
ନୂଆପଡ଼ା(ମାୟାଧର ସରଫ୍): ନୂଆପଡ଼ା ଜିଲ୍ଲା ଲଖନାରେ ଏକ ଅଭାବନୀୟ ଘଟଣା ଘଟିଛି। କାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅ ଗୁରୁତର ଆହତ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ଲଳିତା ରାଉତ।
ସୂଚନା ଅନୁସାରେ, ଗତକାଲି ରାତିରେ ତିନି ଝିଅଙ୍କୁ ଧରି ଲଳିତା ଘରେ ଶୋଇଥିଲେ। ହଠାତ୍ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଲଳିତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏଥିରେ ଝିଅ ପୂର୍ଣ୍ଣିମା ରାଉତ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ନୂଆପଡ଼ା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରବଳ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ପଡ଼ିଥିଲା।
from OdishaReporter https://ift.tt/2w07AAF
No comments:
Post a Comment