀ ଶ’ ଓପନିଂ କରିପାରନ୍ତି।

ସେହିପରି ସ୍ପିନର ରବି ଚନ୍ଦ୍ରନ ଅଶ୍ୱିନ ଖେଳିବେ ନା ନାହିଁ ସ୍ପଷ୍ଟ ହୋଇନାହିଁ। ସେ ତୃତୀୟ ଟେଷ୍ଟ୍ ବେଳେ ଆହତ ହୋଇଥିଲେ। ଶେଷ ଦୁଇଟି ଟେଷ୍ଟ ପାଇଁ ଓପନର୍ ମୁରଲୀ ବିଜୟଙ୍କୁ ଟିମ୍‌ରେ ନିଆଯାଇନାହିଁ। ସେ ଖରାପ ଫର୍ମ ଦେଇ ଗତି କରୁଛନ୍ତି।

ରୋଜ୍ ବାଉଲ୍‌ ଷ୍ଟାଡିୟମ୍‌ରେ ଏଯାବତ ମାତ୍ର ୩ଟି ଟେଷ୍ଟ୍ ଖେଳା ଯାଇଛି। ଏଥିରେ ଘରୋଇ ଦଳର ପଲ୍ଲା ଭାରି ରହିଛି। ୨୦୧୪ରେ ଏଠାରେ ଭାରତ ବିପକ୍ଷରେ ଇଂଲଣ୍ଡ ଏକ ମ୍ୟାଚ୍ ଖେଳିଥିଲା। ଏଥିରେ ଇଂଲଣ୍ଡ ୨୬୬ ରନ୍‌ରେ ବିଜୟୀ ହୋଇଥିଲା।



from Odisha Reporter https://ift.tt/2wsdCKG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages