ଜୀବନକୁ ବାଜି ଲଗାଇ ନିଆଁରେ ଫସିଥିବା ଦମ୍ପତିକୁ ଉଦ୍ଧାର କଲା ପୁଲିସ୍, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ଜୀବନକୁ ବାଜି ଲଗାଇ ନିଆଁରେ ଫସିଥିବା ଦମ୍ପତିକୁ ଉଦ୍ଧାର କଲା ପୁଲିସ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ନିଆଁରେ ଫସିଥିବା ଏକ ଦମ୍ପତିଙ୍କୁ ଅଭିନବ ଉପାୟରେ ଉଦ୍ଧାର କଲା ପୁଲିସ୍। ପୁରା ଫିଲ୍ମ ଷ୍ଟାଇଲ୍‌ରେ ଦମ୍ପତିକୁ ନିଆଁ ମୁହଁରୁ ଟେକି ଆଣିଲା ପୁଲିସ୍।ଏମିତି ଏକ ଘଟଣା ଦିଲ୍ଲୀର ପାହାଡ଼ଗଞ୍ଜ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମାନବ ଶୃଙ୍ଖଳ କରି ଉକ୍ତ ଦମ୍ପତିଙ୍କୁ ଉଦ୍ଧାର କରିଥିଲା ପୁଲିସ୍। ଯାହାର ସମ୍ପୂର୍ଣ୍ଣ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଦିଲ୍ଲୀ ପୁଲିସର ଉପସ୍ଥିତ ବୁଦ୍ଧି ଏବଂ ସାହସିକତା ପାଇଁ ଦମ୍ପତିଙ୍କ ଜୀବନ ବଞ୍ଚିଯାଇଛି।

ସୂଚନା ଅନୁଯାୟୀ ସମ୍ପୃକ୍ତ ଦମ୍ପତି ରହୁଥିବା ଫ୍ଲାଟ୍‌ରେ ଦ୍ୱିତୀୟ ମହଲାରେ ଆଜି ସକାଳ ପ୍ରାୟ ୬ଟାରେ ନିଆଁ ଲାଗିଯାଇଥିଲା। ଏଥିରେ ସ୍ୱାମୀ-ସ୍ତ୍ରୀ ଫସି ଯାଇଥିଲେ।

ନିଆଁରୁ ବର୍ତ୍ତିବା ପାଇଁ କୌଣସି ବାଟ ନପାଇ ଉଭୟେ ଦ୍ୱିତୀୟ ମହଲାରୁ ଝୁଲି ରହି ସାହାଯ୍ୟ ପାଇଁ ଚିତ୍କାର କରୁଥିବା ଦେଖାଯାଇଥିଲା। ଏହି ଦୃଶ୍ୟ ୩ ଜଣ ପୁଲିସଙ୍କ ନଜରରେ ପଡ଼ିଥିଲା।

ସଙ୍ଗେ ସଙ୍ଗେ ପୁଲିସ ୪ ମହଲାକୁ ଯାଇ ଏକ ଶିଡ଼ି ସହାୟତାରେ ଉକ୍ତ ଦମ୍ପତିଙ୍କ ପାଖରେ ପହଞ୍ଚିଥିଲା। ପରେ ୩ ଜଣ ଯାକ ପୁଲିସ୍ ଏକ ପ୍ରକାର ମାନବ ଶୃଙ୍ଖଳ କରି ଉକ୍ତ ଦମ୍ପତିକୁ ଉଦ୍ଧାର କରାଯାଇଥିଲା। ଏହି ପୁରା ଘଟଣା ଭିଡିଓ ଫୁଟେଜ୍‌ରୁ ଦୃଶ୍ୟମାନ ହେଉଛି।

ପ୍ରଥମେ ମହିଳା ଏବଂ ପରେ ତାଙ୍କ ସ୍ୱାମୀଙ୍କୁ ଉଦ୍ଧାର କରାଯାଇଥିଲା। କନଷ୍ଟେବଳ ମନୋଜ୍‌ କୁମାର ଏବଂ ଅମିତ୍‌ଙ୍କ ପାଇଁ ଦମ୍ପତ୍ତି ଜଣକ ଏକ ନିଶ୍ଚିତ ମୁତ୍ୟୁମୁଖରୁ ବଞ୍ଚିଯାଇଥିଲେ।

ତେବେ ଏଥିରେ ଆଉଜଣେ ଫସି ଯାଇଥିଲେ ମଧ୍ୟ ନିଜକୁ ବଞ୍ଚାଇବା ପାଇଁ ଡେଇଁପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ଏହି ପାହାଡ଼ଗଞ୍ଜ ଅଞ୍ଚଳଟି ଦିଲ୍ଲୀର ଏକ ବ୍ୟବସାୟିକ କେନ୍ଦ୍ରସ୍ଥଳ ଓ ବ୍ୟସ୍ତବହୁଳ ଅଞ୍ଚଳ ଭାବେ ଜଣାଶୁଣା।



from Odisha Reporter https://ift.tt/2OVPS9c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages