
କଟକ (ଓଡ଼ିଶା ରିପୋର୍ଟର): ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି କଟକ-ବ୍ରହ୍ମପୁର ମେମୁ ଟ୍ରେନ୍। ରେଳ ଧାରଣାରେ ତ୍ରୁଟି ଥିବା ଦେଖି ଚାଳକ ହଠାତ୍ ଟ୍ରେନ୍ଟିକୁ ଅଟକାଇ ଦେଇଥିଲେ। ଫଳରେ ଏକ ବଡ଼ ଧରଣର ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି।
କଟକ-ବ୍ରହ୍ମପୁର ମେମୁ ଟ୍ରେନ୍ ସାଢ଼ ୫ଟାରେ କଟକ ଷ୍ଟେସନ୍ ଛାଡ଼ିଥିଲା। ତେବେ କଟକ-ବାଲିକୁଦା ଷ୍ଟେସନ ନିକଟରେ ଆଗକୁ ଟ୍ରେନ୍ ଲାଇନ୍ ଦବି ଯାଇଥିବା ହଠାତ ଚାଳକଙ୍କ ଦୃଷ୍ଟିରେ ପଡ଼ିଥିଲା। ଫଳରେ ସେ ଟ୍ରେନ୍ଟିକୁ ଅଟକାଇ ଦେଇଥିଲେ। ପରେ ଜଣାପଡ଼ିଥିଲା ଯେ, ମେମୁ ଟ୍ରେନ୍ଟି ଅଟକିଥିବା ସ୍ଥାନରେ ୫୦ ମିଟର ଦୂରରେ ଟ୍ରାକ୍ଟି ବଙ୍କା ଥିଲା। ତେବେ ଟ୍ରାକ୍ ମରାମତି କାମ ସରିବା ପରେ ମେମୁ ଟ୍ରେନ୍ ୧ ଘଣ୍ଟା ବିଳମ୍ୱରେ ଘଟଣାସ୍ଥଳ ଛାଡ଼ିଥିଲା।
ଟ୍ରାକ୍ ଦବିବା ଘଟଣାର ତଦନ୍ତ ପାଇଁ ଖୋର୍ଦ୍ଧା ଡିଆର୍ଏମ୍ ବ୍ରଜମୋହନ ଅଗ୍ରୱାଲ୍ ନିର୍ଦ୍ଦେଶ ଦେଇଛନ୍ତି। ୪ ଜଣିଆ ଟିମ୍ ଏହାର ତଦନ୍ତ କରି ୪୮ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି।
from Odisha Reporter https://ift.tt/2vT17sb
No comments:
Post a Comment