ଗୃହିଣୀ ଦେଶର ସବୁଠାରୁ ବଡ଼ ସିଇଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

ଗୃହିଣୀ ଦେଶର ସବୁଠାରୁ ବଡ଼ ସିଇଓ

ais

ମୁମ୍ୱାଇ: ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ଆଗାମୀ ଫିଲ୍ମ ‘ଫନେ ଖାଁ’ ପ୍ରମୋଟ୍‌ କରିବାରେ ବ୍ୟସ୍ତ ଅଛନ୍ତି। ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌ ୧୦’ ର ଏକ ଏପିସୋଡ୍‌ ରେ ଐଶ୍ୱର୍ଯ୍ୟା, ଅନୀଲ କପୁର ଓ ରାଜ କୁମାର ରାଓଙ୍କୁ ଦେଖିବାକୁ ମିଳିଥିଲା। ଏହି ଅବସରରେ ଇନ୍ଦିରା ଦାସ ନାମକ ଜଣେ ପ୍ରତିଯୋଗୀଙ୍କ ମାଆ ଐଶ୍ୱର୍ଯ୍ୟାଙ୍କୁ ଦେଶର ଗୃହିଣୀଙ୍କ ସମ୍ପର୍କରେ ତାଙ୍କର କ’ଣ ବିଚାର ରହିଛି ପଚାରିଥିଲେ।

ଐଶ୍ୱର୍ଯ୍ୟା କହିଥିଲେ,“ଗୃହିଣୀ ଦେଶର  ସବୁଠାରୁ  ବଡ଼ ସିଇଓ। ସେମାନଙ୍କୁ ଦେଶରେ ଅତ୍ୟଧିକ ସମ୍ମାନ ଓ ପ୍ରଶଂସା ଦେବା ଉଚିତ୍‌। ମୁଁ ସାରା ବିଶ୍ୱର ଗୃହିଣୀଙ୍କୁ  ପୂରା ସମ୍ମାନ ଓ ପ୍ରଶଂସା ଦେବା ସହ  ସେମାନଙ୍କୁ ନମସ୍କାର  କରୁଛି।”

ଏହି ଶୋ’ର ବିଚାରକ ଥିବା ବିଶାଳ ଦଦଲାନୀ କହିଛନ୍ତି,“ଦୁନିଆର ସବୁଠାରୁ ସୁନ୍ଦର ମହିଳାଙ୍କ ମଧ୍ୟରେ ଜଣେ ହେଉଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ସେ ଦେଶର ଜଣେ ସାଧାରଣ ଗୃହିଣୀଙ୍କ ପରି। ଅମିତାଭ ବଚ୍ଚନ ମୋତେ ଆଉ ମୋର ଟିମ୍‌କୁ ଖାଇବାକୁ ନିମନ୍ତ୍ରଣ କରିଥିଲେ। ଏହି ସମୟରେ ଐଶ୍ୱର୍ଯ୍ୟା ନିଜେ ରୋଷେଇ କରି ସମସ୍ତଙ୍କୁ ଖାଇବା ବାଢ଼ିଥିଲେ।”



from OdishaReporter https://ift.tt/2nbz5Dv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages