ବିଶିଷ୍ଟ କବି ଓ ନକ୍ସଲ ସମର୍ଥକ ଭର୍ଭରା ରାଓ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 28, 2018

ବିଶିଷ୍ଟ କବି ଓ ନକ୍ସଲ ସମର୍ଥକ ଭର୍ଭରା ରାଓ ଗିରଫ

ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ନକ୍ସଲମାନେ କରିଥିବା ‘ଷଡ଼ଯନ୍ତ୍ର’ ମାମଲାର ତଦନ୍ତ କରୁଥିବା ପୁଣେ ପୁଲିସ୍‌ ଆଜି ନକ୍ସଲ ସଂଗଠନ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ୯ ଜଣ ସାମାଜିକ କର୍ମୀଙ୍କ ଘରେ ଚଢ଼ଉ କରି ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ନକ୍ସଲ ଆଦର୍ଶକୁ ସର୍ବଦା ସମର୍ଥନ କରି ଆସୁଥିବା ବରିଷ୍ଠ ସାମାଜିକ କର୍ମୀ ତଥା କବି ଭର୍ଭରା ରାଓ ଅଛନ୍ତି।

ପୁଣେ ପୁଲିସ୍‌ ଶ୍ରୀ ରାଓଙ୍କ ପରିବାର ଓ ସମ୍ପର୍କୀୟଙ୍କ ଘରେ ଚଢ଼ଉ କରିବା ପରେ ତାଙ୍କୁ ହାଇଦ୍ରାବାଦ୍‌ରୁ ଗିରଫ କରିଛି। ଗିରଫ ହେବା ପରେ ଶ୍ରୀ ରାଓଙ୍କୁ ଗାନ୍ଧି ହସ୍ପିଟାଲ୍‌ରେ ମେଡିକାଲ୍‌ ଚେକ୍‌-ଅପ୍‌ ପାଇଁ ପଠାଯାଇଥିଲା। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯାଇ ପୁଣେ ନିଆଯାଇଛି।

ମୋଦିଙ୍କୁ ହତ୍ୟା କରିବାକୁ ଯେଉଁ ଚିଠି ଲେଖାଯାଇଥିଲା, ତା ପଛରେ ଶ୍ରୀ ରାଓଙ୍କ ହାତ ରହିଛି ବୋଲି ପୁଲିସ୍‌ କହିଛି।

ଜୁନ୍‌ ମାସରେ ଭୀମା କୋରେଗାଓଁ ହିଂସା ଘଟଣାରେ ପୁଲିସ୍‌ ଗିରଫ କରିଥିବା ୫ ଜଣ ଅଭିଯୁକ୍ତଙ୍କ ଘରେ ପୁଣେ ପୁଲିସ୍‌ ଚଢ଼ଉ କରିଥିଲା। ଏହି ସମୟରେ ଜଣେ ଅଭିଯୁକ୍ତଙ୍କ ଘରୁ ପୁଲିସ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନକ୍ସଲମାନେ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିବାକୁ ଚାହୁଁଥିବା ଉଲ୍ଲେଖ ଥାଇ ଏକ ଚିଠି ଜବତ କରିଥିଲା। ଏହି ଚିଠିଟିକୁ ”ଆର୍‌” ନାମକ ଜଣେ ବ୍ୟକ୍ତି ଲେଖିଥିବା ଜଣାପଡ଼ିଥିଲା।

ପୁଲିସ୍‌ ଏହାକୁ ଆଧାର କରି ଆଜି ଦିଲ୍ଲୀ, ଫରିଦାବାଦ, ଗୋଆ, ମୁମ୍ବାଇ, ଥାନେ, ରାଞ୍ଚି ଓ ହାଇଦ୍ରାବାଦ୍‌ର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଫରିଦାବାଦରୁ ସାମାଜିକ କର୍ମୀ ସୁଧା ଭରଦ୍ୱାଜ, ହାଇଦ୍ରାବାଦରୁ ଭରଭରା ରାଓ, ଦିଲ୍ଲୀରୁ ଗୌତମ ନଭଲଖା, ମୁମ୍ବାଇରୁ ଅରୁଣ ପେରିୟାର ଓ ଭେନନ୍‌ ଗନ୍‌ସାଲଭେଜଙ୍କୁ ମୁମ୍ବାଇରୁ ଗିରଫ କରାଯାଇଛି। ସେହିପରି ଫାଦର୍‌ ଷ୍ଟନ୍‌ ସ୍ୱାମୀଙ୍କୁ ରାଞ୍ଚିରୁ ଓ ତେଲେଙ୍ଗାନାରୁ କ୍ରାନ୍ତିଙ୍କୁ ମଧ୍ୟ ପୁଲିସ୍‌ ନିଜ ହେପାଜତକୁ ନେଇଛି। ଏହା ବ୍ୟତୀତ ପୁଲିସ୍‌ ଚଢଉ ହୋଇଥିବା ବିଭିନ୍ନ ସ୍ଥାନରୁ ଲ୍ୟାପଟପ୍‌, ପେନ୍‌ ଡ୍ରାଇଭ୍‌ ଓ କେତେକ ଦସ୍ତାବିଜ ଜବତ କରିଛି।

ପୁଲିସ୍‌ ଏପରି କାର୍ଯ୍ୟାନୁଷ୍ଠାନକୁ ସାମାଜିକ କର୍ମୀ ତଥା ପ୍ରଖ୍ୟାତ ଲେଖକ ଅରୁନ୍ଧତୀ ରାୟ ବିରୋଧ କରିଛନ୍ତି। ପୁଲିସ୍‌ ଯେଉଁମାନେ ଲୋକଙ୍କୁ ପିଟିପିଟି ହତ୍ୟା କରୁଛନ୍ତି ଏବଂ ଦିନ ଦ୍ଵିପ୍ରହରରେ ଲୋକଙ୍କୁ ହତ୍ୟା କରୁଛନ୍ତି, ପୁଲିସ୍‌ ସେମାନଙ୍କୁ ଗିରଫ କରିବା ଦରକାର। କିନ୍ତୁ ଏଠି ପୁଲିସ୍‌ ଲୋକଙ୍କ ପାଇଁ ଲଢ଼େଇ କରୁଥିବା ଲୋକଙ୍କୁ ଗିରଫ କରୁଛି ବୋଲି ସେ କହିଛନ୍ତି।



from Odisha Reporter https://ift.tt/2wuZPTB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages