
ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ସହର ସ୍ଥିତ ଚନ୍ଦନବଜାର ଓ ସରକାରନଗର ଅଞ୍ଚଳରେ ନକଲି ଗୁଟ୍ଖା କାରଖାନା ଠାବ କରାଯାଇଛି। ଦୀର୍ଘଦିନରୁ ନକଲି ଗୁଟଖା କାରଖାନା ଚାଲିଥିବା ନେଇ ସୂଚନା ମିଳିବା ପରେ ଗତକାଲି ରାତିରେ ପୁଲିସ ଚଢ଼ଉ କରିଥିଲା।
କାରଖାନାରୁ ଲକ୍ଷାଧତ୍କ ଟଙ୍କାର ଯନ୍ତ୍ରାଂଶ ଏବଂ ନକଲି ଜର୍ଦ୍ଦା ଜବତ ହୋଇଛି। ଏଥିସହ ୪ଜଣଙ୍କୁ ପୁରୁଣା ବଜାର ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।
ବିଭିନ୍ନ ବ୍ରାଣ୍ଡର ଲେବଲ୍ ଲଗାଇ ଏଠାରୁ ବଜାରକୁ ନକଲି ଗୁଟଖା ଛଡ଼ା ଯାଉଥିଲା। ଗତବର୍ଷ ବି ଭଦ୍ରକରେ ନକଲି ଗୁଟଖା କରାଖାନା ଠାବ ହୋଇଥିଲା।
from OdishaReporter https://ift.tt/2w4Oo54


No comments:
Post a Comment