ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ୍‌ ଷ୍ଟାଇଲ୍‌ ରାରା ଚିକେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ୍‌ ଷ୍ଟାଇଲ୍‌ ରାରା ଚିକେନ୍‌

chicken3

ଆବଶ୍ୟକ ସାମଗ୍ରୀ: ଚିକେନ୍‍, ଚିକେନ୍‌ କିମା, ତେଜପତ୍ର, ତେଲ, ଗୁଜୁରାତି, ଡାଲଚିନି, ଜିରା, ଅଦା, ରସୁଣ ପେଷ୍ଟ, କଞ୍ଚାଲଙ୍କା, ପିଆଜ, ଟମାଟୋ, ଧନିଆ ପାଉଡ଼ର, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଗରମ ମସଲା, ଦହି, ଲୁଣ, କାଜୁ ଓ ଚାର୍‌ମଗଜ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଭଲ ଭାବେ ଦିଅନ୍ତୁ। ଏହାପରେ ଏଥିରେ ଲୁଣ, ହଳଦୀ ଗୁଣ୍ଡ ଓ ଲେମ୍ବୁରସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହାକୁ କିଛି ସମୟ ପାଇଁ ସେମିତି ରଖି ଦିଅନ୍ତୁ।

ପେଷ୍ଟ୍‌ ତିଆରି କରିବା ପାଇଁ କାଜୁ, ଟମାଟୋ ଓ ଚାର୍‌ମଗଜକୁ ପାଣିରେ ପକାଇ ୧୫ରୁ ୨୦ମିନିଟ୍‌ ଯାଏ କମ୍ ଆଞ୍ଚରେ ଫୁଟାନ୍ତୁ। ଏହା ପରେ ଏହାକୁ ଥଣ୍ଡା କରି ଭଲ ଭାବରେ ପେଷ୍ଟ୍‌ ବନାଇ ରଖି ଦିଅନ୍ତୁ।

ବର୍ତ୍ତମାନ ଏକ ବଡ଼ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ତେଜପତ୍ର, ଡାଲଚିନି ଓ ଜିରା ପକାଇ ଦିଅନ୍ତୁ। ତା’ପରେ ଅଦା, ରସୁଣ ପେଷ୍ଟ୍‌ ପକାଇ କିଛି ସମୟ କଷନ୍ତୁ। ଏବେ ସେଥିରେ ପିଆଜ ଏବଂ କଞ୍ଚାଲଙ୍କା ପକାନ୍ତୁ। ପିଆଜ ହାଲ୍‌କା ଲାଲ୍‌ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ ଓ ତା’ପରେ ଟମାଟୋ ପକାଇ ୫ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ। ବର୍ତ୍ତମାନ ଏଥିରେ ଚିକେନ୍‌ ଓ ଚିକେନ୍‌ କିମା ପକାନ୍ତୁ ଓ କଷନ୍ତୁ। କିଛି ସମୟ ପରେ ସେଥିରେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା, ଜିରା ପାଉଡ଼ର ଓ ଧନିଆ ପାଉଡ଼ର ପକାଇ ଆଉ କିଛି ସମୟ କଷନ୍ତୁ। ବର୍ତ୍ତମାନ ଏଥିରେ ଦହି ଓ ପୂର୍ବରୁ ପ୍ରସ୍ତୁତ ହୋଇଥିବା ପେଷ୍ଟ୍‌ ପକାଇ ସ୍ୱାଦ ଅନୁସାରେ ଲୁଣ ଦେଇ ଘୋଡ଼ାଇ ଦିଅନ୍ତୁ।

ଚିକେନ୍‌ ସିଝି ଗଲା ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।  ତା’ଉପରେ ଭଜା ହୋଇଥିବା ପିଆଜ, ଧନିଆ ପତ୍ର ପକାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ରାରା ଚିକେନ୍‍।



from OdishaReporter https://ift.tt/2Km7FnC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages