ଏହି ସବୁ ସଙ୍କେତ ମିଳୁଛି? ଶୀଘ୍ର ମିଳିବ ମା’ ଲକ୍ଷ୍ମୀଙ୍କ କୃପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ଏହି ସବୁ ସଙ୍କେତ ମିଳୁଛି? ଶୀଘ୍ର ମିଳିବ ମା’ ଲକ୍ଷ୍ମୀଙ୍କ କୃପା

maa-laxmi

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧନର ଦେବୀ ମା’ ଲକ୍ଷ୍ମୀ ପ୍ରସନ୍ନ ହେଲେ ଟଙ୍କା ପଇସାର ଅଭାବ ରହେ ନାହିଁ। ଧନ ଓ ବୈଭବରେ ଘର ପୂରି ଉଠେ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି।

ଏହାସହ ଏଥିରେ ଉଲ୍ଲେଖ ରହିଛି, ମା’ ଲକ୍ଷ୍ମୀ ଜଣଙ୍କ ପାଖରେ ବେଶୀ ଦିନ ରହି ପାରନ୍ତି ନାହିଁ। କାହିଁକି ନା, ମା’ ଲକ୍ଷ୍ମୀ ହେଉଛନ୍ତି ଚଞ୍ଚଳା।

ଯଦି ମା’ ଆପଣଙ୍କ ପାଖରେ ଅଛନ୍ତି ଓ ତାଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ୁଛି ତେବେ ଆପଣଙ୍କ ଉନ୍ନତି ଘଟିବ। ତେବେ ମା’ଙ୍କ କୃପା ମିଳିବାର କିଛି ପୂର୍ବ ସଙ୍କେତ ରହିଛି।

ଆସନ୍ତୁ ଜାଣିବା ମା’ କୃପା ଦୃଷ୍ଟଇ ପକାଇବା ପୂର୍ବରୁ କେମିତି ସଙ୍କେତ ଦେଇଥାନ୍ତି।

୧- ବେଳେ ବେଳେ ବାଟରେ ଗଲାବେଳେ ସବୁଜ ପନିପରିବା କୁଢ଼ କୁଢ଼ ଦେଖିବାକୁ ମିଳିଥାଏ। ଆବଶ୍ୟକ ଥିଲେ ଆମେ କିଣି ଘରକୁ ଆଣିଥାନ୍ତି। ମା’ ଲକ୍ଷ୍ମୀଙ୍କ କୃପା ମିଳିବାର ଏହା ଏକ ସଙ୍କେତ ବୋଲି ଶାସ୍ତ୍ରରେ କୁହାଯାଇଛି।

୨- ଝାଡ଼ୁ ସହ ମା’ ଲକ୍ଷ୍ମୀଙ୍କର ସମ୍ପର୍କ ରହିଛି। ଯଦି ସକାଳୁ ସକାଳୁ କୌଣସି ଲୋକ ଝାଡ଼ୁ ଲଗାଇବାର ଆପଣ ଦେଖୁଛନ୍ତି, ତାହାହେଲେ ଆପଣ ଜାଣିବେ ଆଗକୁ ଧନପ୍ରାପ୍ତି ଯୋଗ ରହିଛି। ଏହା ମା’ଲକ୍ଷ୍ମୀଙ୍କ କୃପାର ଆଉ ଏକ ସଙ୍କେତ।

୩- ଘରେ ଥିବା ବେଳେ ଶଙ୍ଖ ଧ୍ୱନି ଶୁଭିଲେ, ମା’ ଲକ୍ଷ୍ମୀଙ୍କ କୃପା ପାଇବାର ଏକ ସଙ୍କେତ। ଆପଣଙ୍କ ଭାଗ୍ୟ ଆଗକୁ ବଦଳିବାକୁ ଯାଉଛି ବୋଲି ଏହା ସଙ୍କେତ ଦେଇଥାଏ।

୪- ସକାଳୁ ସକାଳୁ ଆଖୁ ଗଛ ଦେଖିବା ଶୁଭ ହୋଇଥାଏ। ଆଗକୁ ଆପଣଙ୍କ ଭଲ ସମୟ ଆସୁଛି ବୋଲି ଏହା ସଙ୍କେତ ଦେଇଥାଏ।



from Odisha Reporter https://ift.tt/2MGoG0L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages