ସୁପ୍ରିମକୋର୍ଟଙ୍କୁ କେନ୍ଦ୍ରର ଧମକ: ଅଦାଲତ ନିଜ ସୀମା ମଧ୍ୟରେ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ସୁପ୍ରିମକୋର୍ଟଙ୍କୁ କେନ୍ଦ୍ରର ଧମକ: ଅଦାଲତ ନିଜ ସୀମା ମଧ୍ୟରେ ରୁହନ୍ତୁ

ନୂଆଦିଲ୍ଲୀ: ଦାଗୀ ନେତାଙ୍କୁ ନିର୍ବାଚନରୁ ଦୂରେଇ ରଖିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ପ୍ରସ୍ତାବକୁ ନେଇ କେନ୍ଦ୍ର ସରକାର ଭୀଷଣ କ୍ଷୁବ୍ଧ ହୋଇଛନ୍ତି। ଏପରି କି ଦେଶର ସର୍ବୋଚ୍ଚ ଅଦାଲତ ନିଜର ସାମ୍ବିଧାନିକ ସୀମା ମଧ୍ୟରେ ରୁହନ୍ତୁ ବୋଲି କେନ୍ଦ୍ର ସରକାର ଧମକ ଦେବାକୁ ମଧ୍ୟ ପଛାଇ ନାହାନ୍ତି।

ଯଦି ସୁପ୍ରିମକୋର୍ଟ ନିଜ ସୀମା ମଧ୍ୟରେ ନ ରହି ସବୁ କ୍ଷେତ୍ରରେ ହସ୍ତକ୍ଷେପ କରନ୍ତି, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ। ସମ୍ବିଧାନ ଦ୍ୱାରା ବାରଣ କରାଯାଇଥିବା ଅଞ୍ଚଳରେ ଅଦାଲତ ପ୍ରବେଶ କରିବା ଠିକ୍‌ ନୁହେଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍‌ କେକେ ଭେନୁଗୋପାଲ ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଛନ୍ତି।

ଦାଗୀ ବା ଅପରାଧିକ ମାମଲା ଥିବା ରାଜନେତାଙ୍କୁ ପ୍ରାର୍ଥୀ କରୁଥିବା ରାଜନୀତିକ ଦଳଗୁଡ଼ିକର ଚିହ୍ନ ପ୍ରତ୍ୟାହାର କରିବାକୁ ଆମେ ନିର୍ବାଚନ କମିଶନଙ୍କୁ କ’ଣ କ୍ଷମତା ଦେଇପାରିବା କି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ୫ ଜଣିଆ ଖଣ୍ଡପୀଠ ପ୍ରଶ୍ନ କରିଥିଲେ।

ଏହାର ଜବାବ୍‌ ଦେବକୁ ଯାଇ କେନ୍ଦ୍ର ସରକାର ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍‌ କହିଥିଲେ, ଏହାର ନିଷ୍ପତ୍ତି କେବଳ ନିର୍ବାଚିତ ପ୍ରତିନିଧି ନେଇପାରିବେ। ଏହା ଉପରେ ନିଷ୍ପତ୍ତି ନେବାର କ୍ଷମତା ଅଦାଲତଙ୍କର ନାହିଁ। ଏହା ସଂପୂର୍ଣ୍ଣ ଅସାମ୍ବିଧାନିକ ଓ ଏହାର ପରିଣାମ ଭୟଙ୍କର ହେବ।

ଏହା ଶୁଣିବା ପରେ ଜଷ୍ଟିସ୍‌ ମିଶ୍ର କେନ୍ଦ୍ର ସରକାରଙ୍କୁ କହିଥିଲେ ଯେ ନିର୍ବାଚନ କମିଶନ ବିଭିନ୍ନ ରାଜନୀତିକ ଦଳଗୁଡ଼ିକୁ ଦେଉଥିବା ଚିହ୍ନରେ ଏଭଳି ନିୟମ ଯୋଡ଼ାଯିବ। ଯଦି ଅପରାଧୀମାନେ ପ୍ରାର୍ଥୀ ହେଉଛନ୍ତି, ତା’ହେଲେ ସେମାନଙ୍କୁ ଦଳୀୟ ଚିହ୍ନ ମିଳିବ ନାହିଁ।

ଏହା ଶୁଣି ଆଟର୍ଣ୍ଣି ଜେନେରାଲ୍‌ ପୁଣି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ସେ ପ୍ରଶ୍ନ କରିଥିଲେ,  “ଏଭଳି ନିଷ୍ପତ୍ତି ନେବାର କ୍ଷମତା କାହାର ରହିବା ଉଚିତ ? ନିର୍ବାଚିତ ଲୋକପ୍ରତିନିଧିଙ୍କର ନା କୋର୍ଟରେ ବସିଥିବା ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କର? ସମ୍ବିଧାନ କ୍ଷମତା ବିଭାଜନ ଦୃଷ୍ଟିରୁ ଯେଉଁ ପରିସର ମଧ୍ୟକୁ ଯିବାକୁ ବାରଣ କରିଛି, ସେ ଅଞ୍ଚଳରେ କୋର୍ଟ ପ୍ରବେଶ କରୁଛନ୍ତି।“

ଆଟର୍ଣ୍ଣି ଜେନେରାଲ୍‌ କହିଥିଲେ, “ଏଭଳି ନିୟମ ରାଜନୀତିକ ଦଳଗୁଡ଼ିକର ପ୍ରତିନିଧିଙ୍କ ଉପରେ କଟକଣା ସଦୃଶ ହେବ। ଏହାଦ୍ୱାରା ରାଜନୀତିକ ଦଳଗୁଡ଼ିକ ପରସ୍ପରର ପ୍ରାର୍ଥୀଙ୍କ ବିରୋଧରେ ଅଧିକ ମାମଲା ଦାଏର କରିବାକୁ ଚେଷ୍ଟା କରିବେ। କୋର୍ଟ ଦେଶର ବାସ୍ତବ ଚିତ୍ରକୁ ବୁଝିବା ଦରକାର। ନିର୍ବାଚନୀ ଖର୍ଚ୍ଚ ଉପରେ ଜାରି କରାଯାଉଥିବା କଟକଣା ଦେଶର ସବୁଠାରୁ ବଡ଼ ହାସ୍ୟାସ୍ପଦ ବ୍ୟାପାରରେ ପରିଣତ ହୋଇଛି।“

 ସବୁ କଟକଣା ସତ୍ତ୍ୱେ ଜଣେ ଜଣେ ପ୍ରାର୍ଥୀ ନିଜ ନିର୍ବାଚନମଣ୍ଡଳୀରେ ୩୦ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି ବୋଲି ସେ ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଛନ୍ତି।

ତେବେ ଶୁଣାଣି ସମୟରେ ସାମ୍ବିଧାନିକ ବେଞ୍ଚର ଅନ୍ୟତମ ବିଚାରପତି ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରା ପ୍ରଧାନ ବିଚାରପତି  ଓ ଅନ୍ୟ ବିଚାରପତିଙ୍କ କଥାରେ ଏକମତ ହୋଇ ନଥିଲେ। ସେ କହିଥିଲେ, ଏଭଳି ନିଷ୍ପତ୍ତି ଦ୍ୱାରା ରାଜନୀତିକ ଉଦ୍ଦେଶ୍ୟ ରଖି ଜଣେ ଅନ୍ୟ ଜଣଙ୍କ ବିରୋଧରେ ମାମଲା ଦାଏର କରିବେ। କେବଳ ଜଣେ ଦୋଷୀ ସାବ୍ୟସ୍ତ ହେବା ପରେ ଯାଇ ଏଭଳି ନିୟମ ଲାଗୁ କରାଯିବା ଦରକାର।

ଏହି ବିବାଦୀୟ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୮ରେ ହେବ।



from Odisha Reporter https://ift.tt/2PslLHI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages