ବେଙ୍ଗ ମୂତିଲେ ବି ସ୍କୁଲ୍ ଭିତରେ ପାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ବେଙ୍ଗ ମୂତିଲେ ବି ସ୍କୁଲ୍ ଭିତରେ ପାଣି

ବଲାଙ୍ଗିର (ସସ୍ମିତା ସାହୁ): ସ୍କୁଲ ବାରଣ୍ଡାରେ ଲହଡ଼ି ମାରୁଛି ନର୍ଦ୍ଦମା ପାଣି। ଭିତରେ ଯିବା ଅାସିବା କରୁଛନ୍ତି ଛାତ୍ରଛାତ୍ରୀ। ଆଜି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ବଲାଙ୍ଗିର ସହରର ପତିତପାବନ ଏକାଡେମୀ ହାଇସ୍କୁଲରେ।

ଅବଶ୍ୟ ଏ ବିଦ୍ୟାଳୟ ପାଇଁ ଏହା ନୂଆ କଥା ନୁହେଁ। ଦୀର୍ଘ ଚାରିବର୍ଷ ହେଲା ବର୍ଷା ବେଳେ ଏହି ସ୍କୁଲ ଭିତରେ ପାଣି ପଶିଯାଏ। ଏକ ନାଳ ମାଧ୍ୟମରେ ପାଣି ନିଷ୍କାସନ ପାଇଁ ବନ୍ଦୋବସ୍ତ କରାଯାଇଛି। କିନ୍ତୁ ମୁଖ୍ୟ ନାଳକୁ ସଫା କରାଯାଉ ନଥିବାରୁ, ବର୍ଷା ପାଣି ବାହାରକୁ ଯାଇପାରୁ ନାହିଁ। ତା ବଦଳରେ ବାହାରର ନଳା ପାଣି ଭିତରକୁ ପଶି ଆସୁଛି।

ମଇଳା ପାଣିରେ ଯିବା ଅାସିବା କରି ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗର ଶିକାର ହେଉଛନ୍ତି। ଏହି ପୂରାତନ ହାଇସ୍କୁଲରେ ସହରର ଶହଶହ ଛାତ୍ର ପାଠ ପଢୁଛନ୍ତି। ସମସ୍ୟା ସଂପର୍କରେ ବାରମ୍ବାର ପୌରସଂସ୍ଥା ଓ ପୂର୍ତ୍ତବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନେଉନଥିବାର ଅଭିଯୋଗ କରିଛନ୍ତି ପ୍ରଧାନ ଶିକ୍ଷକ।

କେବଳ ସ୍କୁଲ ନୁହଁ, ବଲାଙ୍ଗିର ସହରର ବିଭିନ୍ନ ପଡ଼ାବାସୀ ମଧ୍ୟ ଜଳବନ୍ଦୀ ଜୀବନ ବିତାଉଛନ୍ତି। ବଲାଙ୍ଗିର ପୌର କାର୍ଯ୍ୟାଳୟଠାରୁ ମାତ୍ର ଦୁଇଶହ ମିଟର ଦୂରରେ ରହୁଥିବା ସୁବାସ ଚନ୍ଦ୍ର ସିଂହଙ୍କ ଘରେ ବର୍ଷାପାଣି ପଶିଥିବାରୁ, ତିନିଦିନ ହେଲା ସମସ୍ୟାରେ ରହିଛନ୍ତି। ମଟର ଲଗାଇ ପାଣିକୁ ନିଷ୍କାସନ ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ପାଣି ଶୁଖୁନାହିଁ।

 



from Odisha Reporter https://ift.tt/2ORnmWq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages