
ଓଡ଼ିଶା ରିପୋର୍ଟର: ଇଂଲଣ୍ଡ ବିପକ୍ଷରେ ନଟିଂହାମ୍ର ଟ୍ରେଣ୍ଟ୍ବ୍ରିଜ୍ରେ ଖେଳାଯାଉଥିବା ତୃତୀୟ ଟେଷ୍ଟ୍ ମ୍ୟାଚ୍କୁ ଭାରତ ନିଜ ନିୟନ୍ତ୍ରଣକୁ ନେଇଛି।
ଦ୍ୱିତୀୟ ଦିନର ଖେଳରେ ଇଂଲଣ୍ଡକୁ ୧୬୧ ରନରେ ଅଲ୍ ଆଉଟ୍ କରିବା ପରେ ଭାରତ ତାର ଦ୍ଵିତୀୟ ଇନିଂସ ଆତ୍ମବିଶ୍ବାସର ସହିତ ଖେଳି ଷ୍ଟମ୍ପ ଅପସାରଣ ବେଳକୁ ଦୁଇ ଓପନରଙ୍କୁ ହରାଇ 124 ରନ ସଂଗ୍ରହ କରିଛି।
ଫଳରେ ଏବେ ଭାରତ ଆଠ ଉଇକେଟ ହାତରେ ଥାଇ 292 ରନରେ ଆଗୁଆ ରହିଛି।
ଓପନର୍ କେ,ଏଲ୍ ରାହୁଲ ଓ ଶିଖର ଧୱନ ଆତ୍ମବିଶ୍ଵାସର ସହିତ ଭାରତର ଦ୍ଵିତୀୟ ଇନିଂସ ଆରମ୍ଭ କରିଥିଲେ। କିନ୍ତୁ ଦଳର ସ୍କୋର 60 ଥିବା ବେଳେ ୩୬ ରନ୍ କରିଥିବା ରାହୁଲ୍ ବେନ୍ ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ।
ସେହିପରି ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିବା ଶିଖର ଧୱନ 44 ରନ କରିଥିବା ବେଳେ ରସିଦ୍ଙ୍କ ବଲରେ ଷ୍ଟମ୍ପ ଆଉଟ ହୋଇଯାଇଥିଲେ। ସେତେବେଳକୁ ଦଳର ସ୍କୋର ଥିଲା 111
ଦ୍ଵିତୀୟ ଦିନ ଶେଷ ସୁଦ୍ଧା ୩୧ ଓଭର୍ରେ ଭାରତ ବିରାଟ୍ କୋହଲିଙ୍କ ୮ ରନ ଓ ଫର୍ମକୁ ଫେରିଆସିଥିବା ଭଳି ମାନେ ହେଉଥିବା ଚେତେଶ୍ଵର ପୁଜାରା ୩୩ ରନ୍ କରି ଅପରାଜିତ ରହିଛନ୍ତି।
from Odisha Reporter https://ift.tt/2OOh4Xs
No comments:
Post a Comment