କେନ୍ଦୁଝର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ସେରେଣ୍ଡା ଛକରେ ସ୍କୁଲ ବସ୍ ପାଇଁ ଛାତ୍ରଛାତ୍ରୀମାନେ ରାସ୍ତାରୋକ କରିଛନ୍ତି। ମେସ୍କୋ ଷ୍ଟିଲ୍ କମ୍ପାନୀ ବସ୍ ସେବା ବନ୍ଦ କରିବା ପ୍ରତିବାଦରେ ଗାଁ ଲୋକେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି।
ଅଭିଯୋଗ ଅନୁସାରେ, ସେରେଣ୍ଡାର ପ୍ରାୟ ୩୦୦ ସ୍କୁଲ ପିଲାଙ୍କୁ କମ୍ପାନୀ ପକ୍ଷରୁ ବସ୍ ସେବା ଯୋଗାଇ ଦିଆଯାଉଥିଲା। ହେଲେ ମାସେ ହେଲା କମ୍ପାନୀ ବସ୍ ସେବା ବନ୍ଦ କରି ଦେବାରୁ ଅଞ୍ଚଳର ଶହ ଶହ ପିଲା ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଏପରିକି ଏନେଇ ଅଭିଭାବକମାନେ ସ୍ଥାନୀୟ ଲୋକ ପ୍ରତିନିଧି ଓ ପ୍ରଶାସନକୁ ଜଣାଇବା ପରେ ବି କିଛି ସୁଫଳ ମିଳି ନ ଥିଲା। ତେଣୁ ବାଧ୍ୟ ହୋଇ ଆଜି ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି। ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।
from OdishaReporter https://ift.tt/2AFTpGt
No comments:
Post a Comment