ଲାଲ୍ ଇଲାକାରେ ଲୋକଙ୍କ ବିଶ୍ୱାସ ଜିତିବାର ପୁଲିସ୍‌ର ପ୍ରୟାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 19, 2018

ଲାଲ୍ ଇଲାକାରେ ଲୋକଙ୍କ ବିଶ୍ୱାସ ଜିତିବାର ପୁଲିସ୍‌ର ପ୍ରୟାସ

ମାଲକାନ୍‌ଗିରି: (ଜିତେନ୍ଦ୍ର ବେଉରିଆ): ନକ୍ସଲ ଏରିଆରେ ଲୋକଙ୍କ ନିକଟତର ହେବାକୁ ପୁଲିସର ନୂଆ ଷ୍ଟ୍ରାଟେଜି।  ଅସୁସ୍ଥଙ୍କୁ ହସ୍ପିଟାଲ ନେବା ହେଉ କି ଆହତଙ୍କୁ ଚିକିତ୍ସା ସେବା, ସବୁ କ୍ଷେତ୍ରରେ ସହାୟତା ପାଇଁ ଆଗେଇ ଆସି ଗୋଟିଏ ପରେ ଗୋଟିଏ ଦୃଷ୍ଟାନ୍ତ ସାଜୁଛି ଖାକି ବାହିନୀ।  ନିକଟରେ ମାଲକାନଗିରି ଜିଲ୍ଲାର  ପ୍ରମୁଖ ମାଓ ସଂଗଠନ କାଲିମେଳା ଦଳମ୍‌ର କମାଣ୍ଡର ରଣଦେବର ଅସୁସ୍ଥ ମା’ଙ୍କୁ ହସ୍ପିଟାଲ ନେଇ ପୁଣି ଏକ ଉଦାହରଣ ସୃଷ୍ଟି କରିଛି ମାଲକାନଗିରି ପୋଲିସ।

ମାଲକାନଗିରିରେ ସକ୍ରିୟ ଥିବା ମାଓ ସଂଗଠନ କାଲିମେଳା ଦଳମର କମାଣ୍ଡର ରଣଦେବର ମା ରାମେ ମାଢୀ ଗତ କିଛି ଦିନ ତଳେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ହେଲେ ଏ ଖବର ପାଇବି ପୋଲିସ ଭୟରେ ମା’ଙ୍କ  ଚିକିତ୍ସା ପାଇଁ ଆସି ପାରି ନ ଥିଲେ ରଣଦେବ । ଏ ସୂଚନା ପହଞ୍ଚିବା ମାତ୍ରେ କାଲିମେଳା ବ୍ଲକ୍‌ର ଦୁର୍ଗମ ବଡ଼ କାଟେଗୁଡ଼ା  ଗାଁରେ ପହଞ୍ଚି ରଣଦେବ ମା’ଙ୍କୁ ହସ୍ପିଟାଲ ଆଣି ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେଇଥିଲେ ପୁଲିସ ବାହିନୀ।

ଲାଲ୍ ସଂଗଠନର ଡିଭିଜନାଲ କମିଟି ମେମ୍ବର ଥିବା ହାର୍ଡକୋର ମାଓବାଦୀ ରଣଦେବ ନାଁରେ ରହିଛି ୧୦୦ରୁ ଅଧିକ ମାମଲା । ତା’ ମୁଣ୍ଡ ପାଇଁ ୫ ଲକ୍ଷ ଟଙ୍କା ଘୋଷଣା  କରିଛି ଓଡ଼ିଶା ପୁଲିସ । ମାଓ ପ୍ରବଣ ଇଲାକାରେ ଏ ଗୋଟିଏ ଘଟଣା ନୁହେଁ, ୟା ପୂର୍ବରୁ ଜଣେ ଆସନ୍ନ ପ୍ରସବାଙ୍କୁ କାନ୍ଧରେ ବୋହି ଡାକ୍ତରଖାନା ପହଞ୍ଚାଇଥିଲେ ବିଏସଏଫ୍ ଯବାନ।

ସେହିଭଳି ଜିଲ୍ଲାରେ ଆତ୍ମସମର୍ପଣ କରିଥିବା ବହୁ ନକ୍ସଲଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ସହାୟତା ଅପେକ୍ଷାରେ ଥିବା  ଦୁର୍ଗମ ଅଞ୍ଚଳବାସୀଙ୍କୁ ସହାୟତାର ହାତ ବଢାଇ ଏକାଧିକ ଉଦାହରଣ କଲାଣି ସୁରକ୍ଷା ବାହିନୀ।  କିଛି ମାସ ତଳେ ମାଲକାନଗିରିରେ ଆତ୍ମସମର୍ପଣ କରିଥିବା କିଛି ମାଓବାଦୀ ଓ ଅଧାରୁ ପାଠ ଛାଡ଼ିଥିବା ୧୧୭ ଜଣ ଆଦିବାସୀଙ୍କୁ କୋଚିଂ ଦେଇ ଇଗ୍ନୋ କୋର୍ସରେ ନାଁ ଲେଖାଇବାରେ  ସହାୟତା କରିଥିଲା ମାଲକାନଗିରି ପୁଲିସ। ପୁଲିସ ମାଓ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବାହିନୀର ଏ ନୂଆ  ଷ୍ଟ୍ରାଟେଜି ନିଶ୍ଚିତ ଭାବେ ପୋଲିସ ପ୍ରତି ବିଶ୍ୱାସ ଓ ଭରଷା ବଢ଼ାଇବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।



from Odisha Reporter https://ift.tt/2vXOagH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages