ଆପଣ ଦେଖୁଥିବା ‘ସ୍ୱପ୍ନ’ ପଛରେ କ’ଣ ରହିଛି ରହସ୍ୟ, ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ଆପଣ ଦେଖୁଥିବା ‘ସ୍ୱପ୍ନ’ ପଛରେ କ’ଣ ରହିଛି ରହସ୍ୟ, ଜାଣନ୍ତୁ

dream2

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେବେ କେବେ ଆପଣ ‘ସ୍ୱପ୍ନ’ରେ ଦେଖିଥିବେ, ଜଙ୍ଗଲରେ ବୁଲୁଛନ୍ତି, ପରୀକ୍ଷା ଦେଉଛନ୍ତି ବା କେତେବେଳେ ଉଚ୍ଚ ଅଟ୍ଟାଳିକାରୁ ତଳକୁ ଖସୁଛନ୍ତି। ଏସବୁକୁ ଆପଣ ‘ସ୍ୱପ୍ନ’ ଭାବି ଭୁଲିଯା’ନ୍ତି। କିନ୍ତୁ ଗବେଷଣାରୁ ଜଣାପଡ଼ିଛି, ଆପଣ ଶୋଇଥିବା ଅବସ୍ଥାରେ ଦେଖିଥିବା ସବୁ ସ୍ୱପ୍ନର କିଛି ନା କିଛି ଅର୍ଥ ରହିଛି।
dream4

‘ସ୍ୱପ୍ନ’ ଅଚେତ ଅବସ୍ଥାରେ କୁହାଯାଉଥିବା ଶବ୍ଦ ପରି ହୋଇଥାଏ। ଏହି ସମୟରେ ଆମେ ଯାହା ବି ଦେଖିଥାଉ, ଏହାର କିଛି ନା କିଛି ଅର୍ଥ ନିଶ୍ଚିତ ରହିଥାଏ।
ଆପଣ ‘ସ୍ୱପ୍ନ’ରେ ଯାହା କିଛି ବି ଦେଖୁଛନ୍ତି, ଏହାର ସମ୍ପର୍କ ଆପଣଙ୍କ ବାସ୍ତବ ଜୀବନ ସହିତ ରହିଛି। ଶୋଇଥିବାବେଳେ ଦେଖିଥିବା ସ୍ୱପ୍ନ ଆପଣଙ୍କ ମାନସିକ ସ୍ଥିତି ସମ୍ପର୍କରେ ବହୁତ କିଛି କହିଥାଏ।
dream-5ବୈଜ୍ଞାନିକଙ୍କ ମତରେ, ମଣିଷର ମସ୍ତିଷ୍କ ଯଦି ଶାନ୍ତ ଅବସ୍ଥାରେ ଅଛି, ତେବେ ସେ ଭଲ ସ୍ୱପ୍ନ ହିଁ ଦେଖିଥାଏ। ‘ସାଇଣ୍ଟିଫିକ୍‌ ରିପୋର୍ଟ’ ପତ୍ରିକାରେ ପ୍ରକାଶିତ ଏକ ଗବେଷଣାଲବ୍ଧ ଲେଖାରେ ଏହାର ସୂଚନା ଦିଆଯାଇଛି। ଏଥିରେ ଲେଖକ ପିଲେରିନ୍‌ ସିକ୍କା ଲେଖିଛନ୍ତି, ଏହା ପ୍ରଥମ ଗବେଷଣା, ଯାହା ବ୍ୟକ୍ତିଙ୍କ ମାନସିକ ଅବସ୍ଥା ଏବଂ ସେ ଅଚେତ ଅବସ୍ଥାରେ ଦେଖିଥିବା ସ୍ୱପ୍ନ ମଧ୍ୟରେ ଥିବା ସମ୍ପର୍କକୁ ନେଇ ହୋଇଥିଲା।

dream-7_ଗବେଷଣାରେ ଭାଗ ନେଇଥିବା ପ୍ରତିଯୋଗୀଙ୍କୁ ପ୍ରତିଦିନ ସକାଳେ ଏକ ଡାଏରୀରେ ସେମାନେ ପୂର୍ବ ରାତିରେ ଦେଖିଥିବା ସ୍ୱପ୍ନ ସମ୍ପର୍କରେ ଲେଖିବାକୁ କୁହାଯାଇଥିଲା।
ଏହା ବ୍ୟତୀତ ସେମାନେ ସ୍ୱପ୍ନରେ କ’ଣ ଅନୁଭବ କରୁଥିଲେ, ତାହ ମଧ୍ୟ ସେମାନେ ଲେଖିଥିଲେ।

ଗବେଷଣା ଶେଷରେ ଏହି କଥା ସାମ୍ନାକୁ ଆସିଥିଲା ଯେ, ଯେଉଁ ବ୍ୟକ୍ତିଙ୍କର ମାନସିକ ଅବସ୍ଥା ଅଧିକ ଶାନ୍ତ ଥିଲା, ସେମାନେ ସକାରାତ୍ମକ ଭାବନାର ସ୍ୱପ୍ନ ଦେଖିଥିଲେ। ଅନ୍ୟପକ୍ଷରେ, ଯେଉଁମାନେ ସବୁବେଳେ ଚିନ୍ତାଗ୍ରସ୍ତ ରହୁଥିଲେ, ସେମାନେ ସ୍ୱପ୍ନରେ ନକାରାତ୍ମକ ଭାବନାର ସ୍ୱପ୍ନ ଦେଖିଥିଲେ।

 



from Odisha Reporter https://ift.tt/2MFVUyk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages